ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଣ୍ଡସର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ ସମାରୋହ

ମୟୂରଭଞ୍ଜ -୫/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଳକ ଅନ୍ତର୍ଗତ ଜୁଲାଇ ୭ ତାରିଖ ୧୯୭୭ ମସିହାରେ ପ୍ରତିଷ୍ଠିତ କାଣ୍ଡସର ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ ସମାରୋହ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଜାମଦା ବିଡ଼ିଓ ଶ୍ରୀ ଦେବାଶିଷ ପଣ୍ଡା , ସମ୍ମାନିତ ଅତିଥି ଜାମଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସଦାନନ୍ଦ ମହାନ୍ତ, ବିଶେଷ ଅତିଥି ଜାମଦା ବ୍ଳକ ଆସିଷ୍ଟାଣ୍ଟ ଏକଜିଉଟିଭ ଇଞ୍ଜିନିୟର ଶ୍ରୀ ସନତ ରାଉତ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଅନିଲ କୁମାର ମହାପାତ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନିରଞ୍ଜନ ନାଏକଙ୍କ ପୌରହିତ୍ୟରେ ଏହି ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ସହକାରୀ ଶିକ୍ଷକ ସେକ୍ ମୁସ୍ତାଫା ଅଲ୍ଲୀ ମଂଚ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନେ ଅତିଥିଙ୍କୁ ପାଛୋଟି ନେଇଥିଲେ ।ପ୍ରଥମେ ବିଦ୍ୟାଳୟରେ ନୂତନ ଭାବେ ସ୍ଥାପିତ ମହାତ୍ମାଗାନ୍ଧୀ , ଅଶୋକ ଚକ୍ର ଏବଂ ନୂତନ ଶ୍ରେଣୀ ଗୃହ ବିଡ଼ିଓ ଏବଂ ଅନ୍ୟ ଅତିଥିଗଣ ଉଦଘାଟିତ କରିଥିଲେ ।ପରେ ବିଡ଼ିଓ ଶ୍ରୀ ଦେବାଶିଷ ପଣ୍ଡା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ସମାଜର ବିକାଶରେ ଶିକ୍ଷାର ଭୂମିକା ଅବର୍ଣ୍ଣନୀୟ । ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ,ଅଧ୍ଯାଵସାୟ, ଗୁରୁଭକ୍ତି କରିବାକୁ ପ୍ରେରଣା ଦେଇଥିଲେ ।ପ୍ରଶାସନ ତରଫରୁ ବିଦ୍ୟାଳୟର ଉନ୍ନତି ପାଇଁ ଯାହାକିଛି ଆବଶ୍ୟକ ତାହା ଯୋଗାଇ ଦେବେ ।ଅର୍ଥର ଅଭାବ ନାହିଁ ।ନୂତନ ଶ୍ରେଣୀଗୃହ ପାଇ ଛାତ୍ରଛାତ୍ରୀ ମାନେ ଆନନ୍ଦିତ ହୋଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଉପସ୍ଥିତ ଅତିଥି, ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନାରେ ଜାମଦା ବ୍ଳକର ଯୁବ ସମାଜସେବୀ ସନ୍ତୋଷ ମଣ୍ଡଳ, ବରିଷ୍ଠ ଶିକ୍ଷକ,ଅଜୟ ସୃଠୀଜୀତେନ୍ଦ୍ର କୁମାର ବରାଳ,ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଝାଡବନ୍ଧରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଶାନ୍ତି ଶକ୍ତି ଭବନରେ ନଶାମୁକ୍ତ ଭାରତ–ବିକଶିତ ଭାରତ’ ଅଭିଯାନ ଉଦଘାଟିତ 

Sunil Chandra Nayak

ବରଗଡର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଫିଡ୍ ପକ୍ଷରୁ ଡାକ୍ତରୀ ପଢ଼ିବା ପାଇଁ ଗରୀବ ସରିତା କୁ ସହାୟତା

Sunil Chandra Nayak

Leave a Comment

error: Content is protected !!