ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶ ବର୍ଷ ହେଲା ନିଖୋଜ ବ୍ୟକ୍ତି ର ଦଶାହ କାର୍ଯ୍ୟ

ଡାବୁଗାଁ, ୧/୪ (ମ.ନି.ସ.)- ଦଶ ବର୍ଷ ହେଲା ଦାଦନ ଖଟିବାକୁ ଯାଇ ଆଉ ଫେରି ନାହାନ୍ତି, ଫେରିବାର ଆଶା ଛାଡି ପରିବାର ଲୋକ ତାଂକ ସ୍ତ୍ରୀ ଙ୍କ ଶଙ୍ଖା ଭାଙ୍ଗିବା ସହ ସିନ୍ଦୂର ପୋଛି ନିଖୋଜ ବ୍ୟକ୍ତି ଙ୍କ ଦଶାହ କାର୍ଯ୍ୟ ସମ୍ପନ୍ନ କରା ଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡ଼ା ଗ୍ରାମରେ। ପରିବାର ଓ ସମାଜ ଏହି ଶୁଦ୍ଧ କାର୍ଯ୍ଯ ସପକ୍ଷ ରେ ଥିବା ବେଳେ ଗ୍ରାମର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି, ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ର ସଠିକ ଖବର ନଥିବା ବେଳେ ଏମିତି କଲେ ବିଧବା ଭତ୍ତା ଭଳି ଆଦି ବିଭିନ୍ନ ସରକାରୀ ସୁବିଧା ରୁ ବଞ୍ଚିତ ହେବେ। ପ୍ରାପ୍ତ ସୂଚନା ଅନୁସାରେ ଧାମନାଗୁଡ଼ା ଗ୍ରାମର ଅସମନ୍ କଲାର ସ୍ତ୍ରୀ ଭଗବତୀ କଲ|ର ସହ ଦୁଇ ପୁଅ ଏବଂ ପାଞ୍ଚ ଟି ଝିଅ ଏମିତି ସୁଖ ଦୁଃଖ ର ସଂସାର ଚାଲୁଥିଲା | ହେଲେ ଅଭାବି ପେଟ କୁ ଦାନା ଯୋଗାଇବା ପାଇଁ ୨୦୧୩ ମସିହାରେ ନିକଟସ୍ଥ ଖୁଟବାଇ ଗ୍ରାମ ରେ ବାସ କରୁଥିବା ନିଜ ଶଳା ମଙ୍ଗରା କଳାର ଙ୍କ ସହ ଦାଦନ ଖଟିବାକୁ ଘରୁ ବାହାରିଥିଲେ । ଏବଂ ଉଭୟେ ପ୍ରଥେମେ ଆନ୍ଧ୍ର ପ୍ରଦେଶ ର ବିଶାଖାପାଟଣା କୁ ଯାଇଥିଲେ । ସେଠାରୁ ଅସମନ୍ ଙ୍କୁ କାମ ଯୋଗାଇବା ମାଲିକ ଆସି ନେଇଗଲା । କିନ୍ତୁ ସେହି ଦିନଠାରୁ ଅସମନ୍ ଙ୍କ ସହ ମଙ୍ଗରା ଙ୍କ ଦେଖା ସାକ୍ଷାତ୍ ହୋଇନାହିଁ । ପରେ ମଙ୍ଗରା ସେଠାରୁ ଫେରି ଆସିଥିଲେ ଏବଂ ଅସମନ୍ ଙ୍କ କିଛି ଖୋଜ ଖବର ନଥିବା କହିଥିଲେ । ପରେ ମଙ୍ଗରା ବାରମ୍ବାର ଅସମନ ଙ୍କୁ ଖୋଜିବାକୁ ଯିବା ପରେ ବି କୌଣସି ପତ୍ତା ମିଳିଲା ନାହିଁ । ପରବର୍ତ୍ତୀ ସମୟରେ ଘଟଣା ର ତିନି ବର୍ଷ ପରେ ଡାବୁଗାଁ ଥାନା ରେ ଏକ ନିରୁଦିର୍ଷ୍ଟ ମାମଲା ରୁଜ୍ଜୁ କରିଥିଲେ । ଏଭଳି ଭାବରେ ଦୀର୍ଘ ୧୦ ବର୍ଷ ବିତିଗଲା । ୧୦ ବର୍ଷ ପରେ ମଙ୍ଗରା କୁ ପୁଣିଥରେ ଅସମନ୍ କୁ ଖୋଜି ଆଣିବାକୁ କହିଥିଲେ । କିନ୍ତୁ ମଙ୍ଗର ମୁଁ ଆଉ ଖୋଜି ଆଣି ପାରିବନି କହୁଥିଲେ । ଏବଂ ସେଥିପାଇଁ ମୋତେ ଯାହା ଦଣ୍ଡ ଦେଲେ ମୁଁ ମାନିବାକୁ ରାଜି ବୋଲି କହିଥିଲେ । ପରେ ଅସମନ୍ ଙ୍କ ପରିବାର ଙ୍କ ପକ୍ଷ ରୁ ତାଙ୍କ ସମାଜ ର ସଭା ବସିଥିଲା । ଏବଂ ସମାଜ ପକ୍ଷରୁ ନିଷ୍ପତି ନିଆଗଲା ଯେ ନିଖୋଜ ର ୧୦ ବର୍ଷ ବିତି ଯାଇଥିବା ରୁ ଅସମନ୍ ଙ୍କୁ ମୃତ ଭାବି ତାର ଦଶାହ କାର୍ଯ୍ୟ କରିବାକୁ ନିଷ୍ପତି ନିଆଗଲା । ସଭାରେ ପୁଣି ନିଷ୍ପତି ନିଆଗଲା ଯେ ଯଦି ଭବିଷ୍ୟତ ରେ ଯଦି ଅସମନ ଘରକୁ ଫେରି ଆସନ୍ତି ତାହେଲେ ସେମାନଙ୍କୁ ପୁଣିଥରେ ଶଙ୍ଖା ସିନ୍ଦୂର ପିନ୍ଧାଇ ପୁନବିବାହ କରାଯିବ । ଅନ୍ୟ ପକ୍ଷେ ଗ୍ରାମରେ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ଯେ ମୃତ୍ୟୁ ର କୌଣସି ପ୍ରମାଣ ନଥାଇ ଦଶାହ କାର୍ଯ୍ୟ କରିବା ଠିକ୍ ନୁହେଁ । ଏହାଦ୍ବାରା ମୃତ୍ୟୁ ପ୍ରମାଣ ପତ୍ର ମିଳି ପାରିବନି ଫଳରେ ତାଙ୍କ ସ୍ତ୍ରୀ ଙ୍କ କୌଣସି ସରକାରୀ ସୁବିଧା ମିଳିବନି । ତେବେ ଅସମନ ମୃତ କି ଜୀବିତ ତାହା ନଜାଣି ଦଶାହ କାର୍ଯ୍ୟ କରିବା ଘଟଣା ଏହି ଅଞ୍ଚଳ ରେ ଚର୍ଚା ର ବିଷୟ ପାଲଟିଛି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ଡ୍ରାଇଭର ମହାସଂଘ ର ଷ୍ଟେରିଂ ଛାଡ଼ ଆନ୍ଦୋଳନ : ପ୍ରଥମ ଦିବସ ପ୍ରଭାବ ଆନ୍ଦୋଳନକାରୀ ଙ୍କ ସପକ୍ଷରେ 

Sunil Chandra Nayak

ପ୍ଲାଟିନମ ଜୁବୁଲି ପାଳନ ପରିପ୍ରେକ୍ଷୀରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ

masiha

ଦୁଆରଶୁଣୀଘାଟିରେ ସଡ଼କ ଦୁର୍ଘଟଣା ୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ : ଡ୍ରାଇଭର ମୃତ, ହେଲ୍‌ପର୍‌ ଗୁରୁତର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort