ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ରେ 5G !  ପେରମଞ୍ଜି, ରାଣୀଡୁମେର, ସିରମସ୍କା,ଓ ଗୋପାଳପୁର ଠାରେ 5G ଟାଓ୍ବାର ଉଦଘାଟନ

ଥୁଆମୂଳ ରାମପୁର : ୦୫/୦୧ – (ମ.ନି.ସ):- ଦୁର୍ଗମ ଅଞ୍ଚଳରେ ଟେଲିଯୋଗାଯୋଗ କ୍ଷେତ୍ରରେ ସହଜରେ ଉପଲବ୍ଧ କରିବା ଓ ପ୍ରତ୍ୟେକ କାର୍ଯ୍ଯରେ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାରେ ସର୍ବ ପ୍ରଥମେ 5G ଟାଓ୍ବାର ମାନ୍ଯବର କେନ୍ଦ୍ର ଟେଲିକମ୍ ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରିକ୍ଷୀରେ ଓଡିଶାର ନୂଆପଡାରେ ୧୭ ଟି 5G ଓ କଳାହାଣ୍ଡି ଜିଲ୍ଲାରେ ୧୯ ଗୋଟି 5G ଟାଓ୍ବାର ଉଦଘାଟନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ପଛୁଆ ଅଞ୍ଚଳ ହୋଇଥିବା ଯୋଗୁଁ ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ତାଙ୍କ ପ୍ରୟାସ ରେ ଥୁଆମୂଳ ରାମପୁର ବ୍ଳକର ଜନସାଧାରଣଙ୍କୁ ଉନ୍ନତ ମାନର ଟେଲିଯୋଗାଯୋଗ କ୍ଷେତ୍ରରେ ସୁବିଧା ଯୋଗାଇ ଦେବା ପାଇଁ ଅହରହ ଚେଷ୍ଟା କରୁଥିବା ଫଳରେ ତାଙ୍କର ଚେଷ୍ଟା ସଫଳ ହୋଇଛି, ଆଜି ଯଥା ତା ୦୫/୦୧/୨୦୨୩ ରିଖ ଗୁରୁବାର ଦିନ ପେରମଞ୍ଜି, ରାଣୀଡୁମେର, ସିରମସ୍କା ଓ ଗୋପାଳପୁରରେ 5G ଟାଓ୍ବାର ର ଉଦଘାଟନ କରାଯାଇଛି। ସେହିଭଳି ଗୋପାଳପୁର ଗ୍ରାମପଞ୍ଚାୟତ ପ୍ରାଙ୍ଗଣରେ ଜିଲା ବିଏସଏଲ ପକ୍ଷରୁ ଆୟୋଜନରେ 5G ସେବା ଉଦଘାଟନି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଥୁଆମୂଳ ରାମପୁର ତହସିଲଦାର ଶ୍ରୀ ଇଶ୍ଵର ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବରେ ଟିଡିଏମ୍ ଶ୍ରୀଯୁକ୍ତ ସିଦ୍ଧାର୍ଥ ରାଏ, ରାଜ୍ଯ କାର୍ଯ୍ଯ କାରିଣୀ ସଦସ୍ୟ ଶ୍ରୀଯୁକ୍ତ ରମେଶ ମାଝୀ, ମାନ୍ଯବର କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ତଥା ଟେଲିକମ୍ ସଦସ୍ୟ କଳାହାଣ୍ଡି ଶ୍ରୀଯୁକ୍ତ ବିଷ୍ଣୁ ନାଏକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜୟଶଙ୍କର ନାଏକ, ଜିଓ କର୍ତ୍ତୃପକ୍ଷ ଶ୍ରୀ ବିଶ୍ବରଞ୍ଜନ ମହାନ୍ତି, ଥୁଆମୂଳ ରାମପୁର ଥାନା ASI ଶ୍ରୀ ମନୋରଞ୍ଜନ ବାଗ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ଯମାନଙ୍କ ମଧ୍ୟରେ ଥୁଆମୂଳ ରାମପୁର ବ୍ଳକ ବିଜେପି ମଣ୍ଡଳ ସଭାପତି ଶ୍ରୀ ସୁଶାନ୍ତ ନାଏକ, ଶ୍ରୀ ଧନର୍ଯ୍ଯୟ ନାଏକ ଶ୍ରୀ ରାଧାକୃଷ୍ଣ ନାଏକ. ଶ୍ରୀ ବିପିନ ନାଏକ. ଶ୍ରୀ ଶତ୍ରୁଘ୍ନ ଗହୀର, ଶ୍ରୀ ଚକ୍ରଧର ମାଝୀ ସ୍ଥାନୀୟ. ସରପଞ୍ଚ ଶ୍ରୀ ବେଣୀମାଝୀ. ଶ୍ରୀ ଆଲୋକ ରଞ୍ଜନ ନାଏକ. ଶ୍ରୀ ଅଭିରାମ ନାଏକ, ଶ୍ରୀ ଭାରତ ଚନ୍ଦ୍ର ନାଏକ, ଶ୍ରୀ ଭାସ୍କର ନାଏକ. ଏବଂ ସ୍ଥାନୀୟ ଗ୍ରାମପଞ୍ଚାୟତର ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ଥୁଆମୂଳ ରାମପୁର ବ୍ଳକ ଏକ ଅନୁନ୍ନତ ଅଞ୍ଚଳ ହୋଇଥିବା ଯୋଗୁଁ ଏହି ଅଞ୍ଚଳରେ ପ୍ରାୟତଃ ଟେଲିଯୋଗାଯୋଗ କ୍ଷେତ୍ରରେ ହେଉ କିମ୍ବା ଅନ୍ଯାନ୍ଯ ଅସୁବିଧା ହେଉ ତାହାକୁ ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ନାଏକଙ୍କ ଚେଷ୍ଟା ଯୋଗୁଁ ଏହାର ଫଳସ୍ୱରୂପ ଥୁଆମୂଳ ରାମପୁର ବ୍ଳକରେ 5G ଟାଓ୍ବାର କାର୍ଯ୍ଯକାରିକୁ ନେଇ ଅଞ୍ଚଳରେ ସାଦୁବାଦ ଜଣାଇଥିବା ଜଣାଯାଏ

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମହିଳା ମାନଙ୍କ ଗର୍ଭୋସବ ସଂସ୍କାର କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଏବଂ ବିଶାଳ ସ୍ଵାସ୍ଥ୍ୟ ଶିବିର 

Sunil Chandra Nayak

ଆମପାଣି ଓ କୋକସରା ହାଇସ୍କୁଲରେ ଗୁରୁ ଦିବସ ପାଳନ

masiha

Leave a Comment

error: Content is protected !!