ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶ ବର୍ଷ ହେଲା ନିଖୋଜ ବ୍ୟକ୍ତି ର ଦଶାହ କାର୍ଯ୍ୟ

ଡାବୁଗାଁ, ୧/୪ (ମ.ନି.ସ.)- ଦଶ ବର୍ଷ ହେଲା ଦାଦନ ଖଟିବାକୁ ଯାଇ ଆଉ ଫେରି ନାହାନ୍ତି, ଫେରିବାର ଆଶା ଛାଡି ପରିବାର ଲୋକ ତାଂକ ସ୍ତ୍ରୀ ଙ୍କ ଶଙ୍ଖା ଭାଙ୍ଗିବା ସହ ସିନ୍ଦୂର ପୋଛି ନିଖୋଜ ବ୍ୟକ୍ତି ଙ୍କ ଦଶାହ କାର୍ଯ୍ୟ ସମ୍ପନ୍ନ କରା ଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡ଼ା ଗ୍ରାମରେ। ପରିବାର ଓ ସମାଜ ଏହି ଶୁଦ୍ଧ କାର୍ଯ୍ଯ ସପକ୍ଷ ରେ ଥିବା ବେଳେ ଗ୍ରାମର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି, ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ର ସଠିକ ଖବର ନଥିବା ବେଳେ ଏମିତି କଲେ ବିଧବା ଭତ୍ତା ଭଳି ଆଦି ବିଭିନ୍ନ ସରକାରୀ ସୁବିଧା ରୁ ବଞ୍ଚିତ ହେବେ। ପ୍ରାପ୍ତ ସୂଚନା ଅନୁସାରେ ଧାମନାଗୁଡ଼ା ଗ୍ରାମର ଅସମନ୍ କଲାର ସ୍ତ୍ରୀ ଭଗବତୀ କଲ|ର ସହ ଦୁଇ ପୁଅ ଏବଂ ପାଞ୍ଚ ଟି ଝିଅ ଏମିତି ସୁଖ ଦୁଃଖ ର ସଂସାର ଚାଲୁଥିଲା | ହେଲେ ଅଭାବି ପେଟ କୁ ଦାନା ଯୋଗାଇବା ପାଇଁ ୨୦୧୩ ମସିହାରେ ନିକଟସ୍ଥ ଖୁଟବାଇ ଗ୍ରାମ ରେ ବାସ କରୁଥିବା ନିଜ ଶଳା ମଙ୍ଗରା କଳାର ଙ୍କ ସହ ଦାଦନ ଖଟିବାକୁ ଘରୁ ବାହାରିଥିଲେ । ଏବଂ ଉଭୟେ ପ୍ରଥେମେ ଆନ୍ଧ୍ର ପ୍ରଦେଶ ର ବିଶାଖାପାଟଣା କୁ ଯାଇଥିଲେ । ସେଠାରୁ ଅସମନ୍ ଙ୍କୁ କାମ ଯୋଗାଇବା ମାଲିକ ଆସି ନେଇଗଲା । କିନ୍ତୁ ସେହି ଦିନଠାରୁ ଅସମନ୍ ଙ୍କ ସହ ମଙ୍ଗରା ଙ୍କ ଦେଖା ସାକ୍ଷାତ୍ ହୋଇନାହିଁ । ପରେ ମଙ୍ଗରା ସେଠାରୁ ଫେରି ଆସିଥିଲେ ଏବଂ ଅସମନ୍ ଙ୍କ କିଛି ଖୋଜ ଖବର ନଥିବା କହିଥିଲେ । ପରେ ମଙ୍ଗରା ବାରମ୍ବାର ଅସମନ ଙ୍କୁ ଖୋଜିବାକୁ ଯିବା ପରେ ବି କୌଣସି ପତ୍ତା ମିଳିଲା ନାହିଁ । ପରବର୍ତ୍ତୀ ସମୟରେ ଘଟଣା ର ତିନି ବର୍ଷ ପରେ ଡାବୁଗାଁ ଥାନା ରେ ଏକ ନିରୁଦିର୍ଷ୍ଟ ମାମଲା ରୁଜ୍ଜୁ କରିଥିଲେ । ଏଭଳି ଭାବରେ ଦୀର୍ଘ ୧୦ ବର୍ଷ ବିତିଗଲା । ୧୦ ବର୍ଷ ପରେ ମଙ୍ଗରା କୁ ପୁଣିଥରେ ଅସମନ୍ କୁ ଖୋଜି ଆଣିବାକୁ କହିଥିଲେ । କିନ୍ତୁ ମଙ୍ଗର ମୁଁ ଆଉ ଖୋଜି ଆଣି ପାରିବନି କହୁଥିଲେ । ଏବଂ ସେଥିପାଇଁ ମୋତେ ଯାହା ଦଣ୍ଡ ଦେଲେ ମୁଁ ମାନିବାକୁ ରାଜି ବୋଲି କହିଥିଲେ । ପରେ ଅସମନ୍ ଙ୍କ ପରିବାର ଙ୍କ ପକ୍ଷ ରୁ ତାଙ୍କ ସମାଜ ର ସଭା ବସିଥିଲା । ଏବଂ ସମାଜ ପକ୍ଷରୁ ନିଷ୍ପତି ନିଆଗଲା ଯେ ନିଖୋଜ ର ୧୦ ବର୍ଷ ବିତି ଯାଇଥିବା ରୁ ଅସମନ୍ ଙ୍କୁ ମୃତ ଭାବି ତାର ଦଶାହ କାର୍ଯ୍ୟ କରିବାକୁ ନିଷ୍ପତି ନିଆଗଲା । ସଭାରେ ପୁଣି ନିଷ୍ପତି ନିଆଗଲା ଯେ ଯଦି ଭବିଷ୍ୟତ ରେ ଯଦି ଅସମନ ଘରକୁ ଫେରି ଆସନ୍ତି ତାହେଲେ ସେମାନଙ୍କୁ ପୁଣିଥରେ ଶଙ୍ଖା ସିନ୍ଦୂର ପିନ୍ଧାଇ ପୁନବିବାହ କରାଯିବ । ଅନ୍ୟ ପକ୍ଷେ ଗ୍ରାମରେ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ଯେ ମୃତ୍ୟୁ ର କୌଣସି ପ୍ରମାଣ ନଥାଇ ଦଶାହ କାର୍ଯ୍ୟ କରିବା ଠିକ୍ ନୁହେଁ । ଏହାଦ୍ବାରା ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରିବନି ଫଳରେ ତାଙ୍କ ସ୍ତ୍ରୀ ଙ୍କ କୌଣସି ସରକାରୀ ସୁବିଧା ମିଳିବନି । ତେବେ ଅସମନ ମୃତ କି ଜୀବିତ ତାହା ନଜାଣି ଦଶାହ କାର୍ଯ୍ୟ କରିବା ଘଟଣା ଏହି ଅଞ୍ଚଳ ରେ ଚର୍ଚା ର ବିଷୟ ପାଲଟିଛି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ଦିଲ୍ଲିପ ରାୟଙ୍କ ଜନ୍ମଦିନ ଉପଲକ୍ଷେ ଦ୍ବୀପ ପ୍ରଜ୍ଜ୍ୱଳନ 

masiha

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ 

masiha

Leave a Comment

error: Content is protected !!