ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର କାର୍ଯ୍ୟକ୍ରମରେ ୧୨୯ ସ୍କୁଲର ୧୭୭ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ 

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର କାର୍ଯ୍ୟକ୍ରମରେ ୧୨୯ ସ୍କୁଲର ୧୭୭ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ 

 ମୟୂରଭଞ୍ଜ – ୨୩/୦୮ ( ମସିହା)ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆଜି ଶୁକ୍ରବାର ଦିନ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ‘ଜାତୀୟ ଆବିଷ୍କାର ଅଭିଯାନ ‘କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମର ଉଦେଶ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧ୍ୟୟନ କୁନି କୁନି ଛାତ୍ରଛାତ୍ରୀ ରୁ ବଡ଼ବଡ଼ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ସାଧାରଣ ଜ୍ଞାନ, ଇତିହାସ, ବିଜ୍ଞାନ, ସାମାଜିକ, ଆଧ୍ୟାତ୍ମିକ, ଅର୍ଥନୈତିକ, ରାଜନୈତିକ ,କ୍ରୀଡା,ଭାଷା, ସଂସ୍କୃତି,ସିନେମା,ଦେଶ ,ବିଦେଶ ଉପରେ କିଛି ଜାଣିବା ପାଇଁ ଆଗ୍ରହ ସୃଷ୍ଟି କରାଇବା ଓ ମେଧା ସୃଷ୍ଟି କରିବା।ଖାଲି ଗୋଟିଏ ନିର୍ଦିଷ୍ଟ ବିଷୟରେ ଧ୍ୟାନ ରହିବା ସହିତ ସାମୂହିକ ଅନ୍ୟ ବିଷୟ ଉପରେ ଜାଣିବା ପାଇଁ ରୁଚି ସୃଷ୍ଟି କରିବା ।ତଦସହ ପ୍ରତିଯୋଗିତା ମୂଳକ ଦୁନିଆରେ ନିଜକୁ ତୃଣମୂଳ ସ୍ତରରୁ ପ୍ରତିଯୋଗିତା ମନୋଭାବ ପାଇଁ ପ୍ରସ୍ତୁତି କରିବା ହେଉଛି ଏହାର ଏକମାତ୍ର ଉଦ୍ଦେଶ୍ୟ ।ଆଜି ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ଅଧିନସ୍ଥ ୧୨୯ ଟି ସ୍କୁଲ ତଥା ଜୁନିଅର ଗ୍ରୁପର ତୃତୀୟରୁ ପଞ୍ଚମ ୭୯ ଟି ସ୍କୁଲ,ଷଷ୍ଠରୁ ଅଷ୍ଟମ ୩୮ ଟି ସ୍କୁଲ, ଏବଂ ୧୨ ଟି ହାଇସ୍କୁଲ ର ସମୁଦାୟ ୧୭୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସଭାପତି ରାଇରଙ୍ଗପୁର ବିଇଓ ଶ୍ରୀ ଯଜ୍ଞେଶ୍ବର ଯେନା ତୁଲାଇଥିବା ବେଳେ , ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ରାଇରଙ୍ଗପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ବିନୟ ରଂଜନ ନାଏକ, ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଋଷିପ୍ରଭା ମହାନ୍ତ,ଏବିଇଓ କାର୍ତ୍ତିକ କାରୁଆ,ଏବିଇଓ ହେମ ମାଝୀ, ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ରଂଜନ ନନ୍ଦ ମଂଚ ପରିଚାଳନା କରିଥିଲେ ।ଅତିଥି ଗଣ କହିଥିଲେ ଜ୍ଞାନ ହିଁ ଶକ୍ତି ।ଯାହା ପାଖରେ ଜ୍ଞାନ ଭରପୁର ସେ ହିଁ ଶକ୍ତିଶାଳୀ । ପରିସ୍ଥିତି କୁ ସେ ସଠିକ୍ ବୁଝି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ବର୍ତମାନ ପ୍ରତିଯୋଗିତା ଦୁନିଆରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଆଗକୁ ବଢିବା ସହ ନିଜକୁ ସଶକ୍ତ କରିବାକୁ ପଡ଼ିବ ।ତେଣୁ ତୃଣମୂଳ ସ୍ତରରୁ ସମସ୍ତେ ଖବର,କାଗଜ,ସୋସିଆଲ ମିଡ଼ିଆ,ଗୁରୁଜନ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପରାମର୍ଶ ଓ ଆଶୀର୍ବାଦ ନେଇ ଆଗକୁ ବଢିବା ପାଇଁ କହିଥିଲେ । ସବୁ ଶିକ୍ଷକମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ମନୋବଳ ବଢ଼ାଇବା, ଉତ୍ସାହିତ କରାଇବା ଉଚିତ ।ପରେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୃକ୍ଷରୋପଣ ଓ ବନୀକରଣ ନିମନ୍ତେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ

Sunil Chandra Nayak

କନ୍ଦରପୁର କଲେଜରେ ସ୍ବାଗତ ସମ୍ବର୍ଦ୍ଧନା 

masiha

ଆମ ଓଡ଼ିଶା ନବିନ ଓଡିଶା ଯୋଜନାରେ ୧୭୮ ପ୍ରକଳ୍ପ ବାବଦରେ ୧୩ ଟି ପଞ୍ଚାୟତ ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ସହିତ ନୂତନ ଡ଼ିଗ୍ରୀ ପାଇଁ ଘୋଷଣା 

masiha

Leave a Comment

error: Content is protected !!