ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ

ତେନ୍ତୁଳିଖୁଣ୍ଟି, ୦୧/୧୦/୨୩ //  ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ନିର୍ମଳ ଆକାଶ ବୃଦ୍ଧାଶ୍ରମ, ତେନ୍ତୁଳିଖୁଣ୍ଟିଠାରେ  ବରିଷ୍ଠ ନାଗରିକ ମାନଙ୍କୁ ନେଇ “ବିଶ୍ଵ ବରିଷ୍ଠ ନାଗରିକ ଦିବସ” ଉପରେ ଏକ ଆଈନ ସଚେତନତା ଶିବିର ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା।  ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ(POCSO Act) ପ୍ରଣତୀ ସାହା ଯୋଗ ଦେଇଥିଲେ ଏବଂ ବରିଷ୍ଟ ନାଗରିକ ମାନଙ୍କ ପାଇଁ ଥିବା ବିଭିନ୍ନ ଅଧିକାର ବିଷୟରେ ଆଲୋକୋପାତ କରିଥିଲେ । ଅନ୍ୟାନ୍ୟ ଅତିଥି ରୂପେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା,ଏସଡିପିଆଦିତ୍ୟ ସେନ ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ର ସଭାପତି ନରସିଂହନାଥ ତ୍ରିପାଠୀ, ସମ୍ପାଦକ ତପନ ସିଂହ, ସଞ୍ଜୀବ ଭକ୍ତ,ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା, ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିମାନେ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସମ୍ବିଧାନ ରେ ଥିବା ବିଭିନ୍ନ ଆଈନ ବିଷୟ ନେଇ ସଚେତନ କରିଥିଲେ ଓ ଅନ୍ତେ ବାସୀଙ୍କୁ ଫଳ ବାଣ୍ଟିଥିଲେ। ପରିଶେଷରେ ହାବିବ ମହମ୍ମଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ଓ ପାରା ଲିଗାଲ ସଦସ୍ୟ ମାନେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳିତ 

masiha

ଖଇରା ସାହିତ୍ୟ ସଂସଦର ବର୍ଷା ଆସର

Sunil Chandra Nayak

ଉନ୍ମୋଚିତ ହେଲା ” ଗଛପାଇଁ ଗୀତଟିଏ ” ପୁସ୍ତକ 

Sunil Chandra Nayak

Leave a Comment

error: Content is protected !!