ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମଶକ୍ତି କଲେଜରେ ‘ନୂଆ ଓ’ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା

ଶ୍ରମଶକ୍ତି କଲେଜରେ ‘ନୂଆ ଓ’ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା

ରାଉରକେଲା/ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ତଥା ଝାଡ଼ଖଣ୍ଡ ସୀମାରେ ଥିବା ବୀରମିତ୍ରପୁର ସ୍ଥିତ ଶ୍ରମଶକ୍ତି କଲେଜ ଓ ଶ୍ରମଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ‘ନୂଆ ଓ ‘ ତରଫରୁ ସାଂସ୍କୃତିକ ପ୍ରତିଯୋଗିତାମାନ ଆୟୋଜିତ ହୋଇଯାଇଛି l ଏହାର ଶୁଭାରମ୍ଭ ଅବସରରେ ଅନୁଷ୍ଠିତ ସଭାକୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ବିନୋଦ ବିହାରୀ ବରାଳ ସମ୍ବୋଧିତ କରିଥିଲେ। ଛାତ୍ରଛାତ୍ରୀଙ୍କ ହିତକଳ୍ପେ ରାଜ୍ୟ ସରକାରଙ୍କ ଉପାଦେୟ କାର୍ଯ୍ୟକ୍ରମ ‘ନୂଆ ଓ ‘ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ ବହୁସଂଖ୍ୟାରେ ସାମିଲ ହେବାକୁ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ l ସରକାରଙ୍କ ନିର୍ଦେଶାନୁସାରେ ଡିସେମ୍ବର ୩୦ ତାରିଖ ସୁଦ୍ଧା ” ନୂଆ ଓ ” ଆଧାରିତ ଏହି ପ୍ରତିଯୋଗିତାଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକ ସମସ୍ତ କଲେଜରେ ସରିବାକୁ ଥିବାବେଳେ ବୀରମିତ୍ରପୁର କଲେଜରେ ଏହା ଡିସେମ୍ବର ୧୦ ତାରିଖ ସୁଦ୍ଧା ସରିବ। ଏହାର ମୁଖ୍ୟ ନୋଡାଲ ଅଫିସର ପ୍ରବୀଣ ବାରାଙ୍କ ତତ୍ୱାବଧାନରେ ବିଭିନ୍ନ ଆକର୍ଷଣୀୟ ତଥା ମନଛୁଆଁ ସାଂସ୍କୃତିକ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା l କଲେଜର ବହୁ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ଅନ୍ତର୍ନିହିତ ପ୍ରତିଭା ଏଵଂ ସୃଜନଶୀଳତାର ପ୍ରଦର୍ଶନ କରିଥିଲେ l ଦୀର୍ଘଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମ ଗୁଡ଼ିକ ସକାଶେ ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା l ଆଜିସୁଦ୍ଧା ସମାପ୍ତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସର୍ବଶ୍ରୀ ସୁଶୀଲ ଭେଙ୍ଗରା, ଶିବାଶିଷ ପଧାନ, ଚନ୍ଦନୀ ରଣା ଓ ଜୟନ୍ତୀ ଵେବର୍ତ୍ତା ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭବାନୀ ମହାପାତ୍ର ସିଜିନ ୨ ର ଶ୍ରେଷ୍ଠ ଓଡ଼ିଆଣୀ 

masiha

ଆମ ପୁଲିସ ର ବୈଠକ 

Sunil Chandra Nayak

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

masiha

Leave a Comment

error: Content is protected !!