ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପ୍ତମ ଇଷ୍ଟୀଦୀପନା ମହୋତ୍ସବ ୨୦୨୪ ଆସନ୍ତା ଫେବୃୟାରୀ ୪ ରେ

ସପ୍ତମ ଇଷ୍ଟୀଦୀପନା ମହୋତ୍ସବ ୨୦୨୪ ଆସନ୍ତା ଫେବୃୟାରୀ ୪ ରେ

ରାଉରକେଲା/ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୬ତମ ଶୁଭ ଜନ୍ମ ମହୋତ୍ସବ ଓ ସପ୍ତମ ଇଷ୍ଟୀଦୀପନା ମହୋତ୍ସବ ୨୦୨୪ ଆସନ୍ତା ଫେବୃୟାରୀ ମାସ ୪ତାରିଖ ଦିନ ସେକ୍ଟର ୧୩ ସ୍ଥିତ ମେଲଣ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ନୟାବଜାର ସ୍ଥିତ ସତସଙ୍ଗ ବିହାର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ବସନ୍ତ କୁମାର ଜେନା, କୋଷାଧ୍ୟକ୍ଷ ରାଧାକାନ୍ତ ମିଶ୍ର, ଶାନ୍ତନୁ କୁମାର ନାୟକ ସାମ୍ବାଦିକଙ୍କୁ ସୂଚନା ଦେଇ ଉପରୋକ୍ତ ତଥ୍ୟ ସହ ଉକ୍ତ ଦିନ ଭୋରରୁ ଵେଦ ମଙ୍ଗଳିକୀ ଏବଂ ସାହାନାଇ, ପ୍ରାତଃ ୫ଟାରେ ଉଷା କୀର୍ତ୍ତନ, ୬ଟା୧୯ରେ ବିନୀତ ପ୍ରାର୍ଥନା ଓ ସଦଗ୍ରନ୍ଥ ପାଠ,୭ ଟାରେ ସଙ୍ଗୀତାଞ୍ଜଳୀ, ୭ଟା ୩୦ରେ ଉତ୍ସବ ଉଦଘାଟନ,୮ ଟାରେ ସାଧାରଣ ସଭା ଓ ମାତୃ ସମ୍ମିଳନୀ, ସାଢେ଼ ଆଠଟା ରେ ଫଳ ବିତରଣ,୯ ଟାରେ ନଗର କୀର୍ତ୍ତନ ଓ ସମସ୍ତ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା,୧୦ଟାରେ ଭଣ୍ଡାରା, ୧୧ଟାରେ ଆଧ୍ୟାତ୍ମିକ ସମ୍ମିଳନୀ ଓ ସନ୍ନିଧି ପତ୍ରିକା ଉନ୍ମୋଚନ, ଅପରାହ୍ନ ୨ଟା ୩୦ରେ ଦେଓଘର ଆଶ୍ରମରୁ ଆସିଥିବା ସଙ୍ଗୀତଜ୍ଞଙ୍କ ଦ୍ଵାରା ସମ୍ମିଳିତ ସଙ୍ଗୀତ, ସନ୍ଧ୍ୟା ୫ଟା ୫୦ରେ ସନ୍ଧ୍ୟା ବିନତୀ ପ୍ରାର୍ଥନା ଓ ସଦଗ୍ରନ୍ଥ ପାଠ,୬ଟା୩୦ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୮ ଟାରେ ଭଣ୍ଡାରା ହେବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସତସଙ୍ଗ ଅନୁଷ୍ଠାନର ଶ୍ରଦ୍ଧାଳୁମାନେ ଯୋଗ ଦେବେ। ସେହିପରି ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ଆରଡିସି ଏସ ସିଂ ଦଳେଇ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ପ୍ରମୁଖ ଯୋଗଦେବେ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ଦୀକ୍ଷା ପତ୍ର କାର୍ଯ୍ୟକ୍ରମ ଓ ସାମାଜିକ ସେବା କାର୍ଯ୍ୟକ୍ରମ କରାଯିବ। ପ୍ରାରମ୍ଭରେ ଗୋଲକ ବିହାରୀ ମଙ୍ଗରାଜ ପ୍ରାରମ୍ଭିକ ସୂଚନା ଓ ବ୍ରଜ ସୁନ୍ଦର ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଶୋକ କୁମାର ରାୟ,କୁଶଳ ଓରାମଙ୍କ ସମେତ ବହୁ ସତସଙ୍ଗୀ ପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

ବିଦ୍ୟାଳୟ ଗେଟରେ ରାତିରେ ପୁଟୀ ଓ ରଙ୍ଗ ମାରିଥିଲେ ଶ୍ରମିକ: ତଦନ୍ତ କରିବାକୁ ଆସିଲେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ 

masiha

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

Sunil Chandra Nayak

Leave a Comment

error: Content is protected !!