କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ” ସୁରଭି ” କାର୍ଯ୍ୟକ୍ରମ ଅନୁଷ୍ଠିତ
ପାପଡାହାଣ୍ଡି 10/10,ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନାକଟିଗୁଡା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ମଙ୍ଗଳବାର ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି | ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଭାବେ ଏବିଇଓ ବାଲକଦାସ ରନ୍ଧାରୀ ଯୋଗ ଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବେ ସିଆରସିସି ଜେମ୍ସ ପ୍ରଭାକର ବେନିୟା, ପ୍ରଧାନ ଶିକ୍ଷକ ଜଗନ କୁମାର ନାୟକ ଯୋଗ ଦେଇଥିଲେ | 9 ଟି ବିଦ୍ୟାଳୟ ର 120 ଛାତ୍ରୀ ଛାତ୍ର କନିଷ୍ଠ ଓ ବରିଷ୍ଠ ବର୍ଗର ବକ୍ତୃତା, ସୃଜନ ଲିଖନ, ଚିତ୍ରାଙ୍କନ, କୁଇଜ୍, ସଙ୍ଗୀତ, ହସ୍ତାକ୍ଷର ଓ ନୃତ୍ୟ ପ୍ରତିଯୋଗିତା ରେ ଭାଗ ନେଇଥିଲେ | ସେହିପରି ମାଣ୍ଡିଆ ର ବ୍ୟାଵହାର ବୃଦ୍ଧି ନେଇ ଓଡ଼ିଶା ମିଲେଟ ତରଫରୁ କନିଷ୍ଠ ଓ ବରିଷ୍ଠ ବର୍ଗର କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା |
ପ୍ରତିଯୋଗିତା ମାନଙ୍କରେ ପ୍ରଥମ ସ୍ଥାନ ପାଇଥିବା କୃତି ପ୍ରତିଯୋଗୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ | ପୁଞ୍ଜିଗୁଡା ପ୍ରଧାନଶିକ୍ଷକ ଦିଲ୍ଲୀପ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ସହଯୋଗ କରିଥିଲେ ବେତଝରଣ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୁମର ଭତରା , ନୀଳାଦ୍ରିଗୁଡା ପ୍ରଧାନ ଶିକ୍ଷକ ଡମ୍ବରୁ ଭତରା ,କାନ୍ଦ୍ରାଗୁଡା ପ୍ରଧାନ ଶିକ୍ଷକ ଅନୁପମା ପୂଜାରୀ, ଦିଶାରୀଗୁଡା ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ତ୍ରିପାଠୀ,ପ୍ରମୋଦ କୁମାର ମାଝୀ, ସରୋଜ ନାୟକ, ସସ୍ମିତା ପାଢ଼ୀ, ପୁର୍ଣ ମୁକୁନ୍ଦ, ପ୍ରୀତିପୋରମିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ |