ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ ଓ କର୍ମକର୍ତ୍ତା ଚୟନ 

ଡାବୁଗାଁରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ ଓ କର୍ମକର୍ତ୍ତା ଚୟନ 

ଡାବୁଗାଁ, ୨୫/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖା ର ଏକ ବୈଠକ ସଂଘ ସଭାପତି ସନ୍ତୋଷ ଭତ୍ରା ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ସଭାପତି ଅକ୍ଷୟ ରାଓ, ସମ୍ମାନୀତ ଅତିଥି ଭାବେ ଅଜୟ ସିଂଦାର, ନବରଙ୍ଗପୁର ବ୍ଲକ ସମ୍ପାଦକ ମଧୁସୂଦନ ରାଓ, ତାପସ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ | ଏହି ବୈଠକ ନିଶାମୁକ୍ତ ଡ୍ରାଇଭର ଗଠନ, ସଂଘର ବିବିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ଶେଷରେ ଡାବୁଗାଁ ବ୍ଲକ ର ନୂତନ କମିଟି ଗଠନ କରଯାଇଥିଲା | ଏଥିରେ ସଭାପତି ଭାବେ ସନ୍ତୋଷ ଭତ୍ରା, ଉପସଭାପତି ପି. ଭୈରବ ରାଓ, ସମ୍ପାଦକ ପ୍ରଶାନ୍ତ ପଣ୍ଡା, ସହ ସମ୍ପାଦକ ତ୍ରିନାଥ ଷଡଙ୍ଗୀ, କୋଷାଧ୍ୟକ୍ଷ ଡମ୍ବରୁ ନାୟକ, ଉପଦେଷ୍ଟା ଉତ୍ତମ ପ୍ରଧାନ ଓ ବ୍ଲକ ର ୧୨ ଟି ପଞ୍ଚାୟତ ପାଇଁ ସଭାପତି ଙ୍କୁ ଚୟନ କରାଯାଇଥିଲା | ଏଥିରେ ଡାବୁଗାଁ ବ୍ଲକ ର ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ଡ୍ରାଇଭର ମାନେ ଯୋଗଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଉରକେଲା ମହାବିଦ୍ୟାଳୟ, ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାକ୍ଷରତା ଅଭିଯାନ ପାଳିତ

masiha

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ୩୭୪ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି

Sunil Chandra Nayak

ଆଲମଣ୍ଡା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ମହା ସମାରୋହରେ ପାଳିତ

Leave a Comment

error: Content is protected !!