ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗୀତରେ ନାଚିଲେ ବିଧାୟକ, ବିଡ଼ିଓ ଓ ସରପଞ୍ଚ

ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗୀତରେ ନାଚିଲେ ବିଧାୟକ, ବିଡ଼ିଓ ଓ ସରପଞ୍ଚ

କୋକସରା,୩୧/୧ // ପ୍ରତି ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଜୋରସୋରରେ ଆୟୋଜିତ ହେଉଥିବା ବେଳେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ସରପଞ୍ଚ ଅକ୍ଷୟ ନାଏକ ମଧ୍ୟ ଲୋଇସିଙ୍ଗା ବଜାସାଲ କଳାକାରଙ୍କ ଏକଡା ଏକଡା ରା… ଗୀତର ତାଳରେ ତାଳ ମିଶାଇ ମଞ୍ଚରେ କଳାକାର ଓ ଉପସ୍ଥିତ ଜନ ସାଧାରଣଙ୍କ ସହ ନାଚିନାଚି ଧୂମ ମଚାଉଥିବା ଦେଖିବାକୁ ମିଳିଛି। ଆଜି ମୂଷାପାଳି ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ଅକ୍ଷୟ ନାଏକଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ମୁଖ୍ୟ ବକ୍ତା ଭାବେ ବିଡ଼ିଓ ସ୍ନେହାପ୍ରଭା ମାଝୀ, ସମ୍ମାନିତ ଅତିଥି ଭାବେ ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ନାଏବ ସରପଞ୍ଚ କୃଷ୍ଣା ମଞ୍ଜରୀ ସୁନାନୀ ପ୍ରମୂଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ରହିଥିବା ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ଏକମାତ୍ର ବିକଳ୍ପ ବୋଳି କହିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ପଞ୍ଚାୟତ ପିଇଓ ଦୁଷ୍ମନ୍ତ ସୁନାନୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ରାଜୀବ କୁମାର କରଣ ଙ୍କ ସ୍ମୃତିଚାରଣ

masiha

ଧର୍ମଗଡ ଠାରୁ ପୁରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆଜି ଠାରୁ ଆରମ୍ଭ।

masiha

ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

Sunil Chandra Nayak

Leave a Comment

error: Content is protected !!