ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋହନଗିରି ରେ ବ୍ରାହ୍ମଣ ସମାଜର ନୂତନ କମିଟି ଗଠନ

ମୋହନଗିରି ରେ ବ୍ରାହ୍ମଣ ସମାଜର ନୂତନ କମିଟି ଗଠନ

ମ.ରାମପୁର,୧୦/୦୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରିସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସର ରେ ମ.ରାମପୁର ବ୍ଲକ ବ୍ରାହ୍ମଣ ସମାଜ ଆହ୍ଵାନ କ୍ରମେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ରାହ୍ମଣ ସମାଜ ର ସାଧାରଣ ସମ୍ପାଦକ ପ୍ରଶାନ୍ତ ସାମନ୍ତରା ବ୍ରାହ୍ମଣ ସମାଜ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ l ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କମ୍ଭୂପାଣି ମିଶ୍ର ବ୍ରାହ୍ମଣ ସମାଜକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ l ପରେ ବ୍ଲକ ସଭାପତି ଶିବପ୍ରସାଦ ଶତପଥୀ ସମସ୍ତଙ୍କୁ ବ୍ରାହ୍ମଣ ସମାଜ ର କର୍ତ୍ତବ୍ୟ ଓ ନିଷ୍ଠା ଉପରେ ଆଲୋକପାତ କରି ମୋହନଗିରୀ ଆଞ୍ଚଳିକ ବ୍ରାହ୍ମଣ ସମାଜ ର ନୂତନ କମିଟି ଗଠନ ପାଇଁ କହିଥିଲେ l ଏଥିରେ ସଭାପତି ଭାବରେ ଗିରିଶ ଚନ୍ଦ୍ର ହୋତା, ଉପସଭାପତି ଭାବେ ବଳରାମ ହୋତା ଓ ବିଷ୍ଣୁ ଚରମ ହୋତା , ସାଧାରଣ ସମ୍ପାଦକ ଭାବରେ ଭିକାରୀ ଚରଣ ଆଚାର୍ଯ୍ୟ, ସଂଗଠନ ସଂପାଦକ କୈଳାଶ ଚନ୍ଦ୍ର ହୋତା, କୋଷାଧ୍ୟକ୍ଷ ମହେଶ ଚନ୍ଦ୍ର ହୋତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାବେଳେ ଊପଦେଷ୍ଠା ଭାବରେ ପବିତ୍ର ମୋହନ ହୋତା, ବିଶ୍ଵନାଥ ହୋତା, ରାଜେନ୍ଦ୍ର ବୈଜ, ଯୁଗଳ କିଶୋର ହୋତା ଓ ଶଙ୍କର ରଥ ମନୋନୀତ ହୋଇଥିଲେ l ଏଥିରେ ଯୋରାଡୁବୁରା ବ୍ରାହ୍ମଣ ସମାଜର ସଦସ୍ୟଙ୍କ ସମେତ ମ.ରାମପୁର ବ୍ଲକ ର ଉଦ୍ଧବ ପଣ୍ଡା, ଅନ୍ତର୍ଯ୍ୟାମୀ ମିଶ୍ର, ତ୍ରିଲୋଚନ ଦାସ, ସୁବାସ ନାୟକ ଏବଂ ମଦନପୁର ବ୍ରାହ୍ମଣ ସମାଜ ର ସହଦେବ ପାଢ଼ୀ, ଲିଙ୍ଗରାଜ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବିଜାତଳା ସିଡିପିଓଙ୍କ ମନୋମୁଖୀ କାର୍ଯ୍ଯ ନେଇ ଅଙ୍ଗନୱାଡିକର୍ମୀମାନେ ଉପଜିଲ୍ଲାପାଳ କାର୍ଯ୍ଯାଳୟ ଦ୍ବାରସ୍ଥ          

Sunil Chandra Nayak

ଓଡିଶା ରାଜ୍ୟ ସମବାୟ ସମିତି ଲିଃ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ

masiha

ଜାତୀୟ ସଡ଼କ ସୁରକ୍ଷା ମାସ-୨୦୨୫ ଉଦଯାପନୀ ଉତ୍ସବ ପାଳିତ 

masiha

Leave a Comment

error: Content is protected !!