ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷିଙ୍କ ପାଇଁ ଦେବଦୂତ ସାଜିଲେ ବ୍ଲକ ଉପାଧ୍ୟକ୍ଷ, ନଦୀରୁ ୪ଶହ ମିଟର ତିଆରି କଲେ ନାଳ, ୩ଶହ ଏକଡ଼ ଚାଷ ଜମି ହେଲା ଜଳସେଚନ

ଚାଷିଙ୍କ ପାଇଁ ଦେବଦୂତ ସାଜିଲେ ବ୍ଲକ ଉପାଧ୍ୟକ୍ଷ, ନଦୀରୁ ୪ଶହ ମିଟର ତିଆରି କଲେ ନାଳ, ୩ଶହ ଏକଡ଼ ଚାଷ ଜମି ହେଲା ଜଳସେଚନ

କୋକସରା,୧୦/୯ // ଅନାବୃଷ୍ଟି କାରଣରୁ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୨୨ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ବ୍ଲକର ଚାଷୀ ମାନେ ଚିନ୍ତା ଓ ନିରାଶା ୟରେ ରହିଛନ୍ତି। ବ୍ଲକକୁ ମରୁଡି ଘୋଷଣା ସହ ଚାଷ କ୍ଷୟକ୍ଷତି ଆକଳନ କରି ଇନ ପୁଟ ସବସିଡ଼ି, କୃଷି ଋଣ ଛାଡ଼ ଓ ଶସ୍ୟ ବୀମା ପ୍ରଦାନ ପାଇଁ ସଚେତନ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କିଛି ପଂଚାୟତରେ ଚାଷି ବୁଣା ରୁଆ ଧାନରେ ଗାଈଗୋରୁ ଛାଡି ସାରିଲେଣି। ଏଭଳି ସ୍ଥିତିରେ ବ୍ଲକର ଚାଷୀମାନେ ଯେଉଁଠି ଜଳଉତ୍ସ ଅଛି ସେଇଠୁ ପାଣିପମ୍ପରେ ପାଣି ଉଠାଇ ନିଜର ଚାଷ ଜମିକୁ ଜଳସେଚିତ କରିବାକୁ ଅହରହ ଚେଷ୍ଟା ଜାରି ରଖିଛନ୍ତି । କିଛି ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ର ଦେବତା ଓ ଗ୍ରାମ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। କୋକସରା ବ୍ଲକ ମହିମା ଓ ଟେମରା ପଞ୍ଚାୟତର ମହିମା, ନୂଆପଡା ଖୁର୍ସେଲଗୁଡା ଗ୍ରାମର ଚାଷିଙ୍କ ପ୍ରାୟ ୩ଶହ ଏକଡ଼ ଚାଷଜମି ଜଳସେଚନ ହୋଇପାରୁନଥିଲା । ଅଞ୍ଚଳର ଚାଷୀମାନେ ସ୍ଥାନୀୟ ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକଙ୍କ ଜରିଆରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ବେହେରା ନଦୀରୁ ନାଳ ଖୋଲାଇ ପାଇପ ଯୋଗେ ଜଳସେଚନ କରିବାକୁ ଅନୁରୋଧ କରିଥିଲେ। ମରୁଡି ସ୍ଥିତିରେ ବ୍ଲକ ଉପାଧ୍ୟକ୍ଷ ଚାଷିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜେସିବି ମେସିନ ଲଗାଇ ବେହେରା ନଦୀରୁ ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ନାଲା ଖୋଲାଇ ପାଇପ ଲାଇନ ଯୋଗେ ପ୍ରାୟ ୩୦୦ ଏକଡ଼ ଚାଷଜମିକୁ ଜଳସେଚନ ପାଇଁ ବ୍ୟବସ୍ଥା କରିଛନ୍ତି, ଫଳରେ ଏହି ୩ ଶହ ଏକଡ଼ ଜମିରେ ଚାଷ ହେବା ଆଶା ଦେଖାଦେଇଛି। ବ୍ଲକ ଉପାଧ୍ୟକ୍ଷଙ୍କ ଏହି ମହାନତାକୁ ଅଞ୍ଚଳର ଚାଷୀ ସୁଧୀର ସାହୁ, ହିମାଂଶୁ ନାଏକ, ଭୁବନେଶ୍ୱର ନାଏକ, ଜଗ କୋଲଥିଆ, ସଦାନନ୍ଦ ପାତ୍ର, ହିରାଧାର ପାତ୍ର, ତପନ ପାତ୍ର, ପବିତ୍ର ନାଏକ, ନିଳାମ୍ବର ନାଏକ, ଭଗବାନ ଧ. ମାଝୀ ଓ ଅନ୍ୟ ପ୍ରମୁଖ ଚାଷୀମାନେ ମାନେ ପ୍ରଶଂସା କରିଛନ୍ତି।

ମସିହା ନିୟୂଜ୍ ସର୍ଭିସ 

Related posts

୭୫ତମ ସମ୍ବିଧାନ ଦିବସ ପାଳିତ

masiha

ନବରଙ୍ଗପୁରରେ ଡଃ ସଦାଶିବ ତ୍ରିପାଠୀ ଜୟନ୍ତୀ ପାଳିତ

Sunil Chandra Nayak

ଝରିଗାଁ ବ୍ଲକ ସମିତି ସଭ୍ୟଙ୍କ ଦ୍ବାରା ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!