ନବରଙ୍ଗପୁର –(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ମହକୁମା ଅଙ୍ଗୀ ନଦୀ ବ୍ରିଜ ଶେଷ ଭାଗରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ପାଇଁ ବାଲି ଓ ଚିପସ ଆଣି ଦିନ ବେଳେ କାମ ଚାଲୁ ଥିଲା l ସେ ସବୁ ସମାଗ୍ରୀ ରାସ୍ତା ଉପରେ ଛାଡ଼ି ଦେଇ ସନ୍ଧ୍ୟା ହେବାରୁ ପଳାଇ ଯାଇଥିଲେ l ବୋରିପଦର ଦେଶୀ ମଦ ଭାଟିରେ କାର୍ଯ୍ୟ କରୁଥିବା ବିହାର ରାଜ୍ୟ ଆରା ଜିଲ୍ଲାର ବାଲବାତ୍ରା ଗ୍ରାମର ରାକେଶ ଯାଦବ ( ୩୫)ସେହି ରାସ୍ତାଦେଇ କେରଣ୍ଡି ଗ୍ରାମ କୁ ଯାଇଥିଲେ l ଡାବୁଗାଁ କୁ ରାତ୍ର ୮ ଘଣ୍ଟା ଫେରିବା ସମୟରେ ବ୍ରିଜ ପାର ହେବା ପରେ ଗଦା ହୋଇ ଥିବା ବାଲି ଚିପସ ଉପରେ ଧକ୍କା ହୋଇ ଦୁର୍ଘଟଣାର ଶିକାର ହୋଇଥିବାରୁ ବାଇକ୍ ରୁ ଛିଟିକି ପଡି ଗୁରୁତର ହୋଇଥିଲେ l
ସ୍ଥାନୀୟ ଲୋକେ ରାକେଶ କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ସେଠାରେ ରାକେଶଙ୍କର ମୃତ୍ୟୁ ଘଟିଥିଲା l ଏ ନେଇ ଡାବୁଗାଁ ରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି l ପୂର୍ତ୍ତ ବିଭାଗର ଏପରି ଦାୟିତ୍ଵ ହୀନତା ଯୋଗୁଁ ଅକାଳ ରେ ଯୁବକ ମୃତ୍ୟୁ ବରଣ କରିଥିବା ଜନସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି l ବିଳମ୍ବିତ ରାତ୍ରି ଯୋଗୁ ଆଜି ଶବ ବ୍ୟବଚ୍ଛେଦ ହେବା ପରେ ମଦ ଭାଟି କର୍ମଚାରୀଙ୍କୁ ହସ୍ତାନ୍ତର କରାଯିବ l