ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ:୪ ମାମଲା ରୁଜୁ 

ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ:୪ ମାମଲା ରୁଜୁ 

ନବରଙ୍ଗପୁର:(ତା ୩.୧୨.୨୦୨୫)(ରବି ନାରାୟଣ ମହାନ୍ତି) ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ବାଇଁ ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ତଥା ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ଅଶେଷ କୁମାର ନାୟକ ଓ ବିଭାଗୀୟ କର୍ମଚାରି ମାନଙ୍କ ସହ ନବରଙ୍ଗପୁର ଥାନା ଅର୍ନ୍ତଗତ ପୁରୁଣାପାଣି ଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ମହିଳା ଆସାମୀ ପ୍ରତିମା ଯାନୀ ନିକଟରୁ ୧୮(ଅଠର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା।ସେଭଳି ପୁରାଣାପାଣିଗୁଡାରେ ଜଣେ ପୁରୁଷ ଆସାମୀ ନିକଟରୁ ୧୫ (ପନ୍ଦର ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା. PR No – 101/2025-26 ଓ PR No – 102/2925-26 of Inspetor of Excise Nabarang pur Range ରେ ମକଦ୍ଦମା ରୁଜୁ କରାଗଲା।

  କୋଡିଙ୍ଗା ଥାନା ଅନ୍ତର୍ଗତ ସିରସୀ ଗ୍ରାମ ରାସ୍ତା ରେ ଜଣେ ମହିଳା ଆସାମୀ ବୃନ୍ଦାବତୀ ବିଷୋୟୀ ନିକଟରୁ ୧୩ (ତେର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା। କୋଡିଙ୍ଗା ଥାନା ଅନ୍ତର୍ଗତ ମୋଦିନା୍ୟାକଗୁଡା ଗ୍ରାମ ରାସ୍ତାରେ ଜଣେ ପୁରୁଷ ଆସାମୀ ବାବୁଲି ନୟାଜ ନିକଟରୁ ୧୮ (ଅଠର ) ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରାଗଲା। ନବରଙ୍ଗପୁର ଥାନା ଅନ୍ତର୍ଗତ ପିପଲଗୁଡା ନିକଟରେ ଜଣେ ପୁରୁଷ ଆସାମୀ ସୁଶାନ୍ତ ମିର୍ଗାନ ନିକଟରୁ ୧୭ (ସତର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଓ ଗୋଟିଏ TVS XL Moped ଜବତ କରାଗଲା. Vide PR No – 260/2025-26, 261/ 2025-26 ଓ 262/ 2925-26 of ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ମକଦମା ରୁଜୁ କରିଛନ୍ତି। ସମସ୍ତ ୫ ଜଣ ଆସାମୀ ମାନଙ୍କୁ ମାନ୍ୟବର SDJM ଙ୍କ ଅଦାଲତ ରେ ହାଜର କରାଗଲା. ଏହି ଚଢାଉ ରେ ରଞ୍ଜୀ ଯାନୀ, ରିସମା ସୁନା , ସୁଧାଂଶୁ ଶେଖର ବାଘ୍, ଅକ୍ରମ ଖାନ, ଉମେଶ ହରିଜନ ଓ ସଦା ଶିବ ଭତରା ସହଯୋଗ କରି ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କକଡାଗୁଡା ରେ ଗଣ୍ଡଗୋଳ ଘଟଣାରେ ୨ ଗିରଫ 

Sunil Chandra Nayak

ପ୍ରହସନ ପାଲଟିଛି ସେପ୍ଟୀ କାର୍ଯ୍ୟକ୍ରମ ,ବସନ୍ତ ପୁର ସ୍ଥିତ ଆଦିତ୍ୟ ବିର୍ଲା କାରଖାନା ରେ ଦୁର୍ଘଟଣା, ଜଣେ ମୃତ, ଗେଟ ସାମ୍ନା ରେ ଉତ୍ତେଜନା

masiha

ରାତି ଅଧରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ

Leave a Comment

error: Content is protected !!