ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ମେଳା ୨୦୨୫ ଉପଲକ୍ଷେ ଗଣ ଦୌଡ଼ ଅନୁଷ୍ଠିତ

ବିକାଶ ମେଳା ୨୦୨୫ ଉପଲକ୍ଷେ ଗଣ ଦୌଡ଼ ଅନୁଷ୍ଠିତ 

ରାୟଗଡ:-ତା. ୨୦/୦୬-ରାୟଗଡ଼ ବିକାଶ ମେଳା -୨୦୨୫ ଉପଲକ୍ଷେ ଗଣ ଦୌଡ଼ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଗତ ୧୨ଜୁନରୁ ଆରମ୍ଭ ହୋଇଥିବା ବିକାଶ ମେଳା ଆସନ୍ତା ୨୧ଜୁନରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ l ଆଜି ସ୍ଥାନୀୟ ସାଇ ଇଣ୍ଟେରନlସିନାଲ ଛକରୁ କୁଟୁଲାଗୁଡା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଗଣ ଦୌଡ଼କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ରାୟଗଡ଼ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ ଶୁଭାରମ୍ଭ କରିଥିଲେ l ବିଶେଷ କରି ମହିଳା ମହାବିଦ୍ୟାଳୟ ଓ ରାୟଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବର୍ଗର ପ୍ରତଯୋଗୀ ଅଂଶଗ୍ରହଣ କରି ଦୀର୍ଘ ୫କିଲୋମିଟର ଦୂର ଅତି ଉତ୍ସାହର ସହିତ ଦୌଡ଼ିଥିଲେ l ଏଥିରେ ପୁରୁଷ ବର୍ଗରେ ଆର.ଧନୀ ପ୍ରଥମ, ମନୋଜ ନାୟକ ଦ୍ଵିତୀୟ ଏବଂ ରୋହନ କାଡ୍ରାକା ତୃତୀୟ ସ୍ଥାନ ହାସଲ କରିଥିଲେ l ସେହିପରି ମହିଳା ବର୍ଗରେ ଲଳିତା ଟିଆକା ପ୍ରଥମ,ପିଙ୍କି ହୀମିରିକା ଦ୍ଵିତୀୟ ଓ ଦୀପିକା ବିଡ଼ିକା ତୃତୀୟ ସ୍ଥାନ ହାସଲ କରିଥିଲେ l ବିଜୟୀ ପ୍ରାର୍ଥୀଙ୍କୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଖେମୁଣ୍ଡୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଏହି ବିକାଶ ଗଣ ଦୌଡ଼କୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ସାଧାରଣ ପରିଚାଳକ ଶ୍ରୀ ଉତ୍ତର କୁମାର ପଟେଲ ଯୋଗଦେଇଥିଲେ l ଷ୍ଟେଟ ବ୍ୟାଙ୍କ ରାୟଗଡ଼ ତରଫରୁ ପ୍ରତ୍ସାହନ ଦିଆଯାଇଥିବା ବେଳେ ଜିଲ୍ଲା କ୍ରୀଡା ବିଭାଗ ଆୟୋଜନ କରିଥିଲେ l ଆଜିର ଗଣ ଦୌଡ଼ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ପିଏମ ଫାଇନାନ୍ସ ଜିଲ୍ଲାପରିଷଦ ଶ୍ରୀ ରଶ୍ମୀ କାନ୍ତ ପରିଡ଼ା, ପିଏମ ଗ୍ରାମୀଣ ଗୃହ ବିଭାଗ ଶ୍ରୀ ପ୍ରଭାତ କୁମାର ଲେଙ୍କା, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର କର୍ମଚାରୀ ଆଦି ଯୋଗଦାନ କରିଥିଲେ l କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ଯୋଗଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ l ଏହି କାର୍ଯ୍ୟକ୍ରମକୁ କ୍ରୀଡା ଅଧିକାରୀ ଜନାବ ଶେଖ ଅଲେନୁର,କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ: ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଓ ଅଭିଭାବକ

Sunil Chandra Nayak

ଗରିବ କୃଷକ ପରିବାରର  ଝିଅ ଓ ପୁଅ ବ୍ଲକ ଟପର , ଗାଁ ରେ ଖୁସିର ଲହରୀ 

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

Leave a Comment

error: Content is protected !!