ରାଜ୍ୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଦିବ୍ୟା ଦୀପାନ୍ୱିତା ପ୍ରଥମ
ମ,ରାମପୁର,୧୦/୯( ମସୀହା): – ରାଜ୍ୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ଅନୁଗୋଳ ରେ ମ:ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସପ୍ତମ ଶ୍ରେଣୀ ଛାତ୍ରୀ ଦିବ୍ୟା ଦିପାନ୍ନୀତା ପ୍ରଥମ ସ୍ଥାନ ହାସଲ କରି ଛନ୍ତି । ଆଜି ଅନୁଷ୍ଠିତ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ଵାରା ଆୟୋଜିତ ପ୍ରାନ୍ତ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ପତ୍ର ଵାଚନ ପ୍ରତିଯୋଗିତା ରେ ଦକ୍ଷିଣ ସମ୍ଭାଗ ସ୍ତର ରୁ ମନୋନୀତ ହୋଇ , ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରି ଥିବାରୁ, ସେ ନିଜର ପିତା, ମାତା, ତଥା ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ଗୁରୁଜୀ ଗୁରୁମା ଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି। ଏଥି ରେ ପ୍ରଥମ ସ୍ଥାନ ହାସଲ କରି ସେ ପରବର୍ତ୍ତୀ ସ୍ତର ( କ୍ଷେତ୍ର ସ୍ତର) କୁ ଯୋଗ୍ୟ ବିବେଚିତ ହେଇ ଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଦିବ୍ୟା ବିଶିଷ୍ଟ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର ଓ ମାତା ସଂଗୀତା ମିଶ୍ର ଙ୍କ ଝିଅ ଅଟନ୍ତି । ଏହି ସଫଳତା ପାଇଁ ମ,ରାମପୁର ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି।