ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେମରି ଗ୍ରାମ ପଞ୍ଚାୟତରେ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଟେମରି ଗ୍ରାମ ପଞ୍ଚାୟତରେ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଟେମରି(ମ ନି ସ):-୨୫/୦୨:ଟେମରି ଗ୍ରାମ ପଞ୍ଚାୟତରେ କୁମ୍ଭାରୀ ଓ ଟେମରି ଗ୍ରାମର ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଲୋକମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଟେମରି ପଂଚାୟତର ୭୦ ଜଣ ମହିଳା ଓ ପୁରୁଷମାନଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏଥିରେ ସରପଞ୍ଚ ଶ୍ରୀ ମତୀ ଲକ୍ଷ୍ମୀ ସା ମତ ପ୍ରକାଶ କରିଛନ୍ତି ଯେ ମୋର ପଞ୍ଚାୟତବାସୀ ବୁଢ଼ା ବୁଢ଼ୀ, ବିକଳାଙ୍ଗ ଅସହାୟ ଲୋକଙ୍କ ପାଇଁ ଆଗାମୀ ଦିନରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ବଳକା ରହିଯାଇଛନ୍ତି, ସେମାନଙ୍କୁ ମଧୁବାବୁ ଯୋଜନାରେ ସାମିଲ କରାଯିବ, ନିଜର ଆବଶ୍ୟକୀୟ କାଗଜ ପତ୍ର ନେଇ ଅନ୍ ଲାଇନ୍ କରନ୍ତୁ ବୋଲି ଘୋଷଣା କରାଯାଇଛି। ଏଥିରେ ପିଇଓ ପୁରୁଷୋତ୍ତମ ନାଏକ, ନାଏବ ସରପଞ୍ଚ ଦୁଃଖୀରାମ ସା, ଜିଆରଏସ ସୁରେନ୍ଦ୍ର ପଟେଲ, ଜିଟେକ୍ ଧବଳେଶ୍ଵର ନାଏକ, ସୁଧୀର ଭୋଇ, ସରପଞ୍ଚ ପ୍ରତିନିଧି କୁମୁଦ ସା, ସମିତି ସଭ୍ୟାଙ୍କ ପ୍ରତିନିଧି ଖଗେଶ୍ବର ମାଝୀ , ବିଜେଡି ପ୍ରତିନିଧି ବେଭାରି ସା, ମହେନ୍ଦ୍ର ପଧାନ, ଜଗଜ୍ଜିବନ ସା, ମନୋଜ ପଟେଲ, ରଞ୍ଜନ ସା ତଥା ୱାର୍ଡ ମେମ୍ବର ବୃନ୍ଦ ପ୍ରମୁଖ ଯୋଗଦେଇ ଥିଲେ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ଆଳତୁମା ହାଇସ୍କୁଲ 2000 ମାଟ୍ରିକ ବ୍ୟାଚର ସିଲଭର ଜୁବଲି ପାଳିତ

masiha

ବଂଶୀଧର ଓ ଇଲପଣ୍ଡା ଫାଉଣ୍ଡେସନ ଦ୍ବାରା ରକ୍ତଦାନ ଶିବିର

masiha

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆରଏମସି ତରଫରୁ ମହିଳା ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

masiha

Leave a Comment

error: Content is protected !!