ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ପାରୁଲ ପଟୱାରୀ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଯାଞ୍ଚ କଲେ

କୁଜଙ୍ଗ :- ଅଙ୍ଗନୱାଡି କେନ୍ଦ୍ରକୁ ଅତି ନିମ୍ନ୍ ମାନର ଛତୁଆ ଯୋଗାଣ ହେଉଥିବାର ଖବର ପ୍ରସାରଣ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଅଚାନକ ଭାବେ କୁଜଙ୍ଗ ବ୍ଲକ ଅଧିନସ୍ଥ ରାହାମା ସାଇଲୋ ପଞ୍ଚାୟତର ତେରମାଣପୁର ଗ୍ରାମ ସ୍ଥିତ ବାସୁଦେବ ସ୍ୱୟଂ ସହାୟକ ଗୋଷ୍ଠି ର ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଯାଞ୍ଚ କରିବାକୁ ଗ୍ରସ୍ତ କରିଥିଲେ ! ଏହି ଛତୁଆ କେନ୍ଦ୍ର ନିମ୍ନ ମାନର ସାମଗ୍ରୀ ମିଶ୍ରଣ କରି ଛତୁଆ ପ୍ରସ୍ତୁତ କରିଥାଏ ବୋଲି ଚର୍ଚ୍ଚା ଜୋର ଧରିଥିଲା ! ତେଣୁ ଜିଲ୍ଲାପାଳ ମହୋଦୟା କୁଜଙ୍ଗ ସିଡିପିଓ ରାଜଶ୍ରୀ ସାହୁ, ବିଡିଓ ସୌମ୍ୟାଶ୍ରୀ ପାଣିଗ୍ରାହୀଙ୍କୁ ସାଥିରେ ନେଇ ଛତୁଆକେନ୍ଦ୍ର କୁ ଯାଞ୍ଚ କରିଥିଲେ ! ବାସୁଦେବ ସ୍ୱୟଂ ସହାୟକ ଗୋଷ୍ଟିର ସଭାନେତ୍ରୀ ମନୋରମା ମହାପାତ୍ରଙ୍କୁ ଛତୁଆର ପ୍ରସ୍ତୁତି ବିଷୟରେ ପଚାରି ବୁଝିଥିଲେ ! ଛତୁଆ ପାଇଁ ଲାଗୁଥିବା ସାମଗ୍ରୀ ଗୁଡିକର ମାନ ଯାଞ୍ଚ କରିବା ସହିତ ଉନ୍ନତ ମାନର ଛତୁଆ ପ୍ରସ୍ତୁତି କରିବାକୁ ସୂଚାଇଥିଲେ ! ଏହି ଯାଞ୍ଚ ସମୟରେ ଗ୍ରୁପର ସମ୍ପାଦିକା ମଞ୍ଜୁ ମହାପାତ୍ର, ସେବଲତା ସ୍ୱାଇଁ,ସୁଚିତ୍ରା ମହାପାତ୍ର,ସୁଷମା ବରାଳ ପ୍ରଭୃତି ଉପସ୍ଥିତ ଥିଲେ ! କିନ୍ତୁ ଅଭିଯୋଗ ମୁତାବକ ଛତୁଆ ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କ ଠାରୁ କୌଣସି ପ୍ରତିକ୍ରିୟା ଶୁଣିବାକୁ ମିଳି ନଥିବାର ଜଣାଯାଇଛି ! ଚର୍ଚ୍ଚା ହେଉଛି ଯେ ଛତୁଆ ପ୍ରସ୍ତୁତ କେନ୍ଦ୍ର ସହିତ ସିଡିପିଓଙ୍କ ନିରବଛିନ୍ନ ସହଯୋଗ ରହି ଥିବାରୁ ସେମାନେ ନିମ୍ନ୍ନ ମାନର ଛତୁଆ ଅଙ୍ଗନୱାଡି ଗୁଡିକୁ ଯୋଗାଉଛନ୍ତି ! କୌଣସି କୌଣସି କ୍ଷେତ୍ରରେ ଛତୁଆ ପ୍ୟାକେଟର ଓଜନ ମଧ୍ୟ କମ ରହୁଛି ବୋଲି ଆଲୋଚନା ଚାଲିଛି ! ଦେଖିବାକୁ ରହିଲା ଜିଲ୍ଲାପାଳଙ୍କ ଗ୍ରସ୍ତ ପରେ ଛତୁଆକେନ୍ଦ୍ର ସୁଧୁରୁଛି ନା ପ୍ରଶାସନ ଆଖି ଆଢୁଆଳରେ ପୂର୍ବ କାରସାଦି ଜାରି ରଖୁଛି !

କୁଜଙ୍ଗରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ

masiha

ବିଭାଜନସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ 

masiha

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!