ଗଜାନନ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ
କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡ଼ା ପଞ୍ଚାୟତ ଭୋଇରମୁଣ୍ଡା ଗଜାନନ ଯୁବକ ସଂଘ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ପରିଚାଳନା କମିଟି ଦ୍ବାରା ଶନିବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟ କ୍ରମରେ ଗଜାନନ ଯୁବକ ସଂଘର ସଂପାଦକ ଅଶୋକ ସାହୁଙ୍କ ନେତୃତ୍ୱରେ ଭୋଇରମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ସାହୁ, ଶିକ୍ଷକ ଲମ୍ବୋଦର ସାହୁ, ଗଜାନନ ଯୁବକ ସଂଘ ର କ୍ରୀଡା ସଂପାଦକ ରାଜେଶ ସାହୁ, ପିଙ୍କୁ ସାହୁ, ମିଥୁନ ସାହୁ, ଟିକେଲାଲ ସାହୁ, ମୁକେଶ କୁମାର, ଦେବାନନ୍ଦ କୁମାର, ପ୍ରମୋଦ ସାହୁ, ମହାଦେବ ସାହୁ, ଧନୁର୍ଯ୍ୟ ସାହୁ, କେତକୀ ଭୁଏ, ଉଗ୍ରେ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ପରିବେଶ ସୁରକ୍ଷା ନେଇ ବୃକ୍ଷ ରୋପଣ କରିବା ଦ୍ୱାରା ଆଗାମୀ ପିଢ଼ି ଠିକ ଭାବରେ ବଞ୍ଚିବାକୁ ହୋଇପାରିବ, ବୃକ୍ଷ ଆମର ବନ୍ଧୁ, ଗଛ ଟିଏ ରୋପଣ କରିପାରିଲେ ଠିକ ଭାବରେ ବର୍ଷା ହୋଇପାରିବ ଏ ଦିଗରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ l