ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ୟବସାୟୀ ଙ୍କୁ ଦାଦା ବଟି ମାଗିବା ମହଙ୍ଗା ପଡିଲା ମାନବାଧିକାର କର୍ମୀ ଙ୍କୁ ,ଥାନା ରେ ମାମଲା ରୁଜୁ କଲେ ବରିଷ୍ଠ ନାଗରିକ 

ବ୍ୟବସାୟୀ ଙ୍କୁ ଦାଦା ବଟି ମାଗିବା ମହଙ୍ଗା ପଡିଲା ମାନବାଧିକାର କର୍ମୀ ଙ୍କୁ ,ଥାନା ରେ ମାମଲା ରୁଜୁ କଲେ ବରିଷ୍ଠ ନାଗରିକ 

ବନ୍ଧୁଗାଁ ତା, ୯/୧/୨୫,ଜଣେ ବରିଷ୍ଠ ନାଗରିକ ଙ୍କୁ ରାତି ରେ ଘରେ ପଶି ବଟି ମାଗି ହରଡ ଘଣାରେ ପଡିଛନ୍ତି ଜଣେ ମାନବାଧିକାର କର୍ମୀ । ଏନେଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ବରିଷ୍ଠ ନାଗରିକ । ନ୍ୟାୟ ପାଇଁ ପୋଲିସର ର ଦ୍ବାରସ୍ଥ ହୋଇଥିବା ବରିଷ୍ଠ ନାଗରିକ ପୁର୍ବରୁ ବହୁତ୍ ଥର ବଟି ଦେଇସାରିଛନ୍ତି । ଏଥର ବଟି ନ ଦେବାରୁ ନିରାଶ ହୋଇ ପୋଲିସ ର ଦ୍ବାରସ୍ଥ ହୋଇଛନ୍ତି।ନ୍ୟାୟ ନ ମିଳିଲେ ସେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ନ୍ୟାୟ ମାଗିବେ ବୋଲି କହିଛନ୍ତି । ଥାନା ଅଧିକାରୀ କ୍ରାଇମ୍ ବୈଠକ କୁ ଯାଇଥିବାରୁ ଖବର ଲେଖା ହେବା ବେଳକୁ ମାମଲା ରୁଜୁ ହୋଇନଥିବା ଜଣା ପଡ଼ିଛି । ମିଳିଥିବା ସୁଚନା ଅନୁସାରେ ନାରାୟଣପାଟଣା ବ୍ଲକ ର  ଜୈନକ  ଯୁବକ ଅନ୍ତର୍ଜାତୀୟ ମାନବାଧିକାର କର୍ମୀ ଭାବେ ବ୍ଲକ ରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ବଟି ଆଦାୟ କରନ୍ତି । ନଦେଲେ ଉପରିସ୍ଥ ଅଧିକାରୀ ଙ୍କୁ ଟେଲିଫୋନ ନଚେତ୍ ଚିଠି ଲେଖି ହୋଇ ରାଣ କରୁଥିବା ପୋଲିସ ନିକଟରେ ପୁର୍ବ ସୁଚନା ରହିଥିଲା । ନାରାୟଣପାଟଣା ସ୍ଥିତ ବିକ୍ରମ ପୁର ଗାଁ ରେ ପଟାଙ୍ଗି ରୁ ଆସି ଗୁଡ଼ ,ମକା,ଧାନ ,ଗୋଖାଦ୍ୟ , ମାଣ୍ଡିଆ ବେପାର କରି ବ୍ୟବସାୟ କରୁଥିବା ଲାବଲା ଭେଙ୍କେଟ ରାଓ (୭୧)ଙ୍କୁ ଦାଦା ବଟି ମାଗିଥିଲେ ଦଶ ହଜାର ଟଙ୍କା । ସେ ନଥିବା ବେଳେ ଘରେ ଏକ କାର ରେ ପହଂଚି ପୋଲିସକୁ ଡକାଇ ବିନା ଲାଇସେନ୍ସରେ କିପରି ଗୁଡ ଅନ୍ୟ ସାମଗ୍ରି ବିକ୍ରି କରୁଛ କହି ଧମକ ଦେଇଥିଲେ । ଗିରଫ କରେଇ ଦେବାର ଭୟ ଦେଖାଇଥିଲେ ଡ୍ରାଇଭର ଓ ହେଲପର ଙ୍କୁ । ପୁର୍ବରୁ କୁଆଡେ ଭୟଭୀତ କରି ୨୦ ହଜାର ଟଙ୍କା ଦାଦା ବଟି ନେଇଥିବା ଅଭିଯୋଗ ରେ ଜଣାଇଛନ୍ତି ଲାବଲା ଭେଙ୍କେଟ । ଏଥି ସହ ଜଣେ ମଧ୍ୟସ୍ଥି ଜରିଆରେ ବର୍ଷ କୁ ୨୫ ହଜାର ବଟି ଦେବାକୁ କହିଥିବା ଲିଖିତ ଅଭିଯୋଗ ରେ ଜଣାଇଛନ୍ତି ଲାବଲା । ଏଥି ସହ ଜଣେ କ୍ବାକ ଙ୍କୁ ଗତବର୍ଷ ପୋଲିସ ର ନାମ କହି ଦାଦାବଟି ମାଗି ଗାଁ ଲୋକଙ୍କ ଠାରୁ ଛେଚା ଖାଇଥିଲେ ଏହି ଯୁବକ ଜଣକ ।ଅନ୍ତର୍ଜାତୀୟ ମାନବାଧିକାର କର୍ମି ନାମରେ ଦଲାଲି କାମ କରି ସରକାରୀ କର୍ମଚାରୀ ଓ ବେସରକାରୀ କର୍ମ ଚାରୀ ଙ୍କୁ ଭୟଭୀତ କରେଇ ଦାଦା ବଟି ମାଗୁଥିବା  ଯୁବକ କୁ ଆଇନ ର ଦଣ୍ଡବିଧାନ କଣ ହେଉଛି ତାକୁ ଅପେକ୍ଷା।ଏ ଘଟଣା ବ୍ଲକ ରେ ଚର୍ଚ୍ଚାର ବିଷୟ ପାଲଟିଛି ।

 ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

୯ଦିନ ପରେ ପୂର୍ବତନ ଲ୍ୟାମ୍ପ ଶାଖା ପରିଚାଳକ ଙ୍କ ମୃତଦେହ ଠାବ

Sunil Chandra Nayak

ଶାଗୁଆନ ଜଙ୍ଗଲ ମଧ୍ୟରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

Sunil Chandra Nayak

ଘରେ ପଶି ସ୍ୱାମୀ ସ୍ତ୍ରୀ ଙ୍କୁ ଖଣ୍ଡା ହାଣୀ ପକାଇଲେ କିଛି ଦୁର୍ବୃତ୍ତ 

Sunil Chandra Nayak

Leave a Comment

error: Content is protected !!