ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୋକରୀଦର ଜଳପ୍ରପାତରେ ଯୁବକ ବୁଡି ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଉଦ୍ଧାର ହେଲା ଶବ

କୋକସରା,୨୯/୫- କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଜଳପ୍ରପାତରେ ରବିବାର ଜଣେ ଯୁବକ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ଘଟଣାର ୨୪ ଘଣ୍ଟା ପରେ ଭବାନୀପାଟଣା ଓ କୋକସରା ଦମକଲ ଟିମର ମିଳିତ ସର୍ଚ୍ଚ ଅପରେସନ ପରେ ମୃତ ଦେହ ଉଦ୍ଧାର ହୋଇଥିଲା । ରବିବାର ଧର୍ମଗଡ ସହରର ୪ ଜଣ ସାଙ୍ଗ କୋକସରା ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାକୁ ବୁଲିବାକୁ ଯାଇ ଡୋକାରୀ ଦର ଜଳପ୍ରପାତ ରେ ଗାଧେଇବା ସମୟରେ ଜଣେ ସାଙ୍ଗ ଅମନ ଅଗ୍ରୱାଲ(୨୫) ପାଣିରେ ବୁଡି ନିଖୋଜ ହୋଇଥିବା ବେଳେ ଖବର ପାଇ ଆମପାଣି ପୋଲିସ ଓ କୋକସରା ଦମକଲ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ କରିଥିଲେ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ସୋମବାର ସକାଳୁ ପୁଣି ଭବାନୀପାଟଣା ଓ କୋକସରା ଦମକଲ ଟିମ ଆସି ପୁଣିଥରେ ଜଳପ୍ରପାତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦୀର୍ଘ ୨୪ ଘଣ୍ଟା ପରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ପରେ କୋକସରା ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ସମୟରେ ଘଟଣାସ୍ଥଳରେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ , ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜୁନାଗଡ଼ ଏନଏସି ଚେୟାରମ୍ୟାନ ମୁକେଶ ଅଗ୍ରୱାଲ, ଗୌତମ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା ଓ ମୃତକ ଯୁବକର ପରିବାର ବର୍ଗ ସମେତ କୋକସରା ବ୍ଲକ ପ୍ରଶାସନ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ପରେ କୋକସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି। ଏନେଇ ଆମପାଣି ପୋଲିସ ଏକ ଅପମୃତ୍ୟୁ ମାମଲା ୩/୨୩ ରେ ରୁଜୁ କରି ଶବ ହସ୍ତାନ୍ତର କରିଥିବା ନେଇ ପୋଲିସ ଏ ଏସ ଆଇ ମନୋଜ ନାଏକ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଘୁଞ୍ଚିଲା ଲ୍ୟାମ୍ପସ ଏମଡି ଙ୍କ ତଦନ୍ତ ତାରିଖ 

masiha

ମାର୍ଚ୍ଚ ୨୧ ତାରିଖ ୬ ଘଣ୍ଟିଆ ବନ୍ଦ ପାଳନ ଉପଲକ୍ଷେ କୁଡୁମି ସେନା ପକ୍ଷରୁ ସଚେତନତା ବାର୍ତ୍ତା

Sunil Chandra Nayak

ଦାସୀ ଗାଁରେ ୫ ଟି ସ୍କୁଲ ଲୋକାର୍ପିତ

Leave a Comment

error: Content is protected !!