ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଓଏସସିଏଫ୍ ର ନବ-ନିର୍ବାଚିତ ପଦାଧିକାରୀଙ୍କ ପ୍ରଥମ ବୈଠକ ଅନୁଷ୍ଠିତ

ଭବାନୀପାଟଣା – ଜିଲ୍ଲାର ଅଗ୍ରଣୀ ସାମାଜିକ ତଥା ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ୍ କାଷ୍ଟ ଫେଡେରେସନ୍ ର ନବ-ନିର୍ବାଚିତ ପଦାଧିକାରୀଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଜିଲ୍ଲା ପଦାଧିକାରୀଙ୍କ ୨ ବର୍ଷ ପୂର୍ତ୍ତି ପରେ ନୂତନ କର୍ମକର୍ତ୍ତା ଚୟନ ଗତ ମଇ ୨୧ ତାରିଖ ଦିନ ନିର୍ବାଚିତ ହୋଇଥିଲେ। ନୂତନ ପଦାଧିକାରୀ ଦାୟୀତ୍ବ ଗ୍ରହଣ କରିବା ପରେ ୨୮ ତାରିଖ ଦିନ ଭବାନୀପାଟଣା ନକଟିଗୁଡା ସ୍ଥିତ ଆମ୍ବେଦକର ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ଉପଦେଷ୍ଟା ଧିମାନ୍ ପ୍ରେମାନନ୍ଦ ବାଗ, ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ୍, ଉପଦେଷ୍ଟା ଯୋଗେଶ୍ୱର ସାଗର , ସଂଗଠନର ସଭାପତି ଧିମାନ୍ ଶ୍ରୀବତ୍ସ ତାଣ୍ଡି, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କୁମାର, ମହିଳା ନେତ୍ରୀ ରମଣୀ ଦୁରିଆ, ଏସ୍ ସୁଜାତା,କାର୍ଯ୍ୟକାରୀ ସଭାପତି ଋଷି ସୂଦନ ଛତ୍ରପାଲ,ଆଶିଷ ରଞ୍ଜନ ନାଏକ,ସୁନିଲ କୁମାର ଦୁରିଆ, ଚକ୍ରଧର ବେଣୁପାଣୀ ଓ କ୍ଷେତ୍ରମୋହନ ସତନାମୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ମାନେ ତଥାଗତ ବୁଦ୍ଧ, ସମ୍ବିଧାନ ପ୍ରଣେତା ବାବାସାହେବ ଓ ବହୁଜନସମାଜର ମହାପୁରୁଷ ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହି ଅବସରରେ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେହିପରି ସାମାଜିକ,ଯୁବ , ଛାତ୍ର, ମହିଳା, କର୍ମଚାରୀ, କ୍ରୀଡା, ସଂସ୍କୃତି, ମିଡ଼ିଆ ଆଦି ବିଭାଗ ଗୁଡିକ ଆବଣ୍ଟନ କରି ଦାୟିତ୍ଵ ଦିଆଯାଇଥିଲା। ମଞ୍ଚାସୀନ ଅତିଥି ଓ ପଦାଧିକାରୀ ସଂଗଠନ କିପରି ସମାଜରେ ଆର୍ଥିକ, ସାମାଜିକ , ଶିକ୍ଷା କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରି ତାଙ୍କର ବିକାଶ ପାଇଁ ପଦକ୍ଷେପ ନିଆଯିବ ସେଥିପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ସଦସ୍ୟମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ବିଭୀଷଣ ନାଏକ ପରିଚାଳନା କରିଥିବା ବେଳେ ପରିଶେଷରେ ଶ୍ରୀ ବାଗ ବୈଠକର ପରିସମାପ୍ତି ଘୋଷଣା କରିଥିଲେ।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

ନୂତନ ଅଙ୍ଗନବାଡି ଦିଦି ଙ୍କୁ ସ୍ୱାଗତ 

masiha

ଆଞ୍ଚଳିକ ବ୍ରାହ୍ମଣ ସମିତିର ଶାଖା କମିଟି ବୈଠକ

masiha

Leave a Comment

error: Content is protected !!