ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱଚ୍ଛ ଭାରତ ଦିବସ ପାଳିତ

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱଚ୍ଛ ଭାରତ ଦିବସ ପାଳିତ

ରାଇରଙ୍ଗପୁର :୦୨-୧୦- ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଭାବେ ପରିଚିତ ଲାଲ ବହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ‘ସ୍ୱଚ୍ଛ ଭାରତ ଦିବସ’ ସ୍ଥାନୀୟ ମହତାବ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୌରପାଳିକା ତରଫରୁ ସକାଳେ ପୌରପାଳିକା ଅଧ୍ୟକ୍ଷ, ଉପାଧ୍ୟକ୍ଷା, ପାରିଷଦ, କାର୍ଯ୍ୟାଳୟର କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ମିଳିତ ସହଯୋଗ ରେ ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟ ଆୟୋଜନ କରାଯିବା ସହ ସଚେତନତା ବାର୍ତା ଦିଆଯାଇଥିଲା । ପରେ ସ୍ଥାନୀୟ ଗାନ୍ଧୀ ପାର୍କ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସେବାର ମହାନ ଆଦର୍ଶକୁ ସ୍ମରଣ କରାଯାଇଥିଲା ଏବଂ ପାର୍କ ପରିସରରେ “ମା ପାଇଁ ଗଛଟିଏ ” ଅଭିଯାନରେ ବୃକ୍ଷ ଚାରା ରୋପଣ କରାଯାଇଥିଲା ପରେ ସ୍ଥାନୀୟ ମହତାବ ଭବନ ଠାରେ ଏକ ସଭା ଆୟୋଜିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ପାରିଷଦ ଆଲୋକ ମହାନ୍ତ, ହୀରାମଣି ବେଶ୍ରା, ଦେବାଶିଷ ନାଏକ ଓ ସୂର୍ଯ୍ୟମଣି ହାଁସଦା ପ୍ରମୁଖ ଯୋଗ ଦେଇଥିବା ବେଳେ ପୌରପାରିଷଦ ସଦସ୍ୟ/ସଦସ୍ୟାମାନେ, ପୌରପାଳିକାର ଅଧିକାରୀ, କର୍ମଚାରୀ ଓ ସ୍ୱଚ୍ଛତା କର୍ମୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ ବ୍ୟକ୍ତିଗତ ଜୀବନ ଓ ସାମାଜିକ ଦାୟିତ୍ୱର ଏକ ଅବିଚ୍ଛିନ୍ନ ଅଂଶ ଭାବେ ଗୁରୁତ୍ୱ ଦେଇଥିଲେ। ତେଣୁ ତାଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ନିଜ ଘର, ପଡ଼ୋଶି, ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ପ୍ରତି ସଚେତନ କରିବା ଆବଶ୍ୟକ ବୋଲି କହିଥିଲେ

ଏହି ଅବସରରେ ସ୍ୱଚ୍ଛତା ଉପରେ ଅନ ଦି ସ୍ପଟ କୁଇଜ ପ୍ରତିଯୋଗିତା ପରିଚାଳନା କରାଯାଇ ବିଜେତା ଓ ଅନ୍ୟାନ୍ୟ କୃତି ପ୍ରତଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏତଦବ୍ୟତୀତ ସ୍ୱଚ୍ଛ ଭାରତ ମିଶନ ଅଭିଯାନ କୁ ଫଳପ୍ରଦ କରୁଥିବା ସଫେଇ କର୍ମୀ ଓ ସ୍ୱଚ୍ଛ ସାଥି ମାନଙ୍କୁ ସେମାନଙ୍କ ମହତ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା। ତଦସହ ସେବା ନିବୃତ ପ୍ରଧାନ ଶିକ୍ଷକ ପୌରପାଳିକାର ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଂସଦାଙ୍କ ତତ୍ୱାବଧାନରେ ତନ୍ମୟ ସାହୁ ,ସ୍ଵାଧୀନ ଦୁଆରୀ ଏଵଂ ଅନ୍ୟ କର୍ମଚାରୀ ପରାଚାଳନାରେ ସହଯୋଗ କରିଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ରୋଟ୍ରାକ୍ଟ କ୍ଲବର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଝାରଫଟାମୁଣ୍ଡା କର୍ଲାପଟିଆପଡା ବିଲ ହିଡ ହିଁ ପଡାବାସୀ ଙ୍କ ସାହା ଭରଷା 

masiha

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉଦଯାପିତ 

masiha

Leave a Comment

error: Content is protected !!