ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣ ମହିଳାଙ୍କ ପରଲୋକ

ଧର୍ମପରାୟଣ ମହିଳାଙ୍କ ପରଲୋକ

ଢେଙ୍କାନାଳ, ୩/୧: ଢେଙ୍କାନାଳ ସଦର ବ୍ଳକ୍‌ର ଗେଙ୍ଗୁଟିଆ ଗ୍ରାମର ସର୍ଗତ ଶିକ୍ଷକ ପୂର୍ଣଚନ୍ଦ୍ର ମଲ୍ଲିକଙ୍କର ଧର୍ମପତ୍ନୀ କୁନ୍ତଳା କୁମାରୀ ମଲ୍ଲିକ ୭୫ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ଗତକାଲି ରାତ୍ର ୨ ଘଟିକାରେ ମୃତ୍ୟୁବରଣ କରିଛନ୍ତି । ସେ ଏକାଧାରରେ ଜଣେ ମେଳାପି, ବୁନ୍ଧୁବସଳ, ପରୋପକାରୀ ମହିଳା, ସଂଗଠକ, ଧର୍ମକାର୍ଯ୍ୟ ନିପୁଣା, ସର୍ବଗୁଣାସଂପନ୍ନା ମହିଳା ହିସାବରେ ଏ ଅଂଚଳରେ ପରିଚିତ । ମୃତ୍ୟୁ ସମୟରେ ତାଙ୍କ ପାଖରେ ପୁତ୍ର ପ୍ରଦୀପ ,ପ୍ରକାଶ, ପୁତ୍ରବଧୂ ଶାନ୍ତି, ସୁଜାତା, ଝିଅ ଜ୍ୱାଇଁ ପ୍ରଶାନ୍ତି ଓ ପତିତ, ପ୍ରଭାତୀ ଓ ଅନୀଲ, ପ୍ରତିମା ଓ ପରମାନନ୍ଦ, ନାତି ଲେଲୁ, ନିବୁ, ନାତୁଣୀ-ଲୋରୀ, ଲିଟିଲ୍ ସମେତ ଜ୍ଞାତିକୁଟୁମ୍ବ ଓ ପ୍ରିୟପରିଜନ ସମସ୍ତେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଅଛି । ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ସମସ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ପାଳିତ.

masiha

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ସଫଳତା

ଧର୍ମଗଡ଼ ସହରରେ ଅଭୂତପୂର୍ବ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!