ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଉଣ୍ଟ ଏଭରେଷ୍ଟ ଦିବସ ପାଳିତ

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରା ଗ୍ରାମପଞ୍ଚାୟତ ନିକଟସ୍ଥ ଟାଙ୍ଗିରି ପାହାଡରେ ଆଜି ୨୯ ମଇ ଦିନ ମାଉଣ୍ଟ ଏଭରେଷ୍ଟ ଦିବସ ପାଳନ କରାଯାଇଥିଲା । ପ୍ରକାଶ ଥାଉକି ଯେ ୨୯ ମଇ ୧୯୫୩ ମସିହାରେ ବିଶ୍ବର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟକୁ ତେନଜିଙ୍ଗ ନର୍ଗେ ସେରପା ଓ ସାର ଏଡମଣ୍ଡ ହିଲାରୀ ସଫଳତାର ସହିତ ଆରୋହଣ କରି ବିଶ୍ବ ଯୁବପିଢିଙ୍କୁ ଦୁଃସାହସିକ ପର୍ବତାରୋହଣର ମାର୍ଗ ଦେଖାଇଥିଲେ। ଏଭରେଷ୍ଟ ବିଜେତା ଯୋଗବ୍ଯାସ ଭୋଇଙ୍କ ସହିତ ରୁପ୍ରାର ବରିଷ୍ଠ ପର୍ବତାରୋହୀ ରୋମାଞ୍ଚଳ ଭୋଇ, କେସିଙ୍ଗା ଫରେଷ୍ଟ କେନ୍ଦୁଲିଫରେ କାର୍ଯ୍ୟରତ ଦୁଃସାହସିକ କର୍ମଚାରୀ କମଲେଶ ନାୟକ, ରୁପ୍ରାର ସୁମିତ ସାହୁ, ଶିକ୍ଷକ ବିବେକାନନ୍ଦ ସାହୁ ସଫଳତାର ସହିତ ଏକ ହଜାର ଫୁଟ ଉଚ୍ଚତା ପାହାଡକୁ ଦୁଇ ଘଣ୍ଟା ସମୟରେ ଚଢିଥିଲେ। ପାହାଡ ଶିଖରରେ ପହଞ୍ଚିବା ପରେ ବ୍ଯାନର ସହିତ ” ସେଭ ହିମାଳୟ, ସେଭ ନେଚର ” ସ୍ଲୋଗାନ ଦେଇ ମାଉଣ୍ଟ ଏଭରେଷ୍ଟ ଦିବସ ପାଳନ କରିଥିଲେ । ଏହା ସହିତ କଳାହାଣ୍ଡି ଜିଲ୍ଲା, ଓଡିଶା ତଥା ଦେଶର ସମସ୍ତ ଜନସାଧାରଣଙ୍କୁ ଜଙ୍ଗଲ ପାହାଡର ସୁରକ୍ଷା ହେଲେ ମାନବଜାତିର ସୁରକ୍ଷା ହୋଇ ପାରିବ ବୋଲି ବାର୍ତ୍ତା ଦେଇଥିଲେ ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବିପ୍ଲବୀ ଯୁବକ ସଂଘ ତରଫରୁ ଅଭିନେତ୍ରୀ କାବେରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧନା

masiha

ଓକିଲ ସଂଘ ନିର୍ବାଚନ : ୨ ପଦବୀରେ ପ୍ରାର୍ଥୀତ୍ଵ ପ୍ରତ୍ୟାହାର 

Sunil Chandra Nayak

ଦୟନୀୟ ଅବସ୍ଥାରେ ତେରେସିଂହା କେନାଲ

Sunil Chandra Nayak

Leave a Comment

error: Content is protected !!