ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ହାଇସ୍କୁଲ ପଡ଼ିଆରେ ବ୍ଳକ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

 ମୟୂରଭଞ୍ଜ – ୧୬/୮ ( ମସିହା)ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ହାଇସ୍କୁଲ ପଡ଼ିଆରେ ତିରିଂ ବ୍ଲକ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ବହୁ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ,ସେବା ନିବୃତ ଆଇଏ ଏସ ଅଧିକାରୀ ଧନଞ୍ଜୟ ହେମ୍ବ୍ରମ, ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଦ,ବିଡ଼ିଓ ବାସନ୍ତୀ ଲାକ୍ରା, ତହସିଲଦାର ଚାରୁଲତା ସିଂ, ବିଇଓ ଯୋଗେଶ୍ୱର ଯେନା,ତିରିଂ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେଠୀ, ସମାଜ ସେବୀ ଭାଗୀରଥି ପାତ୍ର,ସିମାନ୍ତ ଯଦୁନାଥ ପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଯଦୁନାଥ ମହାରଣା, ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ ଦାସମହାପାତ୍ର, ସିଡିପିଓ , ତିରିଂ ପୋଲିସ, ଅଗ୍ନିଶମ ବିଭାଗ ,କୃଷି ବିଭାଗ ଅଧିକାରୀ , ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ , ମାନ୍ୟଗଣ୍ୟ,ଅଭିଭାବକ ଯୋଗ ଦେଇଥିଲେ ।ଏହି ସ୍ଵାଧୀନତା ଦିବସରେ ୧୭ ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପେରେଡରେ ଅଂଶ ଗ୍ରହଣ କରିଥିଲେ ।ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଉପସ୍ଥିତ ଥିବା ସମସ୍ତ ସୁଧୀଜନ ଜାତୀୟ ସଂଗୀତ ଗାନ କରିଥିଲେ । ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଦ ତାଙ୍କ ଅଭିଭାଷଣରେ ଦେଶ ପ୍ରେମ ଓ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନ,ତ୍ୟାଗର କଥା ବକ୍ତବ୍ୟରେ ରଖିଥିଲେ ।ତିରିଂ ବ୍ଳକର ଓ ଅଂଚଳବାସୀଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସଦା ସର୍ବଦା ଚେଷ୍ଟିତ ।ଅଂଚଳବାସୀ ଯେତେବେଳେ ଯେଉଁ ସମସ୍ୟା କଥା କହିଵେ ,ତାହାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ।ସେ ରାଜନୀତିରୁ ଉର୍ଦ୍ଧରେ, ସମସ୍ତଙ୍କ ପାଇଁ ତାଙ୍କ ଦୁଆର ଖୋଲା, ଜାତି,ଧର୍ମ ,ନିର୍ବିଶେଷରେ ସମସ୍ତେ ତାଙ୍କୁ ଖୋଲା ହୃଦୟରେ ସାକ୍ଷାତ କରି ତିରିଂ ଅଂଚଳର ସମସ୍ଯାର ସମାଧାନ ପାଇଁ ମିଳିତ ପ୍ରୟାସ,ଓ ସହଯୋଗ କାମନା କରିଥିଲେ ।ପରେ ଅତିଥି ଗଣ ପଡ଼ିଆରେ ଛାତ୍ରଛାତ୍ରୀ ଙ୍କଠାରୁ ପେରଡ ଅଭିମାନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସ୍ବାଧୀନତା ଦିବସ ଅବସରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ,ଭାଷଣ,କୁଇଜ ଦେଶାତ୍ମବୋଧକ ସଂଗୀତରେ ବିଭିନ୍ନ ବର୍ଗର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ସେହିଭଳି ପେରେଡରେ ଶ୍ରେଠତ୍ବ ହୋଇଥିବା ଟିମ୍,ମେଟ୍ରିକ୍ ପରୀକ୍ଷାରେ ହୋଇଥିବା ଟପ୍ପରଙ୍କ ସମେତ, ବୃକ୍ଷରୋପଣ କ୍ଷେତ୍ରରେ ଜଣେ ମହିଳାଙ୍କୁ, ଏବଂ କୃଷି କ୍ଷେତ୍ରରେ ଜଣେ ଅଗ୍ରଣୀ ଚାଷୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।ପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ବିଡିଓ ବାସନ୍ତୀ ଲାକ୍ରା ସଭାପତିତ୍ବ କରିଥିବାବେଳେ କାର୍ଯ୍ୟକର୍ମରେ ଶିକ୍ଷକ ପ୍ରଭାସ ପାତ୍ର ମଂଚ ପରିଚାଳନା କରିଥିଲେ ।ସିମାନ୍ତ ତିରିଂ ବ୍ଳକ ଭଳି ଏକ ପଛୁଆ ଅଂଚଳରେ ଏଭଳି ଅଦ୍ଭୁତପୁର୍ଣ ସ୍ଵାଧୀନତା ଦିଵସ ପାଳନ ଦକ୍ଷ ଅଧ୍ୟକ୍ଷ ପରମେଶ୍ବର ସାଂସଦଙ୍କ ବଳିଷ୍ଠ ପ୍ରଚେଷ୍ଟା ଯୋଗୁଁ ସମ୍ଭବ ହୋଇଥିବାରୁ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ଭୂରି ଭୂରି ପ୍ରଶଂସା କରିଥିଲେ ।ବ୍ଳକର ସ୍ବାଧୀନତା ସମାରୋହ ଯେମିତି ଜଣା ପଡ଼ୁଥିଲି ଏହା ଜିଲ୍ଲା ସ଼ତୁ ସମାରୋହ ଠାରୁ କେଉଁଥିରେ କମ୍ ନୁହେଁ ! ସ୍ବାଧୀନତା ଦିବସ ସମାରୋହ ଦେଖିବାକୁ ଗ୍ରାମାଞ୍ଚଳରୁ ହଜାର ହଜାର ଆବାଳବୃଦ୍ଧବନିତା ଛୁଟି ଆସି ଉପଭୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ ପ୍ରସ୍ତୁତି ବୈଠକ

Sunil Chandra Nayak

ବାଲି ମାଫିଆ ବନ୍ଧା ହେବେ ଘୋଷଣା ପରେବି ବେଧଡକ ଚୋରା ବାଲି ଚାଲାଣ 

masiha

ଉମାକାନ୍ତ ପଡାରୁ କର୍ଲାମୁଣ୍ଡା ରାସ୍ତା ଶୋଚନୀୟ 

masiha

Leave a Comment

error: Content is protected !!