ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମଗ୍ର ଶିକ୍ଷା ପକ୍ଷରୁ ଢେଙ୍କାନାଳ ଜିଲ୍ଳାସ୍ତରୀୟ ପି ଏମ୍ ଶ୍ରୀ ସ୍କୁଲ୍ ସମୂହର ଏକଦିବସୀୟ ମଡେଲ୍ ସଂସଦ କାର୍ଯ୍ୟକ୍ରମ -୨୦୨୫ ଉଦ୍ ଯାପିତ 

ସମଗ୍ର ଶିକ୍ଷା ପକ୍ଷରୁ ଢେଙ୍କାନାଳ ଜିଲ୍ଳାସ୍ତରୀୟ ପି ଏମ୍ ଶ୍ରୀ ସ୍କୁଲ୍ ସମୂହର ଏକଦିବସୀୟ ମଡେଲ୍ ସଂସଦ କାର୍ଯ୍ୟକ୍ରମ -୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ:ତା.୦୭.୧୧.୨୦୨୫ ରିଖ : ( ) ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର୍,ଢେଙ୍କାନାଳ ପ୍ରେକ୍ଷାଳୟରେ,ସମଗ୍ର ଶିକ୍ଷା,ଢେଙ୍କାନାଳ ଆନୁକୁଲ୍ୟରେ ଦିବା ୧୧ ଘଟିକାରୁ ଅପରାହ୍ନ ୨ ଘଟିକା ମଧ୍ୟରେ ପି ଏମ୍ ଶ୍ରୀ ଯୋଜନା ଅଧିନରେ ଢେଙ୍କାନାଳ ଜିଲ୍ଲାର ପ୍ରଥମ ୧୩ ଗୋଟି ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସମୂହର ଜିଲ୍ଳାସ୍ତରୀୟ ମଡେଲ୍ ସଂସଦ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦ୍ ଘାଟନୀ ଓ ଉଦ୍ ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ମନୋଜ ରଞ୍ଜନ ଦଳାଇଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ସଭାରେ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବ୍ରହ୍ମୋତ୍ରୀ ବିଶ୍ଵାଳ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଢେଙ୍କାନାଳ,ଗନ୍ଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀ,ପରଜଙ୍ଗ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟଦର୍ଶିନୀ ନାୟକ,ହିନ୍ଦୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ,ହରିହର ଦେହୁରୀ, କଙ୍କଡ଼ା ହାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାଗର ଟୁଡୁ ପ୍ରମୁଖ ଯୋଗଦାନ କରିଥିଲେ।ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଗଠନମୂଳକ ରାଜନୀତିରେ ସ୍ପୃହା ଆସିବ ଏବଂ ସେମାନେ ଆଗାମୀ ଦିନରେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିବେ ବୋଲି ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ମତବ୍ୟକ୍ତ କରିଥିଲେ।ବିଚାରକ ଭାବରେ ଓଡ଼ିଶାର ଅନେକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସଫଳ ଅଧ୍ୟାପନା କରିଥିବା ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ,ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡ.ଆଶିଷ କୁମାର ଜେନା,ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଗୋକୁଳାନନ୍ଦ ମହାପାତ୍ର,ସହ ବିଚାରକ,ଯୁବ ସଂସଦ କାର୍ଯ୍ୟକ୍ରମରେ ବହୁବର୍ଷର ଅଭିଜ୍ଞତା ଥିବା ମାର୍ଗଦର୍ଶକ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରଶିକ୍ଷକ,ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ମିଳିତ ଭାବରେ ଯୁବ ସଂସଦ କାର୍ଯ୍ୟକ୍ରମକୁ ସଫଳ ସଞ୍ଚାଳନ କରିଥିଲେ ଓ ସମସ୍ତ ପ୍ରତିଯୋଗୀଙ୍କ ଉଚ୍ଚକୋଟୀର ସାମଗ୍ରିକ ସଫଳ ଉପସ୍ଥାପନାର ବିଭିନ୍ନ ଦିଗକୁ ବିଚାରକୁ ନେଇ ଉଚିତ୍ ମୂଲ୍ୟାଙ୍କନ କରି ସେମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାଗରିକା ସ୍ୱାଇଁ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପି ଏମ୍ ଶ୍ରୀ ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁବନର ନବମ ଶ୍ରେଣୀର ଛାତ୍ର ଆୟୁଷ ପ୍ରିୟଦର୍ଶନ ରାଉଳଙ୍କୁ ଆକର୍ଷଣୀୟ ଉତ୍ତରୀୟ,ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତା -୨୦୨୫ର ଅଂଶବିଶେଷ ଭାବରେ ମଡେଲ୍ ମିଳିତ ଜାତିସଂଘ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାକୁ ପ୍ରତିନିଧିତ୍ଵ କରି ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଥିଲା।ସମସ୍ତ ଅଂଶ ଗ୍ରହଣକାରୀ ପ୍ରତିଯୋଗୀ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ବିଚାରକ ବୃନ୍ଦଙ୍କ ସମେତ ମଞ୍ଚାସିନ ଅତିଥିବୃନ୍ଦ ପର୍ଯ୍ୟାୟ କ୍ରମେ ଉତ୍ତରୀୟ,ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ।ସରକାରୀ ଚାକିରୀ ନିଯୁକ୍ତି କ୍ଷେତ୍ରରେ ଦୁନୀତି ଶୀର୍ଷକ ଏକ ବିତର୍କ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ୧୩ ଗୋଟି ବିଭିନ୍ନ ପି ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୦ ଜଣ ଛାତ୍ରୀ,ଛାତ୍ର ନିଜ ନିଜର ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ,ଅଧ୍ୟାପିକା,ଅଧ୍ୟାପକ, ଅଭିଭାବିକା,ଅଭିଭାବକମାନଙ୍କ ସହିତ ଯୋଗଦାନ କରିଥିଲେ।ଅଂଶ ଗ୍ରହଣକରି ଶାସକ ଓ ବିରୋଧୀ ଦଳ ଭାବେ ଭୂମିକା ନିର୍ବାହ କରିଥିଲେ।ସରକାରୀ ଚାକିରୀ ନିଯୁକ୍ତି କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ପ୍ରସଙ୍ଗ କରି ବିରୋଧୀ ଦଳମାନେ ଶାସନ ବ୍ୟବସ୍ଥାର କଟୁ ସମାଲୋଚନା କରିଥିଲେ। ପ୍ରତ୍ୟୁତ୍ତରରେ ଶାସକ ଦଳ ଏହାର ନିରାକରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅବଗତ କରାଇ ଦୁନୀତିକୁ କିଭଳି ରୋକା ଯାଉଛି ସେ ସଂପର୍କରେ ଯୁକ୍ତି ଉପସ୍ଥାପନ କରିଥିଲେ।ଉଭୟ ଶାସକ ଓ ବିରୋଧୀ ଦଳ ପ୍ରତିପକ୍ଷଙ୍କୁ ଦୃଷ୍ଟାନ୍ତମୂଳକ ଜବାବ ଦେଇଥିଲେ।ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଓ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି,ସମ୍ମାନିତ ଅତିଥି ଓ ବିଚାରକ ବୃନ୍ଦ କରି ସ୍ଵୀୟ ଅଭିଭାଷଣରେ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା,ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା,ନୂତନତ୍ୱ ଓ ନେତୃତ୍ୱ ନେବାର ସମ୍ଭାବନା ସୃଷ୍ଟି ହୋଇଥାଏ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ରାଜନୀତି ବିଜ୍ଞାନର ଜ୍ଞାନ ଗଣତନ୍ତ୍ରକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ପ୍ରଗତିର ବାର୍ତ୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସମାଜକୁ ସୂକ୍ଷ୍ମ ଭାବରେ ନିରୀକ୍ଷଣ ସହ ରାଜନୀତି ବିଜ୍ଞାନକୁ ଅଧ୍ୟୟନ କରି ଏହାର ଉପଯୁକ୍ତ ପ୍ରୟୋଗ କଲେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବିଚାରକ ବୃନ୍ଦ ସ୍ଵୀୟ ଅଭିଭାଷଣରେ ଯୁବ ସଂସଦ କାର୍ଯ୍ୟକ୍ରମ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷର ବାସ୍ତବ ସଂସଦ ପରିଚାଳନାର ଏକ ପ୍ରତିଫଳନ ଓ ଏହା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ,ଗଣତାନ୍ତ୍ରିକ ଭାବଧାରାର ଉନ୍ମେଷ କରିବା ପାଇଁ ଓ ଭବିଷ୍ୟତରେ ସେମାନଙ୍କୁ ସୁନାଗରିକ ଭାବରେ ଦେଶ ଗଠନରେ ପ୍ରମୂଖ ଭୂମିକା ନିର୍ବାହ କରିବା ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ।ଏହା ବ୍ୟତୀତ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନିଖୁଣ ମାର୍ଗଦର୍ଶନ କରିଥିଲେ। ବହୁଦିନ ପୂର୍ବରୁ ଯୁବ ସଂସଦ କାର୍ଯ୍ୟକ୍ରମରେ ବହୁବର୍ଷର ଅଭିଜ୍ଞତା ଥିବା ମାର୍ଗଦର୍ଶକ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରଶିକ୍ଷକ,ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ଯୁବ ସଂସଦ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ,ସଂସଦ କାର୍ଯ୍ୟକ୍ରମର ନୀତିନିୟମ ଯଥା ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଆଗମନ,ଜାତୀୟ ସଙ୍ଗୀତ ଗାନ,ଅଭିଭାଷଣ ପ୍ରଦାନ,ପ୍ରସ୍ଥାନ,ଧନ୍ୟବାଦ ପ୍ରସ୍ତାବ,କୌଣସି ସାଂସଦଙ୍କ ମୃତ୍ୟୁରେ ଶୋକ ପାଳନ,ଉପ ନିର୍ବାଚନରେ ନବ ନିର୍ବାଚିତ ଦୃଷ୍ଟିବାଧିତ ସାଂସଦଙ୍କ ଶପଥ ଗ୍ରହଣ,ପ୍ରଧାନ ମନ୍ତ୍ରୀ ଓ ଶାସକ ଦଳର ମନ୍ତ୍ରୀ ତଥା ସାଂସଦ,ବିରୋଧୀ ଦଳର ନେତା ତଥା ଅନ୍ୟାନ୍ୟ ସାଂସଦ ମାନଙ୍କର ପ୍ରଶ୍ନୋତ୍ତର,ଅଭିଭାଷଣ, ବଜେଟ ଉପସ୍ଥାପନ ଓ ଆଲୋଚନା,ବିଲ୍ ଆଗତ,କଲିଙ୍ଗ ଆଟେନସନ,ଧ୍ୟାନ ଆକର୍ଷଣ,କଟ ମୋସନ,ଶୂନ୍ୟକାଳ,ପଏଣ୍ଟ୍ ଅଫ୍ ଅର୍ଡ଼ର,ଡିଭିଜନ,ପାର୍ଲିଆମେଣ୍ଟାରି କମିଟି ଗଠନ, ବିଶୃଙ୍ଖଳିତ ସାଂସଦଙ୍କ ନିଲମ୍ବନ,ଲୋକସଭା ପ୍ରରୋଗ ଓ ସାଇନ୍ ଡାଇ,ଲୋକ ସଭାରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ, ଶାସକଦଳ ସାଂସଦ ମାନଙ୍କ ମଧ୍ୟରେ ଆରୋପ,ପ୍ରତ୍ୟାରୋପ, ତତ୍ ଜନିତ ହଟ୍ଟଗୋଳ ଏବଂ ନୂତନ ବିଲ୍ ଏକ ଦେଶ ଏକ ନିର୍ବାଚନ ସମ୍ପର୍କରେ ବଳିଷ୍ଠ ବିତର୍କ କାରଣରୁ,ଉଚ୍ଚସ୍ୱରରେ ବୟାନବାଜିରୁ ପ୍ରକୃତ ଛାୟା ସଂସଦର ଭ୍ରମ କିଭଳି ସୃଷ୍ଟି କରାଯାଇ ଏହା ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିବ ସେସବୁ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ସଠିକ ମାର୍ଗଦର୍ଶନ କରିଥିଲେ।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ,ସମ୍ମିଳିତ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରଂ ଗାନ କରାଯାଇ ଛାୟା ସଂସଦ ମଧ୍ୟରେ ଏକ ଦେଶାତ୍ମବୋଧକ ପାରିବେଶ ସୃଷ୍ଟି କରାଯାଇ ପାରିଥିଲା।କାର୍ଯ୍ୟକ୍ରମ ସଂଚାଳକ ଢେଙ୍କାନାଳ ଜିଲ୍ଲା ପ୍ଲାନିଂ କୋର୍ଡିନେଟର୍ ସୁବର୍ଣ୍ଣା ମହାନ୍ତି, ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ଯତୀନ୍ଦ୍ର ପ୍ରାସାଦ କର,ମନୋହର ଶତପଥୀ,ରାଜେନ୍ଦ୍ର ପ୍ରସାଦ ଦାସ, ଅଶୋକ କୁମାର ସାହୁ,ଦୀପକ କୁମାର ବେହେରାଙ୍କ ସମେତ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ,ସମଗ୍ର ଶିକ୍ଷା ଢେଙ୍କାନାଳର ସମସ୍ତ କର୍ମଚାରୀଙ୍କ ମିଳିତ ମାର୍ଗଦର୍ଶନରେ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା।ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷୟିତ୍ରୀ -ପ୍ରଧାନ ଶିକ୍ଷକ ବୃନ୍ଦ,ଶିକ୍ଷୟିତ୍ରୀ -ଶିକ୍ଷକ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ,ବି.ଆର୍.ସି.ସି ବୃନ୍ଦ,ସି.ଆର୍.ସି.ସି ବୃନ୍ଦ,ସମସ୍ତ ଶିକ୍ଷା ବିଭାଗର କାର୍ମଚାରୀ ବୃନ୍ଦ,ଛାତ୍ରୀ – ଛାତ୍ର ବୃନ୍ଦ,ସେମାନଙ୍କ ମାତା – ପିତା,ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ଯତୀନ୍ଦ୍ର ପ୍ରାସାଦ କର ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ସଭା ସଂଯୋଜନା ଓ ଫଳାଫଳ ଘୋଷଣା କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ପ୍ଲାନିଂ କୋର୍ଡିନେଟର୍ ସୁବର୍ଣ୍ଣା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ 

ବରିଷ୍ଠ ଶିକ୍ଷାବିତ୍,ପରାମର୍ଶଦାତା,ମାର୍ଗଦର୍ଶକ, ବିଚାରକ,ପର୍ଯ୍ୟବେକ୍ଷକ,ବରିଷ୍ଠ ନାଗରିକ,ସାମାଜିକ କର୍ମୀ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା

Related posts

ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟର ବାଷିକ ମହୋସବ ପାଳିତ

Sunil Chandra Nayak

କୋମନା ବ୍ଲକ୍ ରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ଡାବୁଗାଁ ବ୍ଲକରେ ୧୭ ଟି ମଡେଲ ବୁଥ 

masiha

Leave a Comment

error: Content is protected !!