ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୨୨|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହରେ ଜାତୀୟ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜାତୀୟ ତମାଖୁ କାର୍ଯ୍ୟକ୍ରମ ଅନୁସରଣ କରିବା ଦିଗ ଆଡ଼କୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକଳାପ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି lସମ୍ପୃକ୍ତ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଏନ୍ ସି ଡି କାଉନ୍ସିଲର ସୁଶୀଲ କର୍କରା ଙ୍କ ସହିତ ଉକ୍ତ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ସଚେତନତା ସଭା କରାଯାଇଥିଲା l ୨୦୧୮–୧୯ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କୁ ଅନୁସରଣ କରାଯାଇ ସଚେତନତା କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ସେବନ କରିବା ଦ୍ୱାରା ବିଭିନ୍ନ ରୋଗ ରେ ଜନସାଧାରଣ ମୃତ୍ୟୁ ମୁଖରେ ପଡୁଛନ୍ତି, ଯାହାକି ତମାଖୁ ସେବନ ଦ୍ଵାରା କ୍ୟାନସର୍ ଭଳି ରୋଗରେ କି ଯୁବକ କି ବୁଦ୍ଧ ସମସ୍ତେ ମୃତ୍ୟୁ ମୁଖରେ ପଡୁଛନ୍ତି l ମାଦକ ଦ୍ରବ୍ୟ ସେବନ ଦ୍ଵାରା ଦୁର୍ଘଟଣାରେ ଜୀବନ ହରାଉଛନ୍ତି l ଏଣୁ ତମାଖୁ ସେବନ ରୁ ଦୁରେଇ ରହିବା, ତମାଖୁ ସେବନ ନ କରି ଜୀବନ କୁ ସରସ ସୁନ୍ଦର କରି ଜୀବନ ଯାପନ କରିବା ଉପରେ ବ୍ୟାପକ ଭାବେ ସଚେତନତା କରାଯାଇଥିଲା lସ୍ୱାସ୍ଥ୍ୟ ବିଭାଗର ଏଭଳି କାର୍ଯ୍ୟକ୍ରମ ଯୋଗୁଁ ଛାତ୍ରଛାତ୍ରୀ ମାନେ ସଚେତନତା ନିଶ୍ଚିନ୍ତ ହୋଇ ପାରିବେ ବୋଲି ଜନରବ ପ୍ରକାଶ ପାଇଛି l ( ମ ନି ସ )

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲା ଶିଳ୍ପ କେନ୍ଦ୍ର ତରଫରୁ ନିଯୁକ୍ତି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ

masiha

ଧର୍ମଗଡ: ବ୍ରାହ୍ମଣ ଛେଣ୍ଡିଆଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

masiha

ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ବୃନ୍ଦାବାହାଲ ଠାରେ ବାର୍ଷିକ ମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!