ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜରେ ବିଶ୍ବ ଆଦିବାସୀ ଦିବସ, ଅଗଷ୍ଟ କ୍ରାନ୍ତି ଦିବସ ଓ ଗଙ୍ଗାଧର ଜୟନ୍ତୀ ଆୟୋଜିତ

ରାଉରକେଲା କଲେଜରେ ବିଶ୍ବ ଆଦିବାସୀ ଦିବସ, ଅଗଷ୍ଟ କ୍ରାନ୍ତି ଦିବସ ଓ ଗଙ୍ଗାଧର ଜୟନ୍ତୀ ଆୟୋଜିତ

ରାଉରକେଲା : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜରେ ବିଶ୍ବ ଆଦିବାସୀ ଦିବସ, ଅଗଷ୍ଟ କ୍ରାନ୍ତି ଦିବସ ଓ ଗଙ୍ଗାଧର ଜୟନ୍ତୀ ପ୍ରାଧ୍ଯାପିକା ତପସ୍ଵିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅଗଷ୍ଟ କ୍ରାନ୍ତିର ଇତିହାସ ସଂପର୍କରେ ଛାତ୍ର-ଛାତ୍ରୀମାନଙ୍କୁ ବାର୍ତ୍ତା ଦେଇ ଉଦବୁଦ୍ଧ କରିଥିଲେ। ପ୍ରାଧ୍ଯାପିକା ମିଶ୍ର ତିନୋଟି ଦିବସର ମହତ୍ତ୍ଵକୁ ଉପସ୍ଥାପିତ କରିଥିଲେ। ପରେ ବରିଷ୍ଠ ଅଧ୍ୟାପକ ଅନୁପ ଏକ୍କା ଓରାମ୍ ସଂପ୍ରଦାୟର ଇତିହାସ ଓ ସଂସ୍କୃତି ସମ୍ପର୍କରେ ବିଶେଷ ଆଲୋଚନା କରିଥିଲାବେଳେ ପ୍ରାଧ୍ୟାପିକା ଭାରତୀ ବରୱା କିଷାନ ସଂପ୍ରଦାୟର ପରମ୍ପରା ଓ ଅସ୍ମିତା ସଂପର୍କରେ ଆଲୋକପାତ କରିଥିଲେ। ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମାଟି ପ୍ରୀତି ଓ ଅମଳିନ ସାହିତ୍ୟ ସଂପର୍କରେ ଚର୍ଚ୍ଚା କରିଥିଲେ। ଶେଷରେ ଛାତ୍ରୀ ରାନୀ କୁମାରୀ ବିଭିନ୍ନ ଦିବସକୁ ନେଇ କବିତା ଆବୃତ୍ତି ଏବଂ ଶତାଧିକ ଛାତ୍ର-ଛାତ୍ରୀ ଆଦିବାସୀ ସଂଗୀତ ଗାନ ସହ ପାରମ୍ପରିକ ବାଦ୍ୟଯନ୍ତ୍ର ତାଳେତାଳେ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ସ୍ପର୍ଶ ପ୍ରଦାନ କରିଥିଲେ ପ୍ରାଧ୍ୟାପକ ରଂଜିତ ପ୍ରଧାନ। ପ୍ରାଧ୍ୟାପିକା ବନ୍ଦନା ସୋରେଙ୍ଗ, ପ୍ରାଧ୍ୟାପକ ମନୋଜ ଦଳେଇ, ଅନାମିକା କୁଲ୍ଲୁ, ଅନୁପମା ଲୁଗୁନ, ପ୍ରିୟଙ୍କା ପଲେଇ, ପ୍ରତିମା ଷଡ଼ଙ୍ଗୀ, ସନ୍ତୋଷ ରଜାକ, ଦୁର୍ଯ୍ୟୋଧନ ଖଟୁଆ, ରାଜକୁମାର ସାହୁ, ଅରୁଣ ନାୟକ, ଗିରୀଶ ପରିଡ଼ା, ଶୁଭଶ୍ରୀ ବାରିକ, ସ୍ବାତୀ ସ୍ମିତା ସାହୁ ପ୍ରମୁଖ ଅଧ୍ୟାପକ-ଅଧ୍ଯାପିକା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂତନ ତହସିଲଦାର ଙ୍କ ଯୋଗଦାନ

masiha

ଡିସେମ୍ବର ୨୨ରୁ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ସମ୍ବର୍ଦ୍ଧିତ ହେବେ ବସନ୍ତ, ମନୋଜ, କାହ୍ନୁଚରଣ ଏବଂ ଆଶୁତୋଷ….

masiha

ଚିକିଲି ଗାଁ ସ୍କୁଲରେ ଶିକ୍ଷକ ଦାବିରେ ସ୍କୁଲ ଗେଟରେ ତାଲା ,  ଗ୍ରାମବାସୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ

masiha

Leave a Comment

error: Content is protected !!