ଡାବୁଗାଁ, ୪/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲା ସଂଘ ସଂମ୍ପାଦକ ରମଣୀରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ବ୍ଲକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା | ଏଥିରେ ସଭାପତି ଭାବେ ଦୟାନିଧି ବଞ୍ଜରା, ଉପସଭାପତି ଗୀତାଞ୍ଜଳୀ ନିହାଲ ଓ ସୂର୍ଯ୍ୟନାରାୟଣ ମାଝି, ସମ୍ପାଦକ ଦିବାକର ବାରିକ, ସହ ସମ୍ପାଦକ ଦଶରୁ ଭତ୍ରା ଓ ସୁକଚନ୍ଦ ହରିଜନ, ସଂଗଠନ ସମ୍ପାଦକ ଘାସି ମାଝି, କୋଷାଧ୍ୟକ୍ଷ ନୀଳକଣ୍ଠ ମାଝି, ସଂଯୋଜକ ପୂର୍ଣ୍ଣଚନ୍ଦ୍ର ମାଝି, ସଭ୍ୟ ଗଗନ ହରିଜନ, ଡମ୍ବରୁଧର ନାୟକ ଓ ପୂର୍ଣ୍ଣ ମାଝି, ଆଇନ ପରାମର୍ଶଦାତା ଦିବାନ ସିଂ ଏବଂ କ୍ଲଷ୍ଟର ଅର୍ଗାନାଇଜର ଦେବେନ୍ଦ୍ର ମାଝି, ଜଗବନ୍ଧୁ ମାଝି ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ