ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସମବାୟ ସମିତି କର୍ମଚାରୀ ମହାମଞ୍ଚ, ଭୁବନେଶ୍ୱର ପକ୍ଷରୁ କଲମ ଛାଡ ଓ ଆନ୍ଦୋଳନ

ଓଡ଼ିଶା ସମବାୟ ସମିତି କର୍ମଚାରୀ ମହାମଞ୍ଚ, ଭୁବନେଶ୍ୱର ପକ୍ଷରୁ କଲମ ଛାଡ ଓ ଆନ୍ଦୋଳନ

 ବାଲେଶ୍ଵର,୦୧/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ତା ୦୧.୩.୨୪ ରିଖ ଓଡ଼ିଶା ସମବାୟ ସମିତି କର୍ମଚାରୀ ମହାମଞ୍ଚର ସଭାପତି ଆହ୍ବାନ କ୍ରମେ ଓଡ଼ିଶାର ସମସ୍ତ କର୍ମଚାରୀ ମାନଙ୍କୁ ନେଇ ବାଲେଶ୍ଵର ଓ ଭଦ୍ରକ କେନ୍ଦ୍ର ସମବାୟ କୋପେରେଟିଭ ବ୍ୟାଙ୍କ ଅଧିନରେ ଥିବା କାର୍ଯ୍ୟରତ ସମସ୍ତ କର୍ମଚାରୀ ପି.ଏ.ସି.ଏସ/ ଏଲ.ଏ. ଏମ୍ପି.ସି.ଏସ କର୍ମଚାରୀ ମାନେ ୩ ଦଫା ଦାବି ସମ୍ବଳିତ ନେଇ ତା ୦୧.୩.୨୦୨୪ ରିଖ ଠାରୁ କଲମ ଛାଡ ଆନ୍ଦୋଳନରେ ବସିଛନ୍ତି । ମୁଖ୍ୟ ୩ ଦଫା ଦାବି ଗୁଡ଼ିକ ହେଲା (୧) ୨୭୦୮ ଜଣ PACS/ LAMPCSଙ୍କ କର୍ମଚାରୀ ମାନଙ୍କୁ କ୍ଯାର୍ଡର ଭୂକ୍ତ କରି ବଦଳି କରିବା, (୨) ଷଷ୍ଠ ବେତନ କମିଶନ ହାରରେ ପାଉଥିବା କର୍ମଚାରୀଙ୍କ ଡି.ଏ. ଶତକଡା ୧୬୪ ରୁ ୨୩୦କୁ ବୃଦ୍ଧି।(୩) ଷଷ୍ଠ ବେତନ ହିସାବରେ ସପ୍ତମ ବେତନ କମିଶନ ତୁରନ୍ତ ଲାଗୁ କରିବା । ଏହି ୩ ଦଫା ଦାବି ସମ୍ବଳିତ ନେଇ ଆଜି ଖଇରା ଶାଖା ପରିଚାଳକ ସମବାୟ କୋପେରେଟିଭ ବ୍ୟାଙ୍କ ସମ୍ମୁଖରେ ଓ ବାଲେଶ୍ଵର ଜିଲ୍ଲା ଡିଆରସିଏସ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଓ ଧାରଣା ଦେଇଛନ୍ତି, ଯେ ପର୍ଯ୍ୟନ୍ତ ୩ ଦଫା ଦାବି ପୂରଣ ନହେବା ଯାଏ ଏହି ଧାରଣା ଓ ଆନ୍ଦୋଳନ ଅନିର୍ଦିଷ୍ଟ କାଳ ଚାଲୁ ରହିବ ବୋଲି କର୍ମଚାରୀ ସଂଘର ସଭାପତି ଶ୍ରୀ ଅକ୍ଷୟ କୁମାର ରାଉତ, ସମ୍ପାଦକ ଶ୍ରୀ ଦେବାଶିଷ ପାଢ଼ୀ ଏବଂ ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଉପସ୍ଥିତ ଥିବା ସଭ୍ୟ ପ୍ରମୁଖ ମାନେ କହିଛନ୍ତି, କର୍ମଚାରୀ ସଂଘର ସଭାପତି ଦୁଃଖର ସହିତ କହିଛନ୍ତି ଚାଷୀମାନଙ୍କ ଯେଉଁ କ୍ଷତି ହେବ ସେ କ୍ଷତି ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ, ସରକାର ସବୁ ବିଭାଗ ସମସ୍ତ ଦାବି ପୂରଣ କରୁଥିବା ବେଳେ ଏହି ସମବାୟ ବିଭାଗର ଉଚ୍ଚ ପଦାଧିକାରୀ କୌଣସି ଦାବି ଉପରେ ଆଲୋଚନା କରୁନାହାନ୍ତି, ସରକାର ଏହି କର୍ମଚାରୀ ମାନଙ୍କ ଉପରେ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଆଜି ଏ ସମସ୍ଯ ଘଟିଛି, କର୍ମଚାରୀ ମାନେ ସଦାସର୍ବଦା ଚାଷୀମାନଙ୍କ ସହିତ ସହଯୋଗ କରିଆସୁଛନ୍ତି, ଏଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ଓ ବୁଦ୍ଧିଜୀବି ଦାବି ମହଲ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବର୍ଷାରେ ଭୁଷୁଡ଼ି ଗଲା ଗାଈ ଗୁହାଳ

ବନ୍ଧୁଗାଁ ଶ୍ରୀ ଶିରିଡ଼ି ସାଇ ବାବା ମନ୍ଦିରର ୨ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

masiha

ତେଜୁଛି ଜିଲ୍ଲା ମାନ୍ୟତା ଦାବୀ ,  ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୪୦ ଦିନରେ

masiha

Leave a Comment

error: Content is protected !!