ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ଠାରୁ ଭବାନୀ ପାଟଣା ସରକାରୀ ବସ ଚଳାଚଳ ପାଇଁ ଦାବୀ 

ବ୍ରହ୍ମପୁର ଠାରୁ ଭବାନୀ ପାଟଣା ସରକାରୀ ବସ ଚଳାଚଳ ପାଇଁ ଦାବୀ

ଆସିକା, ୧୪/୫/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରୁ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କଳାହାଣ୍ଡି ଜିଲ୍ଲାର ଭବାନୀ ପାଟଣା କୁ ରାଜ୍ଯ ସରକାର ଙ୍କ ସଡକ ପରିବହନ ନିଗମ ତରଫରୁ ସରକାରୀ ବସ ଚଳାଚଳ ପାଇଁ ସାଧାରଣ ଜନତା ଦାବୀ କରିଛନ୍ତି । ଏହି ବସ ବ୍ରହ୍ମପୁର ଠାରୁ ବାହାରି ହିଞ୍ଜିଳି, ଆସିକା, ଧରାକୋଟ,ସୋରଡା,ଦାରିଙ୍ଗବାଡ଼ି, ବାଲିଗୁଡ଼ା,ତୁମୁଡ଼ିବନ୍ଧ,ଏମ ରାମପୁର, ନର୍ଲା, ସତିଗୁଡ଼ା ଦେଇ ଭବାନୀପାଟଣା ରେ ପହଞ୍ଚିବ । ଜିଲ୍ଲା ଜିଲ୍ଲା ମଧ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ରୁଟ ରେ ସରକାରୀ ବସ ଚଳାଚଳ ବେଶ ଜରୁରୀ ଅଟେ। ଅନ୍ୟ ପକ୍ଷରେ ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ପ୍ରତ୍ୟହ ଏହି ସବୁ ସ୍ଥାନ ଗୁଡିକୁ ନିଜର ନିତିଦିନିଆ କାର୍ଯ୍ୟ ପାଇଁ ଯାତାୟାତ କରୁଛନ୍ତି । ବ୍ରହ୍ମପୁର ଠାରୁ ଭବାନୀପାଟଣା ସରକାରୀ ଗାଡି ଯାତାୟତ ହେଉନଥିବାରୁ ବେସରକାରୀ ବସ ଗୁଡ଼ିକ ମନଇଚ୍ଛା ମୂଲ୍ୟ ନେଉଛନ୍ତି ଏବଂ ଯାତ୍ରା ମଧ୍ୟ ସମୟ ସାପେକ୍ଷ ହେଉଛି । ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ଠାରୁ ଭବାନୀପାଟଣା ସରକାରୀ ବସ ଚଳାଚଳ ପାଇଁ ଦାବୀ ହେଉଛି ।

Related posts

ଆମ ଘର ଆମ ପରିବେଶ ସାହିତ୍ୟ କର୍ମଶାଳା 

Sunil Chandra Nayak

କଳାହାଣ୍ଡି ରେ ଧାନ କିଣା ବ୍ୟବସ୍ଥା : ମାତ୍ର ୭୪ ଜଣ ମିଲର୍ସ ଙ୍କ କବଜାରେ ଲକ୍ଷାଧିକ ଚାଷୀ, ପ୍ରଶାସନ ନୀରବ ଦ୍ରଷ୍ଟା 

masiha

ବ୍ୟବସ୍ଥା ସଜାଡ଼ିବାକୁ ଅଣ୍ଟା ଭିଡ଼ିଲା ଶିକ୍ଷା ବିଭାଗ ଚର୍ଚ୍ଚାରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ

masiha

Leave a Comment

error: Content is protected !!