ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ଶ୍ରୀ ମନ୍ଦିର ସୁରକ୍ଷା ବାହିନୀର ମହାନତା : ସଧାରଣରେ ଉଚ୍ଚ ପ୍ରଶଂସା 

ସ୍ୱତନ୍ତ୍ର ଶ୍ରୀ ମନ୍ଦିର ସୁରକ୍ଷା ବାହିନୀର ମହାନତା : ସଧାରଣରେ ଉଚ୍ଚ ପ୍ରଶଂସା 

କଟକ : ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ସାଜିଥିବା “ସ୍ୱତନ୍ତ୍ର ଶ୍ରୀ ମନ୍ଦିର ସୁରକ୍ଷା ବାହିନୀ” ଙ୍କର ଆଉ ଗୋଟିଏ ସେବାର ନିଛକ ଉଦାହରଣ ସୃଷ୍ଟି କରିଛନ୍ତି । ସୁଦୂର ମହାରାଷ୍ଟ୍ର ରାଜ୍ୟର କ୍ରିଷ୍ଠାନନ୍ଦ ପବ୍ଲିକ ସ୍କୁଲର ଜଣ ଛାତ୍ରଙ୍କ ସହିତ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ଖୁବ୍ ସୁନ୍ଦର ଭାବରେ ଆମ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଦର୍ଶନ କରେଇବାରେ ସମସ୍ତ ସୁବିଧା ଓ ସହଯୋଗ କରିଛନ୍ତି ।ଏହି ସମୟରେ ପୋଲିସ ଅଫିସର ଭାବରେ ରସାନନ୍ଦ ଦେଉରି,ବାଦଲ କୁମାର ବେହେରା, ରଘୁନାଥ ହସ ଦାହା,ଶଙ୍ଖ ମୁର୍ମୁ ଉପସ୍ଥିତ ରହି ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିଲେ ।ଏହି ସମୟରେ ଡେପୁଟି କମାଣ୍ଡାଣ୍ଟଦୀପକ କୁମାର ଗଡ଼ନାୟକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରୁଥିଲେ । ଛୋଟଛୋଟ ପିଲାମାନଙ୍କର ଖୁସି ଦେଖି ସେଠିକାର ଉପସ୍ଥିତ ଥିବା ଦଇତା ପତି ଓ ପବ୍ଲିକ ବହୁତ୍ ଖୁସି ଅନୁଭବ କଲେ ଓ ସ୍ୱତନ୍ତ୍ର ଶ୍ରୀ ମନ୍ଦିର ସୁରକ୍ଷା ବାହିନୀକୁ ଏହିପରି କାର୍ଯ୍ୟ ଆଗକୁ କରନ୍ତୁ ବୋଲି ଉତ୍ସାହିତ କଲେ ।ଏହାଦେଖି ପୁରୀ ଜିଲ୍ଲାର ଏସପି ଦାୟିତ୍ୱରେ ଥିବା ପ୍ରତୀକ ସିଂ ମହୋଦୟ ଏହାକୁ ଉଚ୍ଚ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।ଏହିପରି ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ଜନ୍ମେଈ ଥିବାରୁ (ଡି.ଜି) ଯୋଗେଶ ବାହାଦୂର ଖୁରାନିଆ ମହୋଦୟ ଉଚ୍ଚ ପ୍ରଶଂସା କରିବା ସହିତ ଏହିପରି ଭାବରେ ପ୍ରଶଂସନୀୟ କାର୍ଯ୍ୟ ଆଗକୁ କରିବା ନେଇ ଉତ୍ସାହ ପ୍ରଦାନ କରିଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜଗା ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟିକ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ସମ୍ବର୍ଦ୍ଧିତ

Sunil Chandra Nayak

ଗୋତୋମୁଣ୍ଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି

କୁସୁମଯୋଡ଼ି ଗ୍ରାମ ପଞ୍ଚୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ ଖାରଜ

masiha

Leave a Comment

error: Content is protected !!