ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉନସିଲ୍ ଅଫ୍ ଆନାଲାଇଟିକାଲ୍ ଟ୍ରାଇବାଲ୍ ଷ୍ଟଡିଜ୍ ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

   କାଉନସିଲ୍ ଅଫ୍ ଆନାଲାଇଟିକାଲ୍ ଟ୍ରାଇବାଲ୍ ଷ୍ଟଡିଜ୍ ସହିତ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ଵାକ୍ଷରିତ

         ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ , ଭବାନୀପାଟଣା ଗବେଷଣା ଦିଗରେ ସର୍ବଦା ତତ୍ପର ତଥା ସଚେତନ । ଗବେଷଣା କ୍ଷେତ୍ରରେ ଏକ ନୂତନ ଆଭିମୁଖ୍ଯ ନେଇ ବିଭିନ୍ନ ସମୟରେ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ସହିତ ଚୁକ୍ତି ସ୍ୱାକ୍ଷରିତ କରିଆସିଛି । ଗବେଷଣା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଉତ୍ତମ କରି ଗଢିତୋଳିଥାଏ । କୋରାପୁଟସ୍ଥିତ କାଉନସିଲ ଅଫ୍ ଆନାଲାଇଟିକାଲ୍ ଟ୍ରାଇବାଲ ଷ୍ଟଡିଜ୍ (କୋଟସ୍)ର ନିର୍ଦେଶକ ପି ସି ମହାପାତ୍ର ଓ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିବେଦିତା ନାଥଙ୍କ ଉପସ୍ଥିତିରେ ଏକ ଭବ୍ୟ ସମାରୋହରେ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଏହି ସମାରୋହରେ ପରିଶେଷରେ ପ୍ରଫେସର ମାଗୁଣୀ ବେହେରେ (ବିଶ୍ଲେଷଣାତ୍ମକ ଆଦିବାସୀ ଅଧ୍ୟୟନ ପରିଷଦ, କୋରାପୁଟ) ଧନ୍ୟବାଦ କରିଥିଲେ । ଏହି ଚୁକ୍ତି ସ୍ଵାକ୍ଷର କରି ଜନଜାତି ଗବେଷଣା କ୍ଷେତ୍ରରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଅଛି । କୋରାପୁଟର ବିଶ୍ଳେଷଣାତ୍ମକ ଆଦିବାସୀ ଅଧ୍ୟୟନ ପରିଷଦ (କୋଟସ୍) ଆଦିବାସୀ ସଂପ୍ରଦାୟର ଗବେଷଣା ନିମିତ୍ତ ୧୯୯୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହା ବିକ୍ରମଦେବ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଓଡିଶାର ପ୍ରମୁଖ ଗବେଷଣା ସହ ଶୈକ୍ଷିକ ପ୍ରତିଷ୍ଠାନ । ଏହି ପ୍ରତିଷ୍ଠାନ ମିଳିତ ସେମିନାର , ଗବେଷଣା ପ୍ରକଳ୍ପ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଗବେଷଣାକୁ ତ୍ୱରାନ୍ୱିତ କରିବ । ଏହି ଚୁକ୍ତିଦ୍ୱାରା ଆଦିବାସୀ ସଂପ୍ରଦାୟର ସାମାଜିକ, ସାଂସ୍କୃତିକ, ଆର୍ଥିକ ଓ ଶୈକ୍ଷିକ ଦିଗରେ ଗବେଷଣାର ମାନ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଗବେଷଣାର ପରିଧିକୁ ପରିବ୍ୟାପ୍ତ କରି ଗବେଷକଙ୍କ ପାଇଁ ଏକ ନୂତନ ଉତ୍ସାହ ସୃଷ୍ଟି କରିବ । 

( ମ ନି ସ ) 

Related posts

ଅଗ୍ରଗାମୀ ଦ୍ଵାରା ଓଡିଶା ମିଲଟ୍ସ ମିଶନ ସଚେତନତା କାର୍ଯ୍ୟକ୍ରମ         

Sunil Chandra Nayak

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଥେଟ୍ ଆଧୁନିକ ନାଗପୁରୀ ଲାଇଟ୍ ଆସନ୍ତା ୨୪ ରେ ..

masiha

Leave a Comment

error: Content is protected !!