ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶଳା ଭାଉଜକୁ ମାଡ ମାରି ଜ୍ଵାଇଁ ଗିରଫ

ଡାବୁଗାଁ, ୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ନାୟକମୁଣ୍ଡାଗୁଡା ଗ୍ରାମରେ ଶଳା ଭାଉଜକୁ ମାଡ ମାରିବା ଅଭିଯୋଗରେ ଗୁରୁବାର ଜ୍ଵାଇଁ କୁ ଗିରଫ କରିଛି ଡାବୁଗାଁ ପୋଲିସ | ସୂଚନାଯୋଗ୍ୟ :- ବୁଧବାର ରାତ୍ର ପ୍ରାୟ ୧୦ ଘ. ସମୟରେ ନାୟକମୁଣ୍ଡାଗୁଡା ଗ୍ରାମର ସମାରୁ ଜାନୀ (୪୦) ମଦ୍ୟପାନ କରି ଘରକୁ ଫେରି ଥିଲେ | ସେହି ସମୟରେ ତାଙ୍କ ସ୍ତ୍ରୀ ରତ୍ନା ଜାନୀ ଘର ଦାଣ୍ଡରେ ନିଜ ଭାଉଜ ସାବିତ୍ରୀ ଜାନୀ ଙ୍କ ସହ ବସି କଥା ବାର୍ତ୍ତା ହେଉଥିଲେ | ସେହି ସମୟରେ ସମାରୁ ଆସି ନିଜ ସ୍ତ୍ରୀ ରତ୍ନା ଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ | ସେଠାରେ ଉପସ୍ଥିତ ଥିବା ଶଳାଭାଉଜ ସାବିତ୍ରୀ ତାଙ୍କୁ କାହିଁକି ଗାଳି କରୁଛ ବୋଲି କହିଥିଲେ | ସମାରୁ ସଙ୍ଗେସଙ୍ଗେ ସାବିତ୍ରୀ ଙ୍କୁ ଗାଳିଗୁଲଜ କରିବା ସହ ହଠାତ ପାଖରେ ଥିବା ଏକ କାଠ ଫାଳିଆ ଧରି ତାଙ୍କୁ ଆକ୍ରମଣ କରିଥିଲେ | ଫଳରେ ତାଙ୍କର ମୁଣ୍ଡରେ ଓ ଅନ୍ୟ ସ୍ଥାନରେ ମାଡ ବାଜି ରକ୍ତସ୍ରାବ ହୋଇଥିଲା | ଫଳରେ ସାବିତ୍ରୀ ବେହୋସ ହୋଇପଡିଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଆଜି ଗୁରୁବାର ସାବିତ୍ରୀ ଡାବୁଗାଁ ଥାନାରେ ଜ୍ଵାଇଁ ସମାରୁ ଙ୍କ ନାମରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଅଭିଯୁକ୍ତ ସମାରୁ ଙ୍କୁ ଗିରଫ କରିଥିଲେ | ଆସନ୍ତା କାଲି ଶୁକ୍ରବାର ସମାରୁଙ୍କୁ କୋର୍ଟ ଚାଲାଣ କରାଯିବ | ଏନେଇ ଥାନା କେସ ନଂ ୪୮/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ଅଜଣା ଟ୍ରକ ଘୋଷାରି ମାରିଲା ବାଇକ ଆରୋହୀ ଙ୍କୁ, ଘଟଣା ସ୍ଥଳରେ ଉତ୍ତେଜନା

masiha

ନାବାଳିକାଙ୍କ ମୃତ ଶରୀର କୂଅ ରୁ ଉଦ୍ଧାର, ହତ୍ୟା ଅଭିଯୋଗ

masiha

ଆନ୍ତଃରାଜ୍ୟ ଗଂଜେଇ ମାଫିଆଙ୍କୁ ଆନ୍ଧ୍ରପ୍ରଦେଶ ରୁ ଗିରଫ କଲା କନ୍ଧମାଳ ପୋଲିସ 

Sunil Chandra Nayak

Leave a Comment

error: Content is protected !!