ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ଯାଦବ ସମାଜ ର ଶକ୍ତି ପ୍ରଦର୍ଶନ , ଜାତି ସଂଗଠିତ ହେଲେ ସଂସ୍କୃତି ସୁଦୄଢ ହେବ। -ପଦ୍ମଶ୍ରୀ ହଳଧର ନାଗ-

ଧର୍ମଗଡ ଠାରେ ଯାଦବ ସମାଜ ର ଶକ୍ତି ପ୍ରଦର୍ଶନ 

ଜାତି ସଂଗଠିତ ହେଲେ ସଂସ୍କୃତି ସୁଦୄଢ ହେବ। -ପଦ୍ମଶ୍ରୀ ହଳଧର ନାଗ-

 ଜାତି ସଂଗଠିତ ହେଲେ ସଂସ୍କୃତି ସୁଦୄଢ ହେବ । ଦ୍ବାପର ଯୁଗରୁ କୄଷ୍ନଙ୍କ ବଂଶଧର ଯାଦବ ଜାତି ସଂସ୍କୃତି ପରମ୍ପରା ଅନନ୍ୟ ବୋଲି ଆଜି ଧର୍ମଗଡ ଠାରେ ଯାଦବ ସମାଜ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରି ପଦ୍ମଶ୍ରୀ ହଳଧର ନାଗ ମତବ୍ୟକ୍ତ କରିଛନ୍ତି । ଧର୍ମଗଡ ଯାଦବ ସଭାପତି ଅନିରୁଦ୍ଧ ଲହଜଲ ଙ୍କ ନେତୄତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବ୍ଲକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ହଳଧର ନାଗଙ୍କୁ ପଞ୍ଚାୟତ ପଡିଆକୁ ଅଣାଯାଇଥିଲା । ମଂଚ ରେ ସୁଧିର ଗୋପାଳ ପରିଚାଳନା କରିଥିଲେ । ସ୍ବାଗତ ଭାଷଣ ଯାଦବ ସମାଜର ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁ ଲହଜଲ ପ୍ରଦାନ କରିଥିବା ବେଳେ ରବିନ୍ଦ୍ର ଲାଲ ଯାଦବ,ହେମାଙ୍ଗିନୀ ହଂସ,ନଳିନୀ ରଂଜନ ରାଉତ,ଶୀବ ହାତି,ଜହରଲାଲ ବାଗ,ଅରୂପାନନ୍ଦ ନାଗ,ଦ୍ବାରିକାନାଥ ବାଗ, ସତ୍ୟନାରାୟଣ ବିଶି,ଯାଦବ ମହାସଭାର ଜିଲ୍ଲା ସଭାନେତ୍ରୀ ରଶ୍ମି ରେଖା ରାଉତ ପ୍ରମୂଖ ଉପସ୍ଥିତ ଥିଲେ | ସମାଜର ସଂଗଠକ ଚନ୍ଦ୍ରଧ୍ବଜ ଲହଜଲ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଥିବା ଯାଦବ ସମାଜର ୫୦ଜଣ ବରିଷ୍ଠ ନାଗରିକ ଙ୍କୁ ସଭାପତି ଅନିରୁଦ୍ଧ ଲହଜଲ ଏବଂ ମୂଖ୍ୟ ଅତିଥି ପଦ୍ମଶ୍ରୀ ହଳଧର ନାଗ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷୀରେ ଯାଦବ ସମାଜ ପକ୍ଷରୁ ଗଠିତ ହୋଇଥିବା ନାରାୟଣ ସେନା ର ଘୋଷଣା କରାଯାଇଥିଲା।ଶ୍ରୀକୃଷ୍ଣ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏହିସେନା ସମାଜସେବା ସହିତ ଅନ୍ୟାୟ ବିରୁଦ୍ଧରେ କାର୍ଯ୍ୟ କରିବ ବୋଲି ସଭାପତି ଅନିରୁଦ୍ଧ ଲହଜଲ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ର ସଫଳ ଆୟୋଜନ ପାଇଁ ମହେନ୍ଦ୍ର ଖରସେଲ,ଟୁନା ଚଣ୍ଡୀ, ଅରଖିତ ଭଇଁସାଲ,ନନ୍ଦ ବଛା, ମୋହନ ଗହୀର,ବିରଞ୍ଚି ଭଏଁସାଲ,ଧନୁ ଗୋପାଳ,ପ୍ରମୋଦ ହଂସ, ଗୁଣନିଧି ବାଗ,ଧନିଷ୍ଠ ଲହଜଲ ପ୍ରମୂଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୋବାଇଲ ଟାୱାର ତୁରନ୍ତ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ସାକ୍ଷାତ କରି ପୂର୍ବତନ ବିଧାୟକ ଅନୁରୋଧ କଲେ

Sunil Chandra Nayak

ହ୍ୟୁମାନିଟୀ ଫାଉଣ୍ଡେସନ ର ପଖାଳ ଦିବସ

Sunil Chandra Nayak

ପଟାଶାଳ କୁ ଗଡୁନି ଲକ୍ଷ୍ମୀ ବସ, ବଢ଼ୁଛି ଜନ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!