ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଚାରଧୀନ ପେନସନ ଉପରେ ସମୀକ୍ଷା କଲେ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ଓଡିଶା 

ବିଚାରଧୀନ ପେନସନ ଉପରେ ସମୀକ୍ଷା କଲେ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ଓଡିଶା 

ରାୟଗଡ଼ :-ତା.୨୦/୦୬-ରାୟଗଡ ଜିଲ୍ଲାବାସୀଙ୍କ ରହିଥିବା ବିଭିନ୍ନ ପେନସନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ,ରାୟଗଡରେ ଏକ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ତଥା ସାଧାରଣ ପ୍ରଶାସନର ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ପେନସନ ମଞ୍ଜୁରୀ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା । ଜିଲ୍ଲାର ୨୧୦ ବିଚାରାଧୀନ ପେନସନଙ୍କ ଉପରେ ସମୀକ୍ଷା ହୋଇଥିବା ସେ କହିଛନ୍ତି । ତୁରନ୍ତ ନିଷ୍ପତ୍ତି ନେବାକୁ ମଞ୍ଜୁରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି । ଏହି ପେନସନ ଅଦାଲତରେ ଜିଲ୍ଲାର 50 ଗୋଟି ପେନସନଧାରୀଙ୍କ ସହ ଆଲୋଚନା କରାଯାଇଛି । ଅବସର ଦିନ ଫାଇନାଲ ପେନସନ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଅଯଥା ବିଳମ୍ବ ନକରି ମଞ୍ଜୁରୀ କରିବାକୁ ଅଧିକାରୀ ମାନଙ୍କୁ କହିଥିଲେ । ଯେଉଁ ମାନଙ୍କ ନାରେ ବିଭିନ୍ନ କେସ ରହିଛି ସେମାନଙ୍କ ଅବସର ପୂର୍ବରୁ ସମାଧାନ କରାଯାଇ ଫାଇନାଲ ପେନସନ ଦେବାକୁ ଚେଷ୍ଟା କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସାଧାରଣ ଲୋକକଙ୍କ ଆପତ୍ତି ଓ ଅଭିଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ପେନସନ ଅଭିଯୋଗ ନିର୍ଦ୍ଦେଶକ ନିହାର ରଞ୍ଜନ ଦାଶ, ପ୍ରଧାନ ଲେଖା ପାଳଙ୍କ କାର୍ଯ୍ୟାଳୟର ଶ୍ରୀ ସଞ୍ଜୟ କୁମାର, ଉପ ଲେଖାପାଳ,ରଶ୍ମୀ ରଞ୍ଜନ ସାହୁ, ଓ ଅସିତ କୁମାର ପାଣି,ଅଧିକାରୀ ମାନେ ଅଭିଯୋଗ ମିଳିତ ଜନ ଶୁଣାଣିରେ କିଭଳି ସାମଧାନ କରାଯାଉଛି ଏବଂ ଆଇନଗତ ବାଧକ ପାଇଁ ସମାଧାନ ହୋଇ ପାରୁନଥିବା ଆଦି ବିଭିନ୍ନ କେଶର ସମୀକ୍ଷା କରାଯାଇଥିଲା । ଲୋକଙ୍କ ଅଭିଯୋଗ ଜନ ଶୁଣାଣିରେ ସମାଧାନ କରାଯିବା ନେଇ ବିଭାଗୀୟ ଅଧିକାରୀ ମାନେ ଯନ୍ନବାନ ହୋଇ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର,ରାୟଗଡ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ନବୀନ ଚନ୍ଦ୍ର ନାୟକ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣନଦୀପ କୌର ସାହାଟେ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଖଣ୍ଡିୟ ବନ ଅଧିକାରୀ ସଚିନ ଆନ୍ନା ସାହେବ ଓହଲେ, ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ l ସାଧାରଣ ପ୍ରଶାସନ ଓ ପେନସନ ଅଭିଯୋଗ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

JCI demands DGP to make public the list of nodal officers for redressal of problems of journalists

masiha

ସଂସ୍କୃତ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବ–ବିକଶିତ ଭାରତ ସଂକଳ୍ପ ଅଭିଯାନ

Sunil Chandra Nayak

କୁଶୁର୍ଲା ମକର ମେଳାରେ ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା ପକ୍ଷରୁ ପାଣି ପାଉଜ୍ ବଣ୍ଟନ

masiha

Leave a Comment

error: Content is protected !!