ଭଦ୍ରକ ସାଂସଦଙ୍କୁ ଭେଟିଲେ ଶିକ୍ଷାବିତ୍
ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ରପେୟା ଗ୍ରାମ ପଞ୍ଚାୟତ ଅଧୀନ ରପେୟା ଗ୍ରାମରେ ଦୀର୍ଘବର୍ଷ ହେବ ଏକ ଡାକଘର ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ସମୟରେ ଦାବୀ ହେଉଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ସହୃଦୟତା ପ୍ରକାଶ ପାଉନାହିଁ | ରାଜ୍ୟ ଓ କେନ୍ଦ୍ର ସରକାର କ୍ରୀଡ଼ାକୁ ଗୁରୁତ୍ବ ଦେଉଥିଲେ ମଧ୍ୟ ନୂତନ ପଞ୍ଚାୟତ ହେବାର ଦୀର୍ଘ ୨୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏ ଅଞ୍ଚଳରେ ଖେଳ ପଡ଼ିଆଟେ ନାହିଁ |ଯାହାଫଳରେ ଯୁବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସଠିକ ଭାବେ ଅନୁଷ୍ଠିତ ହୋଇପାରୁନାହିଁ |
ଏଣୁ ଉକ୍ତ ମାଟିର ପୁଅ ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ରାଉତ ଗତକାଲି ତା- ୨୬/୦୪/୨୦୨୬ ରିଖ ରବିବାର ଭଦ୍ରକ ଜିଲ୍ଲାର ଲୋକପ୍ରିୟ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀଙ୍କୁ ସାକ୍ଷାତ କରି ଭଦ୍ରକ ଲୋକସଭା କ୍ଷେତ୍ର ଅଧୀନ ଉକ୍ତ ପଞ୍ଚାୟତରେ ଏହି ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ଶ୍ରୀଯୁକ୍ତ ରାଉତ ସାଂସଦଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ଏବଂ ସେ ଆଶା ଏବଂ ବିଶ୍ବାସ ରଖିଛନ୍ତି ସାଂସଦ ମହୋଦୟ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ତ୍ଵରିତ ପଦକ୍ଷେପ ଗ୍ରହଣ କରିବେ |
ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍

