ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ଉଜ୍ଜାପିତ

ଭବାନୀପାଟଣା ତା ୨୮.୨.୨୦୨୩ // ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭବାନୀପାଟଣା ପକ୍ଷରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ଶୀର୍ଷକ ଦୁଇଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉଜ୍ଜାପିତ ହୋଇଯାଇଛି। କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ କଳାହାଣ୍ଡି ଜ଼ିଲ୍ଲାପାଳ ସୁଶ୍ରୀ ପି. ଅନ୍ଵେଷା ରେଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିବା ସ୍ଥାନୀୟ ତଥା ଦେଶର ବିଭିନ୍ନ ଭାଗର ଅପରିଚିତ ଯୋଦ୍ଧାଙ୍କ ଆଦର୍ଶ, ଦେଶ ପ୍ରତି ଅବଦାନକୁ ସ୍ମରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସହକାରୀ ପ୍ରାଧ୍ୟାପକ ଡ଼. ଖୁସବୁ ଅଗ୍ରୱାଲ ଜଳ ସଂଚୟ, ଶକ୍ତି ସଂଚୟ ଏବଂ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ କରିବା ସଂଗେ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିବା ବେଳେ ଡ଼.ବୀରେନ୍ଦ୍ର ସୁନା ସହକାରୀ ପ୍ରାଧ୍ୟାପକ ମିଲେଟ ମିଶନର ଉପକାରିତା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ବର୍ତ୍ତମାନ ଭାରତର ଅଧ୍ୟକ୍ଷତାରେ ହେଉଥିବା ଜି-୨୦ର ମହତ୍ୱ ଏବଂ ଏହା କିଭଳି ଭାବେ ଭାରତର ବିକାଶରେ ସହାୟକ ହେବ ଡ଼. ସରିତା ବାଗ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅବଗତ କରିବା ସଂଗେ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।   

ପରେ ବିଭାଗ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ୨୧ ଜଣ ଛାତ୍ର ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ସଞ୍ଜୟ ଶତପଥୀ ସମ୍ମାନିତ କରିବା ସହ ଦେଶର ବିକାଶରେ ନିଜର ଶ୍ରେଷ୍ଠ କର୍ତ୍ତବ୍ୟ ପ୍ରତିପାଦନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଭବାନୀପାଟଣା ଡାକ ବିଭାଗର ଅଧିକ୍ଷକ ଶ୍ରୀ ରାଜକିଶୋର ମହାରଣା ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଂଚାର ବ୍ୟୁରୋର, କ୍ଷେତ୍ରୀୟ ଅଧିକାରୀ ଶ୍ରୀ ବିଷ୍ଣୁ ଚରଣ ସାହୁ ପରିଚାଳନା କରିଥିଲେ ।

ମସିହା ନିଉଜ ସର୍ଭିସ୍ 

                                        

Related posts

ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂଗଠନ ଆନୁକୂଲ୍ୟରେ ରେ ସମ୍ବର୍ଦ୍ଧନା ସଭl 

Sunil Chandra Nayak

ବିପଦ ସଙ୍କୁଳନ ରେ ତସୁ(କୁଣ୍ଡା)ଚାଲାଣ

masiha

ନୂଆ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତକରି ଜାତୀୟ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀଙ୍କ ସହିତ ସୗହାର୍ଦପୂର୍ଣ ଆଲୋଚନା ଓ ଦାବି ପତ୍ର ପ୍ରଦାନ କରିଥିଲେ

Sunil Chandra Nayak

Leave a Comment

error: Content is protected !!