ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ
କୋକସରା,୧୦/୧୧ // ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଯାଇଥିଲେ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ପଂଚାୟତ କାଶିବାହଲ ଗାଁ ର ମାନସିଂ ପୋଢ (୫୫) । ତେବେ ବୁଧବାର ତାଙ୍କର ଅସ୍ୱାଭାବିକ ମୃତ୍ୟୁ
ହୋଇଛି। ସାଥି ଶ୍ରମିକଙ୍କ ଠାରୁ ଏହି ଦୁଃଖଦ ଖବର ମିଳିବା ପରେ ପରିବାର ଭାଙ୍ଗି ପଡିଥିଲେ। କାମ କରୁଥିବା ସଂସ୍ଥା ଏକ ଆମ୍ବୁଲାନ୍ସରେ ମାଧ୍ୟମରେ ଶ୍ରମିକର ଶବକୁ ପଠାଇବା ପରେ ଆଜି ଗାଁକୁ ପହଞ୍ଚିଛି । ଗତ ୩/୪ ମାସ ତଳେ ଦାଦନ
ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ମୃତ ଦାଦନ ଶ୍ରମିକଙ୍କ ସ୍ତ୍ରୀ ଓ ୫ ଝିଅ ରହିଥିବା ବେଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ନିଃସହାୟ ହୋଇ ପଡିଛନ୍ତି । ଶୁକ୍ରବାର ସକାଳେ ଗାଁକୁ ଶବ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଘର ଫାଟି ପଡୁଛି। ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ମସିହା ନିୟୁଜ୍ ସର୍ଭିସ୍


