ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ 

ନବରଙ୍ଗପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ 

ନବରଙ୍ଗପୁର:( ତା ୭.୧୧.୨୦୨୫)(ମ. ନି. ସ) ଆଜି ନବରଂଗପୁର ଡି.ପି.ଆର.ସି. ପଡ଼ିଆଠାରେ ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଲୋକମାନଙ୍କୁ ସ୍ବାବଲମ୍ବୀ କରିବା ସହ ଅଧିକ ରୋଜଗାରକ୍ଷମ କରାଇବା ପାଇଁ ସରକାର ମତ୍ସ୍ୟ ଚାଷ ଓ ଗୋପାଳନକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ କୃଷକମାନଙ୍କ ପାଇଁ ଅନେକ ଲାଭଦାୟକ ବ୍ୟବସାୟର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଲୋକମାନଙ୍କୁ ହାତପାଆନ୍ତାରେ ସବୁ ସୁବିଧା, ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ସହ ଅଧିକ ସବ୍‌ସିଡିର ବ୍ୟବସ୍ଥା କରିଛନ୍ତି। ଏପରିକି ବାଛୁରୀମାନଙ୍କ ନିମନ୍ତେ ମାଗଣା ଇନ୍‌ସ୍ୟୁରାନ୍ସ ବ୍ୟବସ୍ଥା କରିଛନ୍ତି । କାମଧେନୁ ଯୋଜନାରେ ଗାଈ ମଇଁଷି ସବ୍‌ସିଡିରେ ଯୋଗାଇ ଦେଉଛନ୍ତି। ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟ ରେ ଚାଷୀ ମାନଙ୍କୁ ଅବଗତ କରାଇବା ବୋଲି ମୁଖ୍ୟଅତିଥି ସିଡିଭିଓ ଡ ରାଧେଶ୍ୟାମ ଲାଇକ କହିଥିଲେ। ଏଥି ସହିତ କେମିତି ଅଧିକରୁ ଅଧିକ ମାଈ ବାଛୁରୀ ଜନ୍ମ ହୋଇପାରିବେ ସେଥିପାଇଁ ମଧ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି କହିଥିଲେ । ସଫଳ ମାଛଚାଷୀ ଓ ଗୋପାଳକମାନେ ସେମାନଙ୍କ ସଫଳ କାହାଣୀ କହିଥିଲେ। ଏଲ୍‌ଇଡି ଟିଭି ମାଧ୍ୟମରେ ଅନେକ ସଫଳ ଚାଷୀଙ୍କ କାହାଣୀ ଦେଖାଯାଇଥିଲା | କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିସାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ କୁମାର ଖରା, ରାଜ୍ୟ ନୋଡାଲ ଅଫିସର ଡ. ସୁଭାସିସ ସାମନ୍ତ, ଏ ଡି ଭି ଓ ଡ. ମନ ରଞ୍ଜନ ନନ୍ଦ, ସାଂସଦ ପ୍ରତିନିଧି ଦଇତାରୀ ମାଝୀ, ବିଧାୟକଙ୍କ ପ୍ରତିନିଧି ସନ୍ତୋଷ ଭତ୍ରା,ପ୍ରମୁଖ ଯୋଗ ଦେଇ ତାଙ୍କର ବ୍ୟକ୍ତବ୍ୟ ରଖିଥିଲେ। ଏହି ମେଳାରେ ମତ୍ସ୍ୟ ବିଭାଗର ୪ ଜଣ ଏବଂ ପ୍ରାଣୀସମ୍ପଦ ବିଭାଗର ୪ ଜଣ ଅଗ୍ରଣି ଚାଷୀଙ୍କୁ ସାର୍ଟିଫିକେଟ, ଆର୍ଥିକ ପୁରସ୍କାର, ଉତ୍ତରୀୟ ଏବଂ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଗଲା। ନବରଙ୍ଗପୁର ବିଡିଓ ସୁନିଲ ଖରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସହକାରୀ ପ୍ରାଣୀ ଚିକିତ୍ସକ ଡ. ସ୍ମିତାଶ୍ରୀ ପଟ୍ଟନାୟକ ଏବଂ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡ. ପ୍ରଜ୍ଞାନ ପରୀମିତା ପଣ୍ଡା ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

masiha

ଅରୁଣ ନନ୍ଦ ଫାଉଣ୍ଡେସନ କନ୍ଦରପୂର ପକ୍ଷରୁ ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଶିବିର ଓ ସ୍ଵାସ୍ଥ୍ୟ ସେବା ଅନୁଷ୍ଠିତ 

Sunil Chandra Nayak

ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!