ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ” ସୁରଭି ” କାର୍ଯ୍ୟକ୍ରମ ଅନୁଷ୍ଠିତ

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ” ସୁରଭି ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାପଡାହାଣ୍ଡି 10/10,ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନାକଟିଗୁଡା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ମଙ୍ଗଳବାର ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି | ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଭାବେ ଏବିଇଓ ବାଲକଦାସ ରନ୍ଧାରୀ ଯୋଗ ଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବେ ସିଆରସିସି ଜେମ୍ସ ପ୍ରଭାକର ବେନିୟା, ପ୍ରଧାନ ଶିକ୍ଷକ ଜଗନ କୁମାର ନାୟକ ଯୋଗ ଦେଇଥିଲେ | 9 ଟି ବିଦ୍ୟାଳୟ ର 120 ଛାତ୍ରୀ ଛାତ୍ର କନିଷ୍ଠ ଓ ବରିଷ୍ଠ ବର୍ଗର ବକ୍ତୃତା, ସୃଜନ ଲିଖନ, ଚିତ୍ରାଙ୍କନ, କୁଇଜ୍, ସଙ୍ଗୀତ, ହସ୍ତାକ୍ଷର ଓ ନୃତ୍ୟ ପ୍ରତିଯୋଗିତା ରେ ଭାଗ ନେଇଥିଲେ | ସେହିପରି ମାଣ୍ଡିଆ ର ବ୍ୟାଵହାର ବୃଦ୍ଧି ନେଇ ଓଡ଼ିଶା ମିଲେଟ ତରଫରୁ କନିଷ୍ଠ ଓ ବରିଷ୍ଠ ବର୍ଗର କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | 

ପ୍ରତିଯୋଗିତା ମାନଙ୍କରେ ପ୍ରଥମ ସ୍ଥାନ ପାଇଥିବା କୃତି ପ୍ରତିଯୋଗୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ | ପୁଞ୍ଜିଗୁଡା ପ୍ରଧାନଶିକ୍ଷକ ଦିଲ୍ଲୀପ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ସହଯୋଗ କରିଥିଲେ ବେତଝରଣ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୁମର ଭତରା , ନୀଳାଦ୍ରିଗୁଡା ପ୍ରଧାନ ଶିକ୍ଷକ ଡମ୍ବରୁ ଭତରା ,କାନ୍ଦ୍ରାଗୁଡା ପ୍ରଧାନ ଶିକ୍ଷକ ଅନୁପମା ପୂଜାରୀ, ଦିଶାରୀଗୁଡା ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ତ୍ରିପାଠୀ,ପ୍ରମୋଦ କୁମାର ମାଝୀ, ସରୋଜ ନାୟକ, ସସ୍ମିତା ପାଢ଼ୀ, ପୁର୍ଣ ମୁକୁନ୍ଦ, ପ୍ରୀତିପୋରମିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତିରିଂରେ ବ୍ଲକସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଜିଲ୍ଲା ସ୍ତରୀୟ ମିଲେଟ ଖାଦ୍ୟ ମେଳା

ସମ୍ବଲପୁର ରେ ଆଦିବାସୀ ଙ୍କ ସରହୁଳ ମହୋତ୍ସବ ଅବସରରେ ବିଶାଳ ଆଦିବାସୀ ସମାବେଶ

masiha

Leave a Comment

error: Content is protected !!