ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକେ ହନ୍ତସନ୍ତ,ଅଘୋଷିତ ବିଦ୍ୟୁତ କାଟ,ହନ୍ତସନ୍ତ ଗାଁ ଓ ସହରବାସୀ

ଲୋକେ ହନ୍ତସନ୍ତ,ଅଘୋଷିତ ବିଦ୍ୟୁତ କାଟ,ହନ୍ତସନ୍ତ ଗାଁ ଓ ସହରବାସୀ

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ଗୁଣ୍ଡିଚାପଡ଼ା ସେକ୍ସନର ଢେ଼ଙ୍କାନାଳ ସହରରେ କିଛି ଦିନଧରି ବାରମ୍ବାର ବିଦ୍ୟୁତ୍ କାଟ ହେବାରୁ ଉପଭୋକ୍ତା ମାନେ ହନ୍ତସନ୍ତ ହେଉଛନ୍ତି। ଦିନ ଓ ରାତି ଯେକୌଣସି ସମୟରେ ବିନା ପୂର୍ବ ସୂଚନାରେ ବିଦ୍ୟୁତ୍ କାଟ ହେବାରୁ ବୟସ୍କ,ରୋଗୀ,ଛୋଟ ଛୋଟ ପିଲାମାନେ ଅଧିକ କଷ୍ଟ ପାଉଛନ୍ତି। ଗତ ମାର୍ଚ୍ଚ ମାସରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସରକାର ଭାବେ ଘୋଷଣା କରିଥିଲେ ଯେ ବିଦ୍ୟୁତ୍ କାଟ ହେବନାହିଁ ଓ କାଟ କଲେ ଦାୟୀ ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଇ ମାସ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି। ଏହି ପ୍ରତିଶ୍ରୁତି ପରେ ମଧ୍ଯ ଅଞ୍ଚଳରେ ନିୟମିତ ବିଜୁଳି କାଟ ଜାରି ରହିଛି ଏହି ବାବଦରେ ବିଦ୍ୟୁତ୍ ବିଭାଗ ବିଭାଗ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଫୋନ୍ ରିସିଭ କରୁନାହାନ୍ତି। ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଦେଇଥିବା ଫୋନ୍ ନଂ ବି ଲାଗୁନାହିଁ ଓ ଲାଗିଲେ ଫୋନ୍ ରିସିଭ୍ କରୁନାହାନ୍ତି ଅଧିକାରୀ। ଅଭିଯୋଗ ଆଣିଛନ୍ତି ଉପଭୋକ୍ତା ମାନେ। ଏହି ସବୁର ସମାଧାନ କରିବାକୁ ଦାବି କରିଛନ୍ତି ସଦର ବ୍ଲକର ବିଭିନ୍ନ ଗାଁ ଓ ସହରରେ ସରକାର ପ୍ରତିଶ୍ରୁତି ପାଳନ କରି ପାରୁନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ପଡ଼ୁଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସିଘ୍ର ସମାଧାନ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

କୋଇଡା ଅଞ୍ଚଳରେ ଦନ୍ତା ଆକ୍ରମଣରେ ଵୃଦ୍ଧ ମୃତ

Sunil Chandra Nayak

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରା 

Sunil Chandra Nayak

Leave a Comment

error: Content is protected !!