ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାମହିମ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଥମ ନାଗରିକ ମହାମହୀମଙ୍କ ପାଇଁ ସୁରକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳଯୋଗାଣ, ବିଦ୍ୟୁତ ସପ୍ଲାଇ, ଜରୁରୀକାଳୀନ ଅଗ୍ନିଶମ ଦାୟିତ୍ୱ, ଅସ୍ଥ୍ୟାୟୀ ହେଲିପ୍ୟାଡ଼ ନିର୍ମାଣ, ସଭାକାର୍ଯ୍ୟ ପାଇଁ ମଂଚ ପରିଚାଳନା, କାର୍ଯ୍ୟକ୍ରମ ପ୍ରସାରଣ ଓ ଲୋକସମ୍ପର୍କ ଇତ୍ୟାଦି ବ୍ୟବସ୍ଥାକୁ ସୁରୁଖୁରୁରେ ସମ୍ପାଦନା ପାଇଁ ଜିଲ୍ଲାପାଳ ଶ୍ରୀ ସୟ ସମସ୍ତ ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ ଉପରେ ନ୍ୟସ୍ତ କରିଛନ୍ତି।

ସୂଚନାନୁସାରେ, ୬ ତାରିଖ ଦିନ ମହାମହିମ ଜନ୍ମମାଟି ଉପରବେଡା ଗ୍ରାମକୁ ଗସ୍ତ କରି ସେଠାରେ ରାଷ୍ଟ୍ରପତି ପାଠ ପଢୁଥିବା ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରଙ୍କ ସହ ଭାବ ବିନିମୟ କରିବେ । ପରେ ସଡ଼କ ପଥରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ପହଞ୍ଚିବେ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଏସ୍ଏଲ୍ଏସ୍ ଟ୍ରଷ୍ଟ ପକ୍ଷରୁ ଏକ ଯାନର ଲୋକାର୍ପଣ କରିବେ । ଏଥିସହିତ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ । ପରେ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦେବ ଦର୍ଶନ କରିବା ସହ ନୂତନ ଭାବେ ସ୍ଥାପିତ ଶ୍ରୀ ଗଣେଶ ପ୍ରତିମୂର୍ତ୍ତିଙ୍କୁ ଆରତୀ କରିବା ପରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ରାତ୍ରିଯାପନ କରିବେ ।

ଏହାପରେ ରାଷ୍ଟ୍ରପତି ୭ ତାରିଖ ଦିନ ବାଙ୍ଗରିପୋଷି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଦିନ ୧୦ଟା ରେ ପହଞ୍ଚି ତିନୋଟି ନୂତନ ରେଳପଥ ବାଙ୍ଗରିପୋଷି-ଗୋରୁମହିଷାଣୀ, ବୁଢାମରା-ଚକୁଳିଆ ଓ ବାଦାମ ପାହାଡ-କେନ୍ଦୁଝରଗଡ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟ୍ରାଇବାଲ ରିସୋର୍ସ ସେଣ୍ଟର, ଦାଣ୍ଡବୋଷ ଏୟାରଷ୍ଟ୍ରିପ ଓ ଉପଖଣ୍ଡ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

 ମୟୂରଭଞ୍ଜ ର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ମ୍ୟୁନିସିପାଲଟି ତରଫରୁ ମହାସମାରୋହରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ଟେଵଲ ଟପ ଏକ୍ସରସାଇଜ ଓ ମକ ଡ୍ରିଲ୍ଲ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାରେ ପ୍ରସ୍ତୁତି 

masiha

କାଳ ବୈସାଖି ତାଣ୍ଡବ – ଉଡେଇଲା ଘରର ଆଜ୍ ବେଷ୍ଟର  ସିଟ , ପର ପିଣ୍ଡାରେ ୨ ଗ୍ରାମବାସି

Leave a Comment

error: Content is protected !!