ପୋଖରିଆ ଖେଳ ପଡିଆରେ ” ଜଳ ଅର୍ପଣ ଦିବସ ”
ରାଇରଙ୍ଗପୁର -୨/୧୦ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଦିବସ ଅବସରରେ ରାଇରଙ୍ଗପୁର ଜଳ ଯୋଗାଣ ଓ ପରିମଳ ଖଣ୍ଡ,ରାଇରଙ୍ଗପୁର ଆନୁକୁଲ୍ୟରେ ରାଇରଙ୍ଗପୁର ବ୍ଳକର ପୁରୁଣାପାଣି ପଞ୍ଚାୟତର ପୋଖରିଆ ଗ୍ରାମ୍ୟ ଫୁଟବଲ ଖେଳ ପଡ଼ିଆରେ ଜଳ ସଂରକ୍ଷଣ ଓ ସମୁଦାୟ ସଂକଳ୍ପ କାର୍ଯ୍ୟକ୍ରମ ନେଇ ” ଜଳ ଅର୍ପଣ’ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର,ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ସରପଞ୍ଚ ଵାଲେହିମଣି ହାଁସଦାଃ,ସମିତିସଭ୍ଯା ଝୁନୁମୁଣି ଗିରି ,ସାଂସଦ ପ୍ରତିନିଧି ମନୋଜ ଦାସ,ବିଶିଷ୍ଟ ଠିକାଦାରପ୍ରଦୀପ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।ରାଇରଙ୍ଗପୁର ଜଳ ଓ ପରିମଳ ଅଧୀକ୍ଷକ ମନ୍ତ୍ରୀ ଇଂ ଶ୍ରୀକାନ୍ତ ରାଉତ ସଭାପତିତ୍ବ କରିଥିଲାବେଳେ ଜଗନ୍ନାଥ ଚେତନା ପରିଷଦ ସଭାପତି ଲଳିତ ମହାନ୍ତ ମଂଚ ପରିଚାଳନା କରିଥିଲେ । ଅତିଥିଗଣ କେନ୍ ସରକରଙ୍କ ଦିର୍ଘମିୟାଦୀ ଯୋଜନା ହର ଘର ଜଳ ଯୋଜନାରେପୁରୁଣାପାଣି ପଞ୍ଚାୟତର ସମସ୍ତ ୧୫ ଟି ଓ୍ଵାର୍ଡକୁ ପାଇପ ମଧ୍ୟରେ ଘରକୁ ଘର ପାନୀୟ ଜଳ ପହଞ୍ଚାଇବା ଵ୍ଯଵସ୍ଥା କରାଯାଇଛି । ଜଳ ହିଁ ଜୀବନ। ପ୍ରତିଟି ଜଳ ବିନ୍ଦୁକୁ ସଂରକ୍ଷିତ କରିବା ଉଚିତ ।ପାଣିକୁ ସଂରକ୍ଷଣ ଓ ସଦୁପଯୋଗ କରିବା ସମସ୍ତଙ୍କ ଦାୟିତ୍ବ ନେଇ ଏକ ସାମୁହିକ ଶପଥ ପାଠ କରାଯାଇଥିଲା ।ପରେ କୁନି କୁନି କଳାକାରଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଵହୁ ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

