ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜ ଅଧିକାରର ସୁରକ୍ଷା ଓ ସୁସ୍ଥ ସମାଜ ଗଠନ ପାଇଁ କ୍ରାନ୍ତିଯାତ୍ରା

ଭବାନୀପାଟଣା:୩୦/୧୨/ – (ମ.ନି.ସ) :- ଭାରତୀୟ ସ୍ବାଧିନତା ସଂଗ୍ରାମର ମହାନାୟକ ସୁଭାଷ ଚନ୍ଦ୍ର ବୋଷଙ୍କର ଦେଶ ପାଇଁ ଅବଦାନ ଅତୁଳନୀୟ। ନେତାଜୀଙ୍କ ମହାନ୍ ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ” କଳାହାଣ୍ଡି ବିକାଶ ପରିଷଦ” ପକ୍ଷରୁ ଚଳିତ ଡିସେମ୍ବର ୩୦ ତାରିଖରେ ଭବାନୀପାଟଣା ଟାଉନହଲଠାରେ କ୍ରାନ୍ତି ଦିବସ ପାଳନ କରାଯାଇଛି। ଏହି କାର୍ଯ୍ଯକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଗବେଷକ ଶ୍ରୀ ଅନିଲ ଧୀର, ଉଦଘାଟକ ଶ୍ରୀ ରାସବିହାରୀ ବେହେରା, ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପି.ଅନ୍ଵେଷା ରେଡ୍ଡୀ, ସମ୍ମାନିତ ଅତିଥି ଇଂ ମୀନକେତନ ଓ ମୁଖ୍ୟବକ୍ତା ଭାବେ ଭାରତୀୟ ଶିକ୍ଷଣ ମଣ୍ତଳର ବିସ୍ତାରକ ରାଜୀବ ନୟନ ଓଝା ଯୋଗଦେଇଥିଲେ। ପରିଷଦର ଅଧ୍ଯକ୍ଷ ଡ. ସୁନିତୀ ମୁଣ୍ତ କାର୍ଯ୍ଯକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ ଉପରେ ଆଲୋକପାତ କରି ବର୍ତ୍ତମାନ ସମୟରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନର ନିତାନ୍ତ ଆବଶ୍ୟକତା ରହିଛି ଏଣୁ ବିଚାରରେ ନିରପେକ୍ଷ ରହିବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ବିଚାରରେ ନିରପେକ୍ଷତା ଏକ ସୁସ୍ଥ ଏବଂ ସ୍ବଚ୍ଛ ସମାଜ ଗଡିବାରେ ସମର୍ଥ ହୋଇଥାଏ। ଏହି ବିଶ୍ୱାସକୁ ପାଥେୟ କରି ଏହି ଦିନଠାରୁ ପରିଷଦ ପକ୍ଷରୁ ଏକ କ୍ରାନ୍ତିଯାତ୍ରା ପରିକ୍ରମା କରିବ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ ଟି ବ୍ଳକ। ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ଏହି ପଦଯାତ୍ରା (କ୍ରାନ୍ତି ଯାତ୍ରା) ସଚେତନ କରାଇବ।

         ଏହି ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଗବେଷକ ଅନୀଲ ଧୀର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭାରତୀୟ ରାଷ୍ଟ୍ରୀୟ ସେନାରେ ଓଡିଆଙ୍କ ଭୂମିକା ଓ ଆଜିର ଭାରତରେ ନେତାଜୀଙ୍କ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ମୁଖ୍ଯବକ୍ତା ରାଜୀବ ନୟନ ଓଝା ଯୁବ ସମାଜକୁ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସର୍ବୋଦୟ ସାହିତ୍ୟ ସଂସଦର ସଂପାଦକ ଯୋଗ ଦେଇ ସତ୍ଯର ସ୍ବରକୁ କେହି ଯୋରଜବରଦସ୍ତ ଗଳାରୁଦ୍ଧ କରିପାରିବେନାହିଁ।ସମୟ ଆସିବ ପାପମାନ ନିଜ ତୁଣ୍ତରେ ଅବଗାହନ କରିବେ ଇଛାମୃତ୍ୟୁର ଅଭିଳାଷ ବୋଲି କହିଥିଲେ। କାର୍ଯ୍ଯକ୍ରମକୁ ଲେଖକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ଉଦଘାଟନ କରିଥିଲେ। କାର୍ଯ୍ଯକ୍ରମ ଆରମ୍ଭରେ ସୁରେନ୍ଦ୍ର ପଣ୍ତାଙ୍କ ପ୍ରୋତ୍ସାହନରେ କ୍ରାନ୍ତି ସଂଗୀତ ଗାନ କରିଥିଲେ ଲେଖକ କଳା ପରିଷଦର କଳାକାରମାନେ। ଏହା ପରେ ପରେ କ୍ରାନ୍ତି କବିତା ପାଠୋତ୍ସବରେ କବି ସନ୍ତୋଷ ରଥ, ପଦ୍ମଲୋଚନ ମିଶ୍ର, ସୁଦର୍ଶନ ଦାସ, ସତ୍ଯନାୟଣ ମହାପାତ୍ର, ସନ୍ତୋଷ ଶତପଥୀ,ପରମେଶ୍ବର ମୁଣ୍ଡ, ଯାଦବେନ୍ଦ୍ର ସାହା,ଡିଲେଶ୍ବର ରଣା, ସୁଧିରଧଙ୍ଗଡା ମାଝୀ ଓ ସୁମତୀ ମୁଣ୍ଡ ସ୍ବରଚିତ କ୍ରାନ୍ତି କବିତା ପାଠ କରିଥିଲେ। ଏହା ପରେ ପରେ ନାଟ୍ଯାୟନ ପକ୍ଷରୁ ନାଟକ ” ଆଜାଦ୍” ପରିବେଷଣ କରାଯାଇଥିଲା। ଶେଷରେ ତ୍ରିରଙ୍ଗା ପତକା ଉର୍ତ୍ତୋଳନ କରି କ୍ରାନ୍ତି ଯାତ୍ରାର ଶୁଭାରମ୍ଭ ହୋଇଥିଲା। କ୍ରାନ୍ତିଯାତ୍ରାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଏବଂ ବ୍ଯକ୍ତିବିଶେଷ ଯୋଗ ଦେଇଥିଲେ। ସ୍ଥାନୀୟ ମାଣିକେଶ୍ବରୀ ହାଇସ୍କୁଲର ଶିକ୍ଷକ ରବି କାନୁନଗୋଙ୍କ ତତ୍ବାବଧାନରେ ସ୍କୁଲର ଏନସିସି ଛାତ୍ରମାନେ ରାଲିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ।

     ଏହି ଦିବସପାଳନର ମହତ୍ବ ଏହି କି ଯେ, ବିଶ୍ବଯୁଦ୍ଧ ସମୟରେ ବିଦେଶ ଭୂମିରେ ଆଜାଦ୍ ହିନ୍ଦ ଫୌଜ୍ ଓ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ଭାରତର ସ୍ବତନ୍ତ୍ରତା ଘୋଷଣା କରି ସାରିଥିଲେ। ଏହା ଭାରତର ବ୍ରିଟିଶ ସରକାରଙ୍କୁ ଦୋହଲାଇ ଦେବାରେ ସମର୍ଥ ହୋଇଥିଲା। ନେତାଜୀଙ୍କର ଏହି ପଦକ୍ଷେପକୁ ତତ୍କାଳୀନ ବିଶ୍ବର କିଛି ଦେଶ ସମର୍ଥନ କରିଥିଲେ। ଫଳରେ ଭାରତର ସ୍ବାଧୀନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇଥିଲା। ଏଣୁ ଜନସାଧାରଣଙ୍କ ସକ୍ରିୟ ସହଭାଗୀତା ଜଣେ ସଚେତନ ନାଗରିକ ରୂପେ ରହିବା ଆବଶ୍ୟକ। ଏହି ଯାତ୍ରା ୨୩ ଜାନୁଆରୀ ୨୦୨୩ରେ ପରାକ୍ରମ ଦିବସରେ ଉଦଯାପିତ ହେବ ବୋଲି ପରିଷଦର ଅଧକ୍ଷା ଡକ୍ଟର ମୁଣ୍ଡ ଘୋଷଣା କରିଥିଲେ। ଏହି ଦିନ ଓଡ଼ିଶାର ଦୁଇ ବୀର ପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପାବନ ଜନ୍ମ ଦିବସ। ଏଣୁ ପରିଷଦ ପକ୍ଷରୁ ଜନସାଧାରଣଙ୍କୁ ଏହି ମହାନ୍ ବୀରପୁତ୍ର ମାନଙ୍କୁ ସମ୍ମାନ ଜଣାଇ ଏହି ମହତ୍ ଅଭିଯାନରେ ସାମିଲ ହୋଇ ବିକଶିତ କଳାହାଣ୍ଡି ଗଠନରେ ସହଭାଗୀ ହେବାକୁ ନିବେଦନ କରାଯାଇଛି।

ମସିହା ନିଉଜ ସର୍ଭିସ୍ 

Related posts

ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲା ଗ୍ରାମବାସୀ 

masiha

ଫୁଟ ପାଥ ଦୋକାନିଙ୍କୁ ଉଛେଦ

masiha

କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା  ଧର୍ମଗଡ ଠାରେ ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort