ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ

କୋକସରା,୩୧/୧ // ଆତ୍ମ ସୁରକ୍ଷା ପାଇଁ ଛାତ୍ରୀଙ୍କୁ ମହାବିଦ୍ୟାଳୟ ସ୍ତରରେ ପ୍ରଶିକ୍ଷଣ ଶିବିର ଦିଆ ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି। ଅଧ୍ୟାପିକା କଲ୍ୟାଣି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଅଷ୍ଟ ଦିବସୀୟ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷିକା ପ୍ରିୟ ଦର୍ଶନୀ ବେହେରା ଛାତ୍ରୀଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କଲା କୌଶଳ ଉପରେ ପ୍ରଶିକ୍ଷଣ ଦେଇଥିଲେ। ଉଦଯାପନି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ଯୋଗଦେଇ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ଆଜିର ସମାଜରେ ନିହାତି ଦରକାର ବୋଳି କହିବା ସହ ଶିବିରରେ ଭାଗ ନେଇଥିବା ଛାତ୍ରୀ ଓ।ପ୍ରଶିକ୍ଷିକାଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ସଞ୍ଚୟ କୁମାର ପୁରୋହିତ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଗୀତାଞ୍ଜଳି ରାଉତ, ଅଙ୍କିତା ଖୁରା, ଖେଳ ଲୋକଙ୍କ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ, ଭାରତ ଭୂଷଣ ଠାକୁର, ପ୍ରଶାନ୍ତ ଯୋଷୀ, ବିଭୁଞ୍ଜନ ସାହୁ, ଭାନୁମତି ମାଝୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରାଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ପୋଖରୀ ରେ ବୁଡି ୫ ବର୍ଷର ଶିଶୁ ମୃତ, ଆଉ ଜଣେ ୫ ବର୍ଷର ଶିଶୁ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

ନିଶାଶକ୍ତ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ,ଚାଳକ ଅଟକ

masiha

କଟକ ସଦର ମାଟିର ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସେବାକାର୍ଯ୍ୟ 

Sunil Chandra Nayak

Leave a Comment

error: Content is protected !!