ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଯନ୍ତାରେ କରଂଜିଆ ତହସିଲଦାର ଚାର୍ଲ୍ସ ନାଏକ

 ମୟୂରଭଞ୍ଜ -୨୯/୫ (ମସିହା) ଦୁର୍ନିତୀ ହଟାଅ ନେଇ ସରକାର ସବୁବେଳେ ଗୁରୁତ୍ଵ ଦେଇ ଆସୁଛନ୍ତି ।୫ ଟି ଏବଂ ସ୍ବଛତାକୁ ଗୁରୁତ୍ଵ ଦେଇ ଆସୁଛନ୍ତି ।ହେଲେ ଲାଳୁଆ ଅର୍ଥଲୋଭୀ ପ୍ରଶାସନିକ ଅଧିକାରୀ ଦସତେ ଯେମିତି ତାଙ୍କ ଅସ୍ଥି,ମଜାରେ,ରକ୍ତରେ ମିଶି ଯାଇଛି ।ବିନା ଟଙ୍କାରେ ଫାଇଲ ଘୁଞ୍ଚାଇବେ ନାହିଁ ।ଟଙ୍କା ଦିଅ କାମ ହେବ ।ଗୋଟାଏ ପକ୍ଷରେ ଦୁର୍ନିତି ବିରୋଧୀ ସଚେତନତାରେ ସମସ୍ତଙ୍କୁ ଦୁର୍ନିତି ହଟାଅ ଶପଥ ପାଠ କରାଉଥିବା ବେଳେ ତା’ପରଠାରୁ ବର୍ଷ ତମାମ ଦୁର୍ନିତି ରେ ଲିପ୍ତ ହେଉଛନ୍ତି । ସରକାରଙ୍କ ଦୁର୍ନିତି ହଟାଅ ନିୟମକୁ ଫୁ କରି ଦେଇଛନ୍ତି ।ଏଭଳି ଏକ ଘଟଣା ଘଟିଛି ଆଜିର‌ଦିନରେ କରଂଜିଆ ତହସିଲରେ ।

   ଭିଜିଲାନ୍ସ ଇତିହାସରେ ସର୍ବାଧିକ ଲାଞ୍ଚ । ଦୁଇଟି ବ୍ଲାଙ୍କ ଚେକରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ କରଞ୍ଜିଆ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ । ଜମି ଅଧିଗ୍ରହଣ ଅର୍ଥ ରିଲିଜ ପାଇଁ ଲାଞ୍ଚ ନେଉଥିଲେ ଚାଲର୍ସ ନାୟକ । ୫୧ ଲକ୍ଷ ଅର୍ଥ ରାଶି ଦେବାକୁ ବ୍ଲାଙ୍କ ଚେକରେ ନେଉଥିଲେ ୧୨ ଲକ୍ଷ ଲାଞ୍ଚ । ଚେକରେ ଲାଞ୍ଚ ନେବା ପ୍ରଥମ ଘଟଣା । ଚାଲର୍ସ ନାୟକଙ୍କ ଘରେ ଏବେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରୁଛି।

ମୟୂରଭଞ୍ଜ କରଞ୍ଜିଆ ବାସଭବନରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ରେଡ୍‌ କରୁଛନ୍ତି । କରଞ୍ଜିଆ ବାସଭବନ ସମେତ କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ଚଢେଇ ଭୋଳରେ ରେଡ୍‌ ଚାଲିଛି । ସେହିପରି ଭଦ୍ରକ ଜିଲ୍ଲା ହସ୍ପିଟାଲ ସ୍ଥିତ ଘରେ ଚାଲିଛି ଚଢ଼ାଉ। ଏକକାଳୀନ ୪ଟି ସ୍ଥାନରେ ରେଡ୍‌ କରାଯାଉଛି। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଭିଜିଲାନ୍ସର ୪ ଜଣିଆ ଟିମ ରେଡରେ ସାମିଲ ଅଛନ୍ତି । ତହସିଲଦାରଙ୍କ ସ୍ଥାବର ଅସ୍ତାବର ସମ୍ପତ୍ତି ସହିତ ବ୍ୟାଙ୍କ ଆକାଉଣ୍ଟ, ଜମିବାଡ଼ି କାଗଜପତ୍ରର ଯାଞ୍ଚ କରାଯାଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବନ ବିଭାଗ ପକ୍ଷରୁ ବଜ୍ରକାପ୍ତା ଜବତ ,ଜଣେ ଗିରଫ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ମଦନ ପୁର ରାମପୁର ଶ୍ରୀପଲ୍ଲୀ ଛକ ନିକଟରେ ବାଘଛାଲ ବିକ୍ରି ଡିଲ ବେଳେ ମାଡିବସିଲା ଏସଟିଏଫ

Sunil Chandra Nayak

ଗରଗାଫ ସ୍ଥିତ ଏକ ମୋବାଇଲ ଦୋକାନ ରେ କଳାକନା ବୁଲାଇଲେ ଚୋର, ଥାନାରେ ଏତଲା 

masiha

Leave a Comment

error: Content is protected !!