ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଟୁରିଆ ଠାରେ ରାଷ୍ଟ୍ରମାତା ସାବିତ୍ରୀବାଇ ଫୁଲେ ଙ୍କ ୧୯୨ତମ ଜୟନ୍ତୀ ପାଳିତ

କାମାକ୍ଷାନଗର (ମ ନି ସ)୦୫/୦୧_କୁଟୁରିଆ ଗ୍ରାମ ଦଳିତ ସାହିରେ ରାଷ୍ଟ୍ରମାତା ନାରୀ ଶିକ୍ଷାର ପ୍ରତିଷ୍ଠାତା ଦେଶର ପ୍ରଥମ ନାରୀ ଶିକ୍ଷୟତ୍ରୀ ସାବିତ୍ରୀବାଇ ଫୁଲେ ଙ୍କ ୧୯୨ତମ ଜନ୍ମ ଜୟନ୍ତି ଉପଲକ୍ଷେ ଆମ୍ବେଦକର ମୂଳ ନିବାସୀ ଦଳିତ ସେବା ସଂଘ କାମାକ୍ଷାନଗର ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଙ୍ଘର ସଭାପତି ଶ୍ରୀ ଭିକାରି ଚରଣ ନାୟକ ସଭାପତିତ୍ୱ କରି ସାବିତ୍ରୀବାଇ ଫୁଲେ ଙ୍କ ଜୀବନୀ ବିଶଦ ଭାବେ ଆଲୋଚନା କରିଥିଲେ।ବାବାସାହେବ ଙ୍କ ଦ୍ଵାରା ଲିଖିତ ସମ୍ବିଧାନ ରେ ଦଳିତ ମାନଙ୍କ ଅଧିକାର ଆଇନ ଅଧିକାର ବିଷୟରେ ଜଣାଇଥିଲେ।ଆମ୍ବେଦକର ଫାଉଣ୍ଡେସନ ପରଜଙ୍ଗ ସଭାପତି ଶ୍ରୀ ଲମ୍ବୋଦର ନାୟକ ଦଳିତ ମାନଙ୍କ ମୌଳିକ ଅଧିକାର ନାଗରିକ ଅଧିକାର ଉପରେ ଆଧାରିତ ସମସ୍ତ ପ୍ରକାର ଆଲୋଚନା କରିଥିଲେ।କାମାକ୍ଷାନଗର ପଶ୍ଚିମାଞ୍ଚଳ ପାଣ ସମାଜ ସଭାପତି ଶ୍ରୀ ଅଚ୍ୟୁତାନନ୍ଦ ନାୟକ ଏକତା ଶିକ୍ଷା ବ୍ୟବସ୍ଥା ଉପରେ ବିଶଦ ଆଲୋଚନା କରିଥିଲେ।ଏଥିରେ ଗ୍ରାମ ସଭାପତି ଶ୍ରୀ ବିଦ୍ୟାଧର ନାୟକ, ରମେଶ ନାୟକ ,ପ୍ରଶାନ୍ତ ନାୟକ ମାଧବ ନାୟକ ପୀତବାସ ନାୟକ, ବୃନ୍ଦାବନ ନାୟକ ,ଫକୀର ନାୟକ ଜୋଷ୍ନ। ନାୟକ ପ୍ରମିଳା ନାୟକ, ପଦ୍ମାବତୀ ନାୟକ ,ମିତା ନାୟକ ,ପୁଷ୍ପଲତା ନାୟକ ,ରଜନୀ ନାୟକ, ଉଷା ନାୟକ ,ମତିନି ନାୟକ ,ଶିବାନନ୍ଦ ନାୟକ, ଦେବବ୍ରତ ନାୟକ ସୁଶାନ୍ତ ନାୟକ ବିଭୁତି ନାୟକ, ଅଦିଦ୍ୟ ନାୟକ ,ଅରୁପ ନାୟକ ଉପସ୍ଥିତ ରହି ଗ୍ରାମ ପରିଚାଳନା ନିମନ୍ତେ ପ୍ରତାପ ନାୟକ ରାକେଶ ନାୟକ, ସସ୍ମିତା ନାୟକ, ରଶ୍ମିତା ନାୟକ, ପାଂଚାଳି ନାୟକ ଙ୍କୁ କମିଟି ସଭ୍ୟ ଭାବେ ମନୋନୀତ କରାଯାଇଛି।ସଙ୍ଘର ସମ୍ପାଦକ ଚନ୍ଦ୍ରମଣି ମଲ୍ଲିକ ସଭା ପରିଚାଳନା କରିଥିଲେ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବିଂଝାଲ ସମାଜ ଜିଲ୍ଲା ମହାସଭା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Pious lady Pramalata Behura passed away. 

masiha

ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମୋହଉତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ 

Leave a Comment

error: Content is protected !!