ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ମାଣ୍ଡିଆ ମଣ୍ଡି ପରିଦର୍ଶନ

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ମାଣ୍ଡିଆ ମଣ୍ଡି ପରିଦର୍ଶନ

କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦଶମନ୍ତପୁର ମାଣ୍ଡିଆ ମଣ୍ଡିକୁ ଯୁଗ୍ମ କୃଷି ନିର୍ଦ୍ଦେଶକ ନନ୍ଦିନୀ ଦଳେଇ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ଓ ବ୍ଲକ ସ୍ତରର କୃଷି ବିଭାଗର ଅଧିକାରୀ, ୱାସନ୍ କର୍ମୀ, ଟିଡିସିସି କର୍ମୀ ଓ ସିଓ୍ୱାଇଏସଡି ସଂସ୍ଥାର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ପରିଦର୍ଶନ ବେଳକୁ ଯୁଗ୍ମ କୃଷି ନିର୍ଦ୍ଦେଶକ ନନ୍ଦିନୀ ଦଳେଇ ମଣ୍ଡିରେ ଉପସ୍ଥିତ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ମାଣ୍ଡିଆ କ୍ରୟ ସମ୍ପର୍କିତ ବିଭିନ୍ନ ଏଫଏକ୍ୟୁ (ପ୍ରଶ୍ନ-ଉତ୍ତର) ଉପରେ ସ୍ପଷ୍ଟତା ପ୍ରଦାନ କରିଥିଲେ କ୍ରୟ ଦର, ଗୁଣମାନ, ମାପ ତୋଳା ପ୍ରଣାଳୀ ଓ ପ୍ରକ୍ରିୟାଗତ ବିଷୟରେ ଚାଷ ଚାଷୀମାନଙ୍କ ସନ୍ଦେହ ନିରାକରଣକରାଯାଇଥିଲା। ଖରିଫ ବିପଣନ ଋତୁ ୨୦୨୫–୨୬ ପାଇଁ ବୈପାରିଗୁଡ଼ା ବ୍ଲକର ସବୁଜିମା ପ୍ରଡ୍ୟୁସର୍ସ କମ୍ପାନୀ ଲିମିଟେଡ୍ ମାଧ୍ୟମରେ ମାଣ୍ଡିଆ କ୍ରୟ ସଫଳତା ର ସହିତ କରାଯାଇଥିଲା। ଏହି  ଦିନ ୪୦ ଜଣ ଚାଷୀଙ୍କୁ ଠାରୁ ସମୁଦାୟ ୫୭୮ କ୍ରିଣ୍ଟାଲ୍ ମାଣ୍ଡିଆ କ୍ରୟ କରାଯାଇଛି| ଯୁଗ୍ମ କୃଷି ନିର୍ଦ୍ଦେଶକ ନନ୍ଦିନୀ ଦଳେଇ ମଣ୍ଡିରେ ମାପ ତୋଳା, ଗ୍ରେଡିଂ ଓ ଦଲିଲ ପ୍ରକ୍ରିୟାକମ୍ପାନ ନିରୀକ୍ଷଣ କରି କ୍ରୟ ପ୍ରକ୍ରିୟାରେ ରେ ସ୍ବଚ୍ଛତା ଓ ସୁଚାରୁ ପରିଚାଳନା ଉପରେ ଜୋର ଦେଇଥିଲେ ସେ ସିୱାଇଏସଡି ଟିମ୍, କୃଷି ବିଭାଗ ଓ ସବୁଜିମା ପ୍ରଡ୍ୟୁସର୍ସ କମ୍ପାନୀଙ୍କ ଯୁଗ୍ମ ପ୍ରୟାସକୁ ସ୍ବୀକୃତି ଦେଇ ଚାଷୀ ମାନଙ୍କୁ ମାଣ୍ଡିଆ ପରି ପୋଷକ  ଶସ୍ୟ ଚାଷ ଜାରି ରଖୁବାକୁ ଉତ୍ସାହିତ କରିଥିଲୋ ଚାଷୀମାନେ କ୍ରୟ ପ୍ରକ୍ରିୟା ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ।

କୋରାପୁଟଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ୍  

 

Related posts

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ଲଙ୍କେଶ୍ୱରୀ କ୍ଳବରେ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଇପ୍ସିତା ବିଶ୍ବାଳ ଙ୍କୁ କଳିଙ୍ଗ କନ୍ୟା ସମ୍ମାନ ….

masiha

Leave a Comment

error: Content is protected !!