ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

ନବରଙ୍ଗପୁର:(୨୨|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହରେ ଜାତୀୟ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜାତୀୟ ତମାଖୁ କାର୍ଯ୍ୟକ୍ରମ ଅନୁସରଣ କରିବା ଦିଗ ଆଡ଼କୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକଳାପ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି lସମ୍ପୃକ୍ତ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଏନ୍ ସି ଡି କାଉନ୍ସିଲର ସୁଶୀଲ କର୍କରା ଙ୍କ ସହିତ ଉକ୍ତ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ସଚେତନତା ସଭା କରାଯାଇଥିଲା l ୨୦୧୮–୧୯ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କୁ ଅନୁସରଣ କରାଯାଇ ସଚେତନତା କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ସେବନ କରିବା ଦ୍ୱାରା ବିଭିନ୍ନ ରୋଗ ରେ ଜନସାଧାରଣ ମୃତ୍ୟୁ ମୁଖରେ ପଡୁଛନ୍ତି, ଯାହାକି ତମାଖୁ ସେବନ ଦ୍ଵାରା କ୍ୟାନସର୍ ଭଳି ରୋଗରେ କି ଯୁବକ କି ବୁଦ୍ଧ ସମସ୍ତେ ମୃତ୍ୟୁ ମୁଖରେ ପଡୁଛନ୍ତି l ମାଦକ ଦ୍ରବ୍ୟ ସେବନ ଦ୍ଵାରା ଦୁର୍ଘଟଣାରେ ଜୀବନ ହରାଉଛନ୍ତି l ଏଣୁ ତମାଖୁ ସେବନ ରୁ ଦୁରେଇ ରହିବା, ତମାଖୁ ସେବନ ନ କରି ଜୀବନ କୁ ସରସ ସୁନ୍ଦର କରି ଜୀବନ ଯାପନ କରିବା ଉପରେ ବ୍ୟାପକ ଭାବେ ସଚେତନତା କରାଯାଇଥିଲା lସ୍ୱାସ୍ଥ୍ୟ ବିଭାଗର ଏଭଳି କାର୍ଯ୍ୟକ୍ରମ ଯୋଗୁଁ ଛାତ୍ରଛାତ୍ରୀ ମାନେ ସଚେତନତା ନିଶ୍ଚିନ୍ତ ହୋଇ ପାରିବେ ବୋଲି ଜନରବ ପ୍ରକାଶ ପାଇଛି l ( ମ ନି ସ )

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗ, ଯୁବ ଓ ଶିଶୁ ମାନଙ୍କ ତାଲିମ କର୍ମଶାଳା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ରେ ଅନୁଷ୍ଠିତ

Sunil Chandra Nayak

ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ର ଅଭିଯୋଗ ପାଇବା କ୍ଷଣି, ଶ୍ମଶାନ ଜମି ଚିହ୍ନଟ କରି ଦେଲେ ତହସିଲଦାର

Sunil Chandra Nayak

Leave a Comment

error: Content is protected !!