ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ସମୀକ୍ଷା ବୈଠକ

ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ସମୀକ୍ଷା ବୈଠକ 

ଡାବୁଗାଁ, ୧୩/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା, ମୌଳିକ ସାକ୍ଷରତା ଭାଷା ଓ ସଂଖ୍ୟାଜ୍ଞାନ, ପରିବେଷ ପରିଷ୍କାର ପରିଚ୍ଛନତା, ମୋ ସ୍କୁଲ ଅଭିଯାନ, ମଧ୍ୟାନ୍ନ ଭୋଜନ, ଅନୁଦାନର ବିନିଯୋଗ ଉପରେ ଆଲୋଚନା କରଯାଇଥିଲା | ଏହି ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ଦେବରାଜ ଗୋପାଳ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନଞ୍ଜୟ ବଡଜେନା, ହେମନ୍ତ କୁମାର ପଣ୍ଡା, ଶ୍ରୀକାନ୍ତ କୁମାର ପଣ୍ଡା, ପିଙ୍କି କୁମାରୀ ଗୁପ୍ତା, ଗୀତାଞ୍ଜଳୀ ବସ୍ତିଆ, ପ୍ରସନ୍ନ କୁମାର ଦଣ୍ଡସେନା, ବରିଷ୍ଠ ପ୍ରଧାନ ଶିକ୍ଷକ ହରେକୃଷ୍ଣ ବାଡତ୍ୟା, ବିକାଶ ରଞ୍ଜନ ନିଶଙ୍କ, କୃଷ୍ଣଚନ୍ଦ୍ର ପଣ୍ଡା, ରତିକାନ୍ତ ନାୟକ, ବନଲତା ମହାନ୍ତି, ମୋହନସିଂ ଗଣ୍ଡ, ଦୟାନିଧି ବଞ୍ଜରା ଓ ବ୍ଲକ ଅଧୀନ ପ୍ରତ୍ୟେକ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଏସଡିସି ଅଧ୍ୟକ୍ଷଙ୍କ ସମ୍ମିଳନୀ : ଯୋଗଦେଲେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ବର୍ଷ।ରେ ଭାଙ୍ଗିଲା ପେଟ ଭୁଲିଆ ସାଇଡ ଗାଡ଼ୟାଲ ବ୍ରିଜ

Sunil Chandra Nayak

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ  ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

masiha

Leave a Comment

error: Content is protected !!